ରଞ୍ଜନ ଦାସ ହତ୍ୟାକୁ ଦୁର୍ଘଟଣା ରୂପ ଦେଇଛି ପୋଲିସ

ଭୁବନେଶ୍ୱର,୧୩।୩(ବ୍ୟୁରୋ): କେନ୍ଦ୍ରାପଡା ଜିଲାର ସୂଚନାଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ଘଟଣାକୁ ୪୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି। ଏହି ଘଟଣାରେ ଠିକାଦାର, ଶାସକ ଦଳର ନେତା ସଂପୃକ୍ତ ରହିଥିବାରୁ ମାମଲାକୁ ଚାପି ଦେବାକୁ ପୋଲିସ ଉପରେ ଚାପ ପଡୁଛି। ଏପରିକି ସମସ୍ତେ ମିଳିମିଶି ହତ୍ୟା ଘଟଣାକୁ ଦୁର୍ଘଟଣାର ରୂପ ଦେଇ ଚପାଇ ଦେବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ ଆଣିଛି ଓଡିଶା ସୂଚନା ଅଧିକାର ଅଭିଯାନ। ଗୁରୁବାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି, ମାମଲାକୁ ଚାପିବା ପାଇଁ ପୋଲିସ ହତ୍ୟା ମାମଲାକୁ ଏବେ ଦୁର୍ଘଟଣାରୂପ ଦେବାକୁ ଷଢଯନ୍ତ୍ର କରୁଛି। ଏଥିପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ବଦଳାଇ ଦିଆଯାଇଥିବା ସେ ଗୁରୁତର ଅଭିଯୋଗ ଆଣିଛନ୍ତି।
ଅନ୍ୟପକ୍ଷରେ ହୋଲିଦିନ କେନ୍ଦ୍ରାପଡାରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି ଯେ, ଆମେ ରଞ୍ଜନକୁ ମାରିଛୁ। ଆହୁରି ୩ଜଣଙ୍କୁ ମାରିବୁ, ଆମର କିଏ କ’ଣ କରିବ କରୁ। ସେହି ସମୟରେ ଉକ୍ତ ବ୍ୟକ୍ତିଙ୍କୁ ଏକାଧିକ ବ୍ୟକ୍ତି ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି କେନ୍ଦ୍ରାପଡା ପାଟକୁରା ଥାନା କୋରୁଆ ଅଞ୍ଚଳର ହୋଇଥିବାବେଳେ ଧମକ ଦେଉଥିବା ବ୍ୟକ୍ତି ଶାସକ ଦଳର ବିଧାୟକଙ୍କ ସହଯୋଗୀ ବୋଲି ଜଣାପଡ଼ିଛି। ତେଣୁ ଏହି ଘଟଣାରେ ସମ୍ପୃକ୍ତ ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛି ଅଭିଯାନ। କେନ୍ଦ୍ରାପଡ଼ା ପୋଲିସ ଚାପ ଓ ଭୟରେ ଉକ୍ତ ଭିଡିଓକୁ ନେଇ ମଧ୍ୟ ଖୋଳତାଡ଼ କରିବାକୁ ସାହସ କରୁନି। ଏ ପରିସ୍ଥିତିରେ କେନ୍ଦ୍ରାପଡାରେ ଖବରଦାତା, ସାମାଜିକ କର୍ମୀ, ସୂଚନା ଅଧିକାର କର୍ମୀମାନେ ଅସୁରକ୍ଷିତ ହୋଇପଡିଛନ୍ତି।
ଏହି ଅଭିଯୋଗକୁ କେନ୍ଦ୍ରାପଡା ଏସ୍‌ପି ନିତି ଶେଖର ଖଣ୍ଡନ କରି କହିଛନ୍ତି, ଆମେ ଘଟଣାର ତଦନ୍ତ କରୁଛୁ। ବ୍ୟବଚ୍ଛେଦ ରିପୋର୍ଟରେ ଏହା ଦୁର୍ଘଟଣା ବୋଲି ଦର୍ଶାଯାଇଛି। ହୋଲି ଦିନ ଭାଇରାଲ ହୋଇଥିବା ଭିଡିଓ କହୁଥିବା ବ୍ୟକ୍ତିଙ୍କୁ ଆମେ ପଚରାଉଚରା କରିଥିଲେ ମଧ୍ୟ ସେ ହତ୍ୟାରେ ସଂପୃକ୍ତଥିବା କିଛି ପ୍ରମାଣ ମିଳିଲା ନାହିଁ। ଏପରି କି ବ୍ୟକ୍ତି ଜଣକ ମଦ ନିଶାରେ ଏଭଳି କହିଦେଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏସ୍‌ପିଙ୍କ ଏପରି ସଫେଇରେ ମାନବାଧିକାର କର୍ମୀମାନେ ବିଶ୍ୱାସ କରୁନାହାନ୍ତି। ତେଣୁ ଏହି ମାମଲାର ସିବିଆଇ ତଦନ୍ତ କରାଯିବା ସହ ପାଟକୁରା, ମାର୍ଶାଘାଇ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିବାକୁ ଦାବି କରିଛି ଅଭିଯାନ। ଆସନ୍ତା ୧୯ରେ ନବୀନ ନିବାସ ଘେରାଉ କରାଯିବା ସହ ଜେଲ ଭରୋ ଆନ୍ଦୋଳନ କରାଯିବ ବୋଲି ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି। ରଞ୍ଜନ ସୂଚନା ଅଧିକାର ଆଇନ ବଳରେ କେନ୍ଦ୍ରାପଡା ଜିଲାରେ ହୋଇଥିବା ଏକାଧିକ ଦୁର୍ନୀତିକୁ ପଦାକୁ ଆଣିଥିଲେ। ତେଣୁ ତାଙ୍କୁ ଠିକାଦାର ଓ ସ୍ଥାନୀୟ ନେତା ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ରଞ୍ଜନ ପାଟକୁରା ଓ ମାର୍ଶାଘାଇ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ମାମଲାକୁ ପଞ୍ଜୀକୃତ କରି ନ ଥିଲା। ଫଳରେ ଜାନୁୟାରୀ ୩୧ରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ ବି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri