Posted inଖେଳ

ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ: ଓଡ଼ିଶାର ସେମିଫାଇନାଲ ଆଶା ଧୂଳିସାତ

କଟକ ଅଫିସ,୨୪ା୨-  ଓଡ଼ିଶାର ରଣଜୀ ଟ୍ରଫି ସେମିଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଛି। କ୍ବାର୍ଟର ଫାଇନାଲ ରାଉଣ୍ଡରୁ ଅଭିଯାନ ଶେଷପଥରେ ରହିଛି ଶୁଭ୍ରାଂଶୁ ସେନାପତିଙ୍କ ଦଳ। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ବେଙ୍ଗଲ ବିପକ୍ଷ କ୍ବାର୍ଟର ଫାଇନାଲ ମ୍ୟାଚ୍‌ର ୪ର୍ଥ ଦିବସ ଖେଳ ଶେଷ ହୋଇଥିବା ବେଳେ ଭ୍ରମଣକାରୀ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୭ ଉଇକେଟ ହରାଇ ୩୬୧ ରନ କରିଛି। ଏଥି ସହିତ ବେଙ୍ଗଲ ୪୪୩ ରନର ଅଗ୍ରଣୀ ନେଇଛି। ସ୍ପିନର ଶାହବାଜ ଅହମ୍ମଦ ପୁନର୍ବାର ଏକ ଚମତ୍କାର ଇନିଂସ ଖେଳିବା ସହ ୫୨ରନରେ ଅପରାଜିତ ଅଛନ୍ତି। ଗୋଟିଏ ଦିନର ଖେଳ ବାକି ରହିଥିବା ଏହି ମ୍ୟାଚ୍‌ ଅମୀମାଂସିତ ଫଳାଫଳ ଆଡକୁ ଗତି କରୁଛି। ଫଳରେ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଥିବା ବେଙ୍ଗଲ ସେମିଫାଇନାଲରେ ପ୍ରବେଶ କରିବାର ସୁଯୋଗ ପାଇବ।
ବେଙ୍ଗଲର ପ୍ରଥମ ଇନିଂସ ୩୩୨ ଜବାବରେ ଓଡ଼ିଶାର ପ୍ରଥମ ଇନିଂସ ୨୫୦ ରନରେ ସୀମିତ ରହିଥିଲା। ଶନିବାର ଖେଳ ଶେଷସୁଦ୍ଧା ବେଙ୍ଗଲ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ୨ ଉଇକେଟ ବିନିମୟରେ ୭୯ରନ କରିଥିଲା। ମନୋଜ ତିୱାରୀ ୩ ଓ ଅଭିଷେକ ରମଣ ୪ରନରେ ଅପରାଜିତ ଥିଲେ। ରବିବାର ମନୋଜ ୬ ରନ କରିଥିବା ବେଳେ ଦେବବ୍ରତ ପ୍ରଧାନଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ପ୍ରଥମ ଇନିଂସରେ ଶତକୀୟ ଇନିଂସ ଖେଳିଥିବା ଅନୁଷ୍ଟୂପ ମଜୁମଦାରଙ୍କୁ ୧୦ରନରେ କ୍ୟାଚ୍‌ ଆଉଟ କରିଥିଲେ ଗୋବିନ୍ଦ ପୋଦ୍ଦାର। ୧୧୫ରନରେ ୪ଟି ଉଇକେଟ ହରାଇଥିବା ବେଙ୍ଗଲ ୫ମ ଉଇକେଟ ଭାଗୀଦାରିରେ ୧୦୨ରନ ସଂଗ୍ରହ କରିଥିଲା। ଅଭିଷେକ ରମଣ ଓ ଶ୍ରୀବତ୍ସ ଗୋସ୍ବାମୀ ଦୀର୍ଘ ସମୟ ଧରି କ୍ରିଜରେ ତିଷ୍ଠି ରହିଥିଲେ। ୬୭ ରନରେ ଅଭିଷେକଙ୍କୁ କ୍ୟାଚ୍‌ ଆଉଟ କରି ଗୋବିନ୍ଦ ଓଡ଼ିଶା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବ୍ରେକଥ୍ରୁ ଦେଇଥିଲେ। ୧୧୬ ବଲରୁ ଶତକ ହାସଲ କରିଥିବା ଶ୍ରୀବତ୍ସ ପ୍ରୀତ କନୱରଙ୍କ ବଲରେ ଏଲବିଡବ୍ଲ୍ୟୁ ହେବା ପରେ ୭ମ ଉଇକେଟରେ ଶାହବାଜ ଅହମ୍ମଦ ଓ ଅର୍ନବ ନନ୍ଦି ୭୮ରନ ସଂଗ୍ରହ କରିଥିଲେ। ନିମ୍ନକ୍ରମର ବ୍ୟାଟ୍ସମ୍ୟାନଙ୍କ ରନ ସଂଗ୍ରହ ଓଡ଼ିଶା ଦଳକୁ ସେମି ଆଶାରୁ ଦୂରେଇ ନେଇଥିଲା। ବଡ ଶଟ୍‌ ଖେଳୁଥିବା ଅର୍ନବ ୪୫ରନରେ ଅନୁରାଗ ଷଡ଼ଙ୍ଗୀଙ୍କ ଦ୍ୱାରା କ୍ଲିନ ବୋଲ୍ଡ ହୋଇଥିବା ବେଳେ ଶାହବାଜ ୫୨ ଓ ମୁକେଶ କୁମାର ୬ରନରେ ଅପରାଜିତ ଅଛନ୍ତି। ଓଡ଼ିଶା ପକ୍ଷରୁ ଗୋବିନ୍ଦ ସର୍ବାଧିକ ୩ଟି, ଅନୁରାଗ ୨ଟି ଓ ଦେବବ୍ରତ, ପ୍ରୀତ କନୱର ଗୋଟିଏ ଲେଖାଏ ଉଇକେଟ ପାଇଛନ୍ତି।
ଅନେକ ସୁଯୋଗ ହାତଛଡ଼ା ହେଲା
ଖେଳର ୪ର୍ଥ ଦିବସରେ ଓଡ଼ିଶା ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ରହିଥିଲା। ଭ୍ରମଣକାରୀ ବେଙ୍ଗଲ ଦଳକୁ ଖୁବ୍‌ଶୀଘ୍ର ଅଲଆଉଟ କରି ବିଜୟ ଲକ୍ଷ୍ୟ ପିଛା କରିଥିଲେ ହୁଏତ ଓଡ଼ିଶା ସେମିଫାଇନାଲ ପାଇଁ ଆଶା ସୃଷ୍ଟି କରିଥାନ୍ତା। ହେଲେ ଫିଲ୍ଡିଂରେ ଅନେକ ତ୍ରୁଟି କରିଛି ଓଡ଼ିଶା। ଏହା ମଧ୍ୟରେ ୩ଟି କ୍ୟାଚ୍‌ ଓ ଗୋଟିଏ ଲେଖାଏ ଷ୍ଟମ୍ପିଂ, ରନଆଉଟ ମିସ୍‌ ହୋଇଥିବା ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଇନିଂସରେ ବେଙ୍ଗଲ ପକ୍ଷରୁ ସର୍ବାଧିକ ରନ କରିଥିବା ଶ୍ରୀବତ୍ସଙ୍କ ଷ୍ଟମ୍ପିଂ ମିସ୍‌ ଓଡ଼ିଶା ପାଇଁ ଭାରି ପଡ଼ିଛି।
ଦୁଇ ଇନିଂସରେ ଦୁଇଟି ତ୍ରୁଟି
ଦୁଇଟି ଯାକ ଇନିଂସରେ ଦୁଇଟି ମୁଖ୍ୟ ତ୍ରୁଟି ଆମକୁ ସେମିରୁ ବଞ୍ଚିତ କରିଛି ବୋଲି କୋଚ୍‌ ରଶ୍ମିରଞ୍ଜନ ପରିଡ଼ା କହିଛନ୍ତି। ପ୍ରଥମ ଇନିଂସରେ ୪୬ ରନରେ ୫ଟି ଉଇକେଟ ଅକ୍ତିଆର କରିବା ପରେ ବେଙ୍ଗଲ ଏକ ବିଶାଳ ଭାଗୀଦାରି ଗଢ଼ିଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ୧୧୫ ରନରେ ୪ଟି ଉଇକେଟ ଦଖଲ କରିବା ପରେ ଦଳୀୟ ସ୍କୋର ୩୦୦ ଟପିଛି। ପାର୍ଟନରଶିପ୍‌ ଭାଙ୍ଗିବାରେ ଆମ ବୋଲର ସକ୍ଷମ ନ ହେବା ମହଙ୍ଗା ପଡ଼ିଲା ବୋଲି ରଶ୍ମି କହିଛନ୍ତି।
ପ୍ରୀତଙ୍କ ବିମର୍‌କୁ ନେଇ ଚର୍ଚ୍ଚା
୪ର୍ଥ ଦିନର ଖେଳରେ ପ୍ରୀତ କନୱରଙ୍କ ବିମର୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପଦାର୍ପଣ ମ୍ୟାଚ୍‌ ଖେଳୁଥିବା ଡାହାଣହାତୀ ପେସ୍‌ ବୋଲର ପ୍ରୀତ ୨ୟ ସେସନରେ ଏଭଳି ଏକ ବଲ୍‌ ପକାଇଥିଲେ, ଯାହା ଉଇକେଟ କିପର ରାଜେଶ ଧୂପରଙ୍କ ମୁଣ୍ଡ ଉପରେ ଯିବା ସହ ୩୦ୟାର୍ଡ ମଧ୍ୟ ଟପି ଯାଇଥିଲା। ଅନ୍ତିମ ସେସନ୍‌ରେ ମଧ୍ୟ ଏଭଳି ଏକ ଘାତକ ବିମର୍‌ ପ୍ରୀତଙ୍କ ବୋଲିଂରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

୩୮ ବର୍ଷୀୟ ରେଫରିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ, ୨୦୨୬ ଫିଫା ବିଶ୍ୱକପରୁ ବାଦ ପଡିଥିଲେ

ମାୟାମି,୧୪।୭: ଫୁଟବଲ ଜଗତରୁ ଏକ ଦୁଃଖଦ ଖବର ଆସିଛି: ଡଚ ରେଫରି ରବ ଡାଏପେରିଙ୍କ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ତାଙ୍କୁ ପୂର୍ବରୁ 2026 FIFA ବିଶ୍ୱକପ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେନର ସାଜିବେ ଯୁବରାଜ ସିଂହ? ନିଜେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୪।୭: ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ ଭଲ ନଥିଲା; ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷରେ T20 ସିରିଜରେ ଡେବ୍ୟୁ କରିଥିଲେ କିନ୍ତୁ ପରେ ତାଙ୍କୁ…

ଫ୍ରାନ୍ସ ଦଳ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା

ମାଡ୍ରିଡ୍‌,୧୩ା୭: ନିକଟରେ ଫ୍ରାନ୍ସ ବିଶ୍ୱକପ୍‌ ଦଳରେ କୌଣସି ଫ୍ରେଞ୍ଚ ଖେଳାଳି ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିବା ସ୍ପେନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କନ୍‌ଜରଭେଟିଭ ପପୁଲାର ପାର୍ଟିର ମାରିଆନୋ…

ଲର୍ଡସରେ ଇତିହାସ ରଚିଲା ଟିମ୍‌ଇଣ୍ଡିଆ: ୧୪୨ ବର୍ଷ ପରେ…

ଲର୍ଡସ,୧୩।୭: ଲର୍ଡସରେ ଭାରତ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ୧୪୨ ବର୍ଷର ଇତିହାସରେ ଲର୍ଡସରେ ଖେଳାଯାଇଥିବା ଏହା ପ୍ରଥମ ମହିଳା…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri