Posted inଖେଳ

ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ: ଓଡ଼ିଶାର ସେମିଫାଇନାଲ ଆଶା ଧୂଳିସାତ

କଟକ ଅଫିସ,୨୪ା୨-  ଓଡ଼ିଶାର ରଣଜୀ ଟ୍ରଫି ସେମିଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଛି। କ୍ବାର୍ଟର ଫାଇନାଲ ରାଉଣ୍ଡରୁ ଅଭିଯାନ ଶେଷପଥରେ ରହିଛି ଶୁଭ୍ରାଂଶୁ ସେନାପତିଙ୍କ ଦଳ। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ବେଙ୍ଗଲ ବିପକ୍ଷ କ୍ବାର୍ଟର ଫାଇନାଲ ମ୍ୟାଚ୍‌ର ୪ର୍ଥ ଦିବସ ଖେଳ ଶେଷ ହୋଇଥିବା ବେଳେ ଭ୍ରମଣକାରୀ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୭ ଉଇକେଟ ହରାଇ ୩୬୧ ରନ କରିଛି। ଏଥି ସହିତ ବେଙ୍ଗଲ ୪୪୩ ରନର ଅଗ୍ରଣୀ ନେଇଛି। ସ୍ପିନର ଶାହବାଜ ଅହମ୍ମଦ ପୁନର୍ବାର ଏକ ଚମତ୍କାର ଇନିଂସ ଖେଳିବା ସହ ୫୨ରନରେ ଅପରାଜିତ ଅଛନ୍ତି। ଗୋଟିଏ ଦିନର ଖେଳ ବାକି ରହିଥିବା ଏହି ମ୍ୟାଚ୍‌ ଅମୀମାଂସିତ ଫଳାଫଳ ଆଡକୁ ଗତି କରୁଛି। ଫଳରେ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଥିବା ବେଙ୍ଗଲ ସେମିଫାଇନାଲରେ ପ୍ରବେଶ କରିବାର ସୁଯୋଗ ପାଇବ।
ବେଙ୍ଗଲର ପ୍ରଥମ ଇନିଂସ ୩୩୨ ଜବାବରେ ଓଡ଼ିଶାର ପ୍ରଥମ ଇନିଂସ ୨୫୦ ରନରେ ସୀମିତ ରହିଥିଲା। ଶନିବାର ଖେଳ ଶେଷସୁଦ୍ଧା ବେଙ୍ଗଲ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ୨ ଉଇକେଟ ବିନିମୟରେ ୭୯ରନ କରିଥିଲା। ମନୋଜ ତିୱାରୀ ୩ ଓ ଅଭିଷେକ ରମଣ ୪ରନରେ ଅପରାଜିତ ଥିଲେ। ରବିବାର ମନୋଜ ୬ ରନ କରିଥିବା ବେଳେ ଦେବବ୍ରତ ପ୍ରଧାନଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ପ୍ରଥମ ଇନିଂସରେ ଶତକୀୟ ଇନିଂସ ଖେଳିଥିବା ଅନୁଷ୍ଟୂପ ମଜୁମଦାରଙ୍କୁ ୧୦ରନରେ କ୍ୟାଚ୍‌ ଆଉଟ କରିଥିଲେ ଗୋବିନ୍ଦ ପୋଦ୍ଦାର। ୧୧୫ରନରେ ୪ଟି ଉଇକେଟ ହରାଇଥିବା ବେଙ୍ଗଲ ୫ମ ଉଇକେଟ ଭାଗୀଦାରିରେ ୧୦୨ରନ ସଂଗ୍ରହ କରିଥିଲା। ଅଭିଷେକ ରମଣ ଓ ଶ୍ରୀବତ୍ସ ଗୋସ୍ବାମୀ ଦୀର୍ଘ ସମୟ ଧରି କ୍ରିଜରେ ତିଷ୍ଠି ରହିଥିଲେ। ୬୭ ରନରେ ଅଭିଷେକଙ୍କୁ କ୍ୟାଚ୍‌ ଆଉଟ କରି ଗୋବିନ୍ଦ ଓଡ଼ିଶା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବ୍ରେକଥ୍ରୁ ଦେଇଥିଲେ। ୧୧୬ ବଲରୁ ଶତକ ହାସଲ କରିଥିବା ଶ୍ରୀବତ୍ସ ପ୍ରୀତ କନୱରଙ୍କ ବଲରେ ଏଲବିଡବ୍ଲ୍ୟୁ ହେବା ପରେ ୭ମ ଉଇକେଟରେ ଶାହବାଜ ଅହମ୍ମଦ ଓ ଅର୍ନବ ନନ୍ଦି ୭୮ରନ ସଂଗ୍ରହ କରିଥିଲେ। ନିମ୍ନକ୍ରମର ବ୍ୟାଟ୍ସମ୍ୟାନଙ୍କ ରନ ସଂଗ୍ରହ ଓଡ଼ିଶା ଦଳକୁ ସେମି ଆଶାରୁ ଦୂରେଇ ନେଇଥିଲା। ବଡ ଶଟ୍‌ ଖେଳୁଥିବା ଅର୍ନବ ୪୫ରନରେ ଅନୁରାଗ ଷଡ଼ଙ୍ଗୀଙ୍କ ଦ୍ୱାରା କ୍ଲିନ ବୋଲ୍ଡ ହୋଇଥିବା ବେଳେ ଶାହବାଜ ୫୨ ଓ ମୁକେଶ କୁମାର ୬ରନରେ ଅପରାଜିତ ଅଛନ୍ତି। ଓଡ଼ିଶା ପକ୍ଷରୁ ଗୋବିନ୍ଦ ସର୍ବାଧିକ ୩ଟି, ଅନୁରାଗ ୨ଟି ଓ ଦେବବ୍ରତ, ପ୍ରୀତ କନୱର ଗୋଟିଏ ଲେଖାଏ ଉଇକେଟ ପାଇଛନ୍ତି।
ଅନେକ ସୁଯୋଗ ହାତଛଡ଼ା ହେଲା
ଖେଳର ୪ର୍ଥ ଦିବସରେ ଓଡ଼ିଶା ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ରହିଥିଲା। ଭ୍ରମଣକାରୀ ବେଙ୍ଗଲ ଦଳକୁ ଖୁବ୍‌ଶୀଘ୍ର ଅଲଆଉଟ କରି ବିଜୟ ଲକ୍ଷ୍ୟ ପିଛା କରିଥିଲେ ହୁଏତ ଓଡ଼ିଶା ସେମିଫାଇନାଲ ପାଇଁ ଆଶା ସୃଷ୍ଟି କରିଥାନ୍ତା। ହେଲେ ଫିଲ୍ଡିଂରେ ଅନେକ ତ୍ରୁଟି କରିଛି ଓଡ଼ିଶା। ଏହା ମଧ୍ୟରେ ୩ଟି କ୍ୟାଚ୍‌ ଓ ଗୋଟିଏ ଲେଖାଏ ଷ୍ଟମ୍ପିଂ, ରନଆଉଟ ମିସ୍‌ ହୋଇଥିବା ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଇନିଂସରେ ବେଙ୍ଗଲ ପକ୍ଷରୁ ସର୍ବାଧିକ ରନ କରିଥିବା ଶ୍ରୀବତ୍ସଙ୍କ ଷ୍ଟମ୍ପିଂ ମିସ୍‌ ଓଡ଼ିଶା ପାଇଁ ଭାରି ପଡ଼ିଛି।
ଦୁଇ ଇନିଂସରେ ଦୁଇଟି ତ୍ରୁଟି
ଦୁଇଟି ଯାକ ଇନିଂସରେ ଦୁଇଟି ମୁଖ୍ୟ ତ୍ରୁଟି ଆମକୁ ସେମିରୁ ବଞ୍ଚିତ କରିଛି ବୋଲି କୋଚ୍‌ ରଶ୍ମିରଞ୍ଜନ ପରିଡ଼ା କହିଛନ୍ତି। ପ୍ରଥମ ଇନିଂସରେ ୪୬ ରନରେ ୫ଟି ଉଇକେଟ ଅକ୍ତିଆର କରିବା ପରେ ବେଙ୍ଗଲ ଏକ ବିଶାଳ ଭାଗୀଦାରି ଗଢ଼ିଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ୧୧୫ ରନରେ ୪ଟି ଉଇକେଟ ଦଖଲ କରିବା ପରେ ଦଳୀୟ ସ୍କୋର ୩୦୦ ଟପିଛି। ପାର୍ଟନରଶିପ୍‌ ଭାଙ୍ଗିବାରେ ଆମ ବୋଲର ସକ୍ଷମ ନ ହେବା ମହଙ୍ଗା ପଡ଼ିଲା ବୋଲି ରଶ୍ମି କହିଛନ୍ତି।
ପ୍ରୀତଙ୍କ ବିମର୍‌କୁ ନେଇ ଚର୍ଚ୍ଚା
୪ର୍ଥ ଦିନର ଖେଳରେ ପ୍ରୀତ କନୱରଙ୍କ ବିମର୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପଦାର୍ପଣ ମ୍ୟାଚ୍‌ ଖେଳୁଥିବା ଡାହାଣହାତୀ ପେସ୍‌ ବୋଲର ପ୍ରୀତ ୨ୟ ସେସନରେ ଏଭଳି ଏକ ବଲ୍‌ ପକାଇଥିଲେ, ଯାହା ଉଇକେଟ କିପର ରାଜେଶ ଧୂପରଙ୍କ ମୁଣ୍ଡ ଉପରେ ଯିବା ସହ ୩୦ୟାର୍ଡ ମଧ୍ୟ ଟପି ଯାଇଥିଲା। ଅନ୍ତିମ ସେସନ୍‌ରେ ମଧ୍ୟ ଏଭଳି ଏକ ଘାତକ ବିମର୍‌ ପ୍ରୀତଙ୍କ ବୋଲିଂରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri