Odisha Elections 2024

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରାସ୍ତାରୋକୋ

ବଲାଙ୍ଗୀର ଅଫିସ/ତରଭା, ୨୦ା୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ମିଛାପାଲି ଗ୍ରାମର ଆଲୋକ ନାଏକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସୋମବାର ବଇରାସର ନିକଟରେ ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଥିଲେ । ଆଲୋକ(୨୫)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ତୁରନ୍ତ ହତ୍ୟାକାରୀକୁ ଗିରଫ କରିବା ଦାବି ନେଇ ଏହି ରାସ୍ତାରୋକୋ କରାଯାଇଥିଲା । ହତ୍ୟାକାଣ୍ଡ ପଛରେ ପ୍ରେମଜନିତ କାରଣ ରହିଥିବା ଚର୍ଚ୍ଚା ଜୋର ଧରିଛି । ପୋଲିସ ଖଲିଆପାଲି ଗ୍ରାମର ଜଣେ ଯୁବତୀଙ୍କୁ ପୁଇଁତଲା ଥାନାକୁ ନେଇ ପଚରାଉଚରା କରୁଛି ।
ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ରବିବାର ରାତି ପ୍ରାୟ ୧ଟାରେ ଖଲିଆପାଲିର ଜଣେ ଯୁବତୀ ମିଛାପାଲିର ଅଶୋକ ନାଏକଙ୍କ ଘରକୁ ଯାଇ ତାଙ୍କ ପୁଅ ଆଲୋକ ସନ୍ଦେହଜନକ ଅବସ୍ଥାରେ ଖଲିଆପାଲି-ମିଛାପାଲି ଛକ ନିକଟରେ ପଡିଥିବା ଜଣାଇଥିଲେ । ସମ୍ପୃକ୍ତା ଯୁବତୀଙ୍କଠାରୁ ଏହା ଶୁଣିବା ପରେ ପରିବାର ଲୋକେ ଚେତାଶୂନ ଅବସ୍ଥାରେ ପଡିଥିବା ଆଲୋକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ତରଭା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଆଲୋକଙ୍କୁ ମୃତ ଘୋଷଣା କରିଥିଲେ । କିଭଳି ଭାବେ ଆଲୋକଙ୍କ ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଏହି ଘଟଣାକୁ ନେଇ ମିଛାପାଲିରେ ଉତ୍ତେଜନା ଦେଖାଯାଇଥିଲା। ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ପଛରେ ପ୍ରେମଜନିତ ହତ୍ୟାକାଣ୍ଡ କାରଣ ବୋଲି ପ୍ରଚାର ହେବା ପରେ ଉତ୍ତ୍ୟକ୍ତ ଲୋକେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ହତ୍ୟାକାରୀଙ୍କ ଗିରଫ ଦାବିରେ ସେମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଇଁତଲା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆଲୋକଙ୍କ ମୃତ୍ୟୁର ଉଚିତ୍‌ ତଦନ୍ତ କରାଯିବା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ଖୁଲାସା କରିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୋକୋରୁ ହଟିଥିଲେ । ଏହାପରେ ପୁଇଁତଲା ପୋଲିସ ଖଲିଆପାଲି ଗ୍ରାମର ଜଣେ ଯୁବତୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି । ସମ୍ପୃକ୍ତ ଯୁବତୀଙ୍କ ସହ ମୃତ ଆଲୋକଙ୍କ ଦୀର୍ଘଦିନରୁ ପ୍ରେମସମ୍ପର୍କ ରହିଥିଲା ଓ ଘଟଣାଦିନ ରାତିରେ ଉଭୟେ ଖଲିଆପାଲି-ମିଛାପାଲି ଛକ ନିକଟରେ କଥାବାର୍ତ୍ତା ହେଉଥିବା କେତେକ ଲୋକ ଦେଖିଥିବା ଆଲୋଚନା ହେଉଛି । ଏହାପରେ କିପରି ଆଲୋକଙ୍କ ମୃତ୍ୟୁ ଘଟିଲା ଓ ଯୁବତୀ ଜଣକ କିଭଳି ଭାବେ ଆଲୋକଙ୍କ ଗଁ। ମିଛାପାଲି ଯାଇ ତାଙ୍କ ପରିବାର ଲୋକଙ୍କୁ ଡାକିଲେ ତାହା ସ୍ପଷ୍ଟ ହୋଇନାହିଁ । ମୃତ ଆଲୋକଙ୍କ ପିତା ଅଶୋକ ନାଏକ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ପୁଇଁତଲା ପୋଲିସ ଘଟଣାକୁ ନେଇ ଏକ ମାମଲା (ନଂ.୯/୨୦) ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନୟନ ନାଁରେ ବଳିପଡୁଛି ଗଛ, ବଢୁଛି ତାପମାତ୍ରା

ପଟ୍ଟାମୁଣ୍ଡାଇ,୧୯ା୫(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜନବସିତ ବୃଦ୍ଧି ସାଙ୍ଗକୁ ଉନ୍ନୟନ ନଁାରେ ଦୈନିକ ଶତାଧିକ ଗଛ ବଳିପଡୁଛି। ବିକାଶ ଆଳରେ ଦୈନିକ ବନ କ୍ଷୟ...

ନିର୍ବାଚନ ଆସିଲେ ଶିଳ୍ପ କଥା ମନେପଡ଼େ

କେନ୍ଦ୍ରାପଡ଼ା, ୧୯ା୫(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଅଞ୍ଚଳର ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିଯୋଗୁ ଯୁବବର୍ଗଙ୍କୁ କର୍ମନିଯୁକ୍ତି ସହ ଜିଲାର ଅର୍ଥନୀତି ଚଳଚଞ୍ଚଳ ହୁଏ। ଏଥିପାଇଁ କେନ୍ଦ୍ର ସରକାରଙ୍କ...

କନ୍ଧମାଳ, ରାୟଗଡ଼ା ଗଞ୍ଜେଇର ବଢ଼ିଛି ଚାହିଦା

ନୟାଗଡ଼, ୧୯।୫(ଲୋକନାଥ ମିଶ୍ର)କନ୍ଧମାଳ ଓ ରାୟଗଡ଼ା ଗଞ୍ଜେଇର ଚାହିଦା ବଢ଼ୁଛି। ପୋଲିସ ଓ ଅବକାରୀ ବିଭାଗର ଧରପଗଡ଼ରେ ବିଭିନ୍ନ ସମୟରେ କନ୍ଧମାଳ ଜିଲାର ବ୍ୟବସାୟୀ ଓ...

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri