ରଞ୍ଜନ ଦାସ ହତ୍ୟାକୁ ଦୁର୍ଘଟଣା ରୂପ ଦେଇଛି ପୋଲିସ

ଭୁବନେଶ୍ୱର,୧୩।୩(ବ୍ୟୁରୋ): କେନ୍ଦ୍ରାପଡା ଜିଲାର ସୂଚନାଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ଘଟଣାକୁ ୪୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି। ଏହି ଘଟଣାରେ ଠିକାଦାର, ଶାସକ ଦଳର ନେତା ସଂପୃକ୍ତ ରହିଥିବାରୁ ମାମଲାକୁ ଚାପି ଦେବାକୁ ପୋଲିସ ଉପରେ ଚାପ ପଡୁଛି। ଏପରିକି ସମସ୍ତେ ମିଳିମିଶି ହତ୍ୟା ଘଟଣାକୁ ଦୁର୍ଘଟଣାର ରୂପ ଦେଇ ଚପାଇ ଦେବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ଆଣିଛି ଓଡିଶା ସୂଚନା ଅଧିକାର ଅଭିଯାନ। ଗୁରୁବାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି, ମାମଲାକୁ ଚାପିବା ପାଇଁ ପୋଲିସ ହତ୍ୟା ମାମଲାକୁ ଏବେ ଦୁର୍ଘଟଣାରୂପ ଦେବାକୁ ଷଢଯନ୍ତ୍ର କରୁଛି। ଏଥିପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ବଦଳାଇ ଦିଆଯାଇଥିବା ସେ ଗୁରୁତର ଅଭିଯୋଗ ଆଣିଛନ୍ତି।
ଅନ୍ୟପକ୍ଷରେ ହୋଲିଦିନ କେନ୍ଦ୍ରାପଡାରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ, ଆମେ ରଞ୍ଜନକୁ ମାରିଛୁ। ଆହୁରି ୩ଜଣଙ୍କୁ ମାରିବୁ, ଆମର କିଏ କ’ଣ କରିବ କରୁ। ସେହି ସମୟରେ ଉକ୍ତ ବ୍ୟକ୍ତିଙ୍କୁ ଏକାଧିକ ବ୍ୟକ୍ତି ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି କେନ୍ଦ୍ରାପଡା ପାଟକୁରା ଥାନା କୋରୁଆ ଅଞ୍ଚଳର ହୋଇଥିବାବେଳେ ଧମକ ଦେଉଥିବା ବ୍ୟକ୍ତି ଶାସକ ଦଳର ବିଧାୟକଙ୍କ ସହଯୋଗୀ ବୋଲି ଜଣାପଡ଼ିଛି। ତେଣୁ ଏହି ଘଟଣାରେ ସମ୍ପୃକ୍ତ ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛି ଅଭିଯାନ। କେନ୍ଦ୍ରାପଡ଼ା ପୋଲିସ ଚାପ ଓ ଭୟରେ ଉକ୍ତ ଭିଡିଓକୁ ନେଇ ମଧ୍ୟ ଖୋଳତାଡ଼ କରିବାକୁ ସାହସ କରୁନି। ଏ ପରିସ୍ଥିତିରେ କେନ୍ଦ୍ରାପଡାରେ ଖବରଦାତା, ସାମାଜିକ କର୍ମୀ, ସୂଚନା ଅଧିକାର କର୍ମୀମାନେ ଅସୁରକ୍ଷିତ ହୋଇପଡିଛନ୍ତି।
ଏହି ଅଭିଯୋଗକୁ କେନ୍ଦ୍ରାପଡା ଏସ୍‌ପି ନିତି ଶେଖର ଖଣ୍ଡନ କରି କହିଛନ୍ତି, ଆମେ ଘଟଣାର ତଦନ୍ତ କରୁଛୁ। ବ୍ୟବଚ୍ଛେଦ ରିପୋର୍ଟରେ ଏହା ଦୁର୍ଘଟଣା ବୋଲି ଦର୍ଶାଯାଇଛି। ହୋଲି ଦିନ ଭାଇରାଲ ହୋଇଥିବା ଭିଡିଓ କହୁଥିବା ବ୍ୟକ୍ତିଙ୍କୁ ଆମେ ପଚରାଉଚରା କରିଥିଲେ ମଧ୍ୟ ସେ ହତ୍ୟାରେ ସଂପୃକ୍ତଥିବା କିଛି ପ୍ରମାଣ ମିଳିଲା ନାହିଁ। ଏପରି କି ବ୍ୟକ୍ତି ଜଣକ ମଦ ନିଶାରେ ଏଭଳି କହିଦେଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏସ୍‌ପିଙ୍କ ଏପରି ସଫେଇରେ ମାନବାଧିକାର କର୍ମୀମାନେ ବିଶ୍ୱାସ କରୁନାହାନ୍ତି। ତେଣୁ ଏହି ମାମଲାର ସିବିଆଇ ତଦନ୍ତ କରାଯିବା ସହ ପାଟକୁରା, ମାର୍ଶାଘାଇ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିବାକୁ ଦାବି କରିଛି ଅଭିଯାନ। ଆସନ୍ତା ୧୯ରେ ନବୀନ ନିବାସ ଘେରାଉ କରାଯିବା ସହ ଜେଲ ଭରୋ ଆନ୍ଦୋଳନ କରାଯିବ ବୋଲି ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି। ରଞ୍ଜନ ସୂଚନା ଅଧିକାର ଆଇନ ବଳରେ କେନ୍ଦ୍ରାପଡା ଜିଲାରେ ହୋଇଥିବା ଏକାଧିକ ଦୁର୍ନୀତିକୁ ପଦାକୁ ଆଣିଥିଲେ। ତେଣୁ ତାଙ୍କୁ ଠିକାଦାର ଓ ସ୍ଥାନୀୟ ନେତା ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ରଞ୍ଜନ ପାଟକୁରା ଓ ମାର୍ଶାଘାଇ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ମାମଲାକୁ ପଞ୍ଜୀକୃତ କରି ନ ଥିଲା। ଫଳରେ ଜାନୁୟାରୀ ୩୧ରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ ବି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଏହି ୨ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଜେଡି ପକ୍ଷରୁ ଶନିବାର ୩ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଆସନରୁ ୨ ବିଧାୟକଙ୍କ ଟିକେଟ କଟିଥିବା ଦେଖାଯାଇଛି। ଖୋର୍ଦ୍ଧା...

ସିଦ୍ଧାନ୍ତ-ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଅନୁଭବ…

ଭୁବନେଶ୍ୱର,୨୭।୪: ୮ଟି ଆସନ ପ୍ରାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଯେଉଁଥିରେ ଅଭିନେତା ଅରିନ୍ଦମ ରାଏଙ୍କୁ କେନ୍ଦ୍ରାପଡା ସାଲେପୁରରୁ ଟିକେଟ୍‌ ନେଇଛି।...

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଟିକେଟ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ...

ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଏଇଠୁ ଲଢିବେ…

ଭୁବନେଶ୍ୱର,୨୭।୪: ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ବିଧାନସଭା ନିର୍ବାଚନ ପାଇଁ ବାକି ଥିବା ୮ ଆସନରେ ପ୍ରାର୍ଥୀ...

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri