Odisha Elections 2024

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଞ୍ଜନଗର,୨୧।୧(ଡି.ଏନ.ଏ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଢୋଲପିଟା ନିକଟରେ ଆଖି ଓ ହାତବନ୍ଧା ଅବସ୍ଥାରେ ଜଣେ ଅଚିହ୍ନା ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଅପରାହ୍ନ ପ୍ରାୟ ୫ଟାରେ କିଛି ଲୋକ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇ ଯାଇଥିବାରୁ ମୃତଦେହ ଉଠାଯାଇପାରି ନ ଥିଲା। ମଙ୍ଗଳବାର ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କରିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ।
ଯୁବକଙ୍କୁ ହତ୍ୟା କରିିବା ପରେ ଅଭିଯୁକ୍ତମାନେ କୌଣସି ଗାଡ଼ିରେ ଆଣି ଢୋଲପିଟା ନିକଟ କଲଭର୍ଟ ପାଖରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ରାସ୍ତାରେ ରକ୍ତ ଛିଟା ପଡ଼ିଥିବାରୁ ଗାଡ଼ିରୁ ମୃତଦେହକୁ ଘୋଷାଡ଼ି ପକାଇ ଦିଆଯାଇଥିବା ପୋଲିସ ଅନୁମାନ କରୁଛି। ରିପୋର୍ଟ ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ମିଳି ନ ଥିବା ତାରସିଂ ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୁଲ୍ୟା ମୁହାଣରେ ବିଦେଶୀ ପକ୍ଷୀଙ୍କ ସମାଗମ

ଗଞ୍ଜାମ,୨୫ା୫(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଋଷିକୁଲ୍ୟା ମୁହାଣଠାରେ ଗତ କିଛିଦିନ ହେବ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି। ଭାରତ ମହାସାଗର ଦକ୍ଷିଣରେ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ମୃତ ଭାବି ଥାନାରେ ଆତ୍ମସମର୍ପଣ କଲେ ଦୁଇ ଆକ୍ରମଣକାରୀ

ଛତ୍ରପୁର,୨୫ା୫(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଟଲାମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l କୌଣସି କାରଣ ନେଇ...

ବୁଗୁଡ଼ାରେ ଫୁଟିଲା ଗୁଳି: କାଜୁ ତୋଳିବା ବେଳେ ୨ଜଣଙ୍କୁ ଗୁଳିମାଡ଼

ବୁଗୁଡା ୨୫/୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଧିନ ପୋକସୁଙ୍ଗା ଗାଁରେ କାଜୁ ବଗିଚାରୁ କାଜୁ ତୋଳିବା ବେଳେ ଫୁଟିଛି ଗୁଳି। ଏହି ଗୁଳିମାଡ଼ରେ...

ବ୍ରହ୍ମପୁର, ଗୋପାଳପୁର ଫଳାଫଳକୁ ଅପେକ୍ଷା: କିଏ ଜିତିବ ଅଙ୍କ କଷୁଛନ୍ତି କର୍ମୀ

ବ୍ରହ୍ମପୁର,୨୪ା୫(ନରସିଂହ ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୧୨ ଦିନ ବିତିଛି। ସେହିପରି ୫ ଦିନ ହେଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଛି। ଜିଲାର...

୪.୨୯ ଲକ୍ଷ ଟଙ୍କା ଠକେଇ: ଫାଇନାନ୍ସ କର୍ମଚାରୀଙ୍କ ସମେତ ୨ ଗିରଫ

ଖଲ୍ଲିକୋଟ,୨୪ା୫(ପ୍ରଶାନ୍ତ କୁମାର ମିଶ୍ର): ଏକ ଫାଇନାନ୍ସ କମ୍ପାନୀର ୪ଲକ୍ଷ ୨୯ ହଜାର ଟଙ୍କା ଠକେଇ କରି ସାଙ୍ଗଙ୍କ ସହ ଫାଇନାନ୍ସ କର୍ମଚାରୀ ଶୁକ୍ରବାର ଗିରଫ ହୋଇଛନ୍ତି।...

ଲକ୍ଷ୍ମୀ ନୃସିଂହ ଯାତ୍ରାରେ ଅଘଟଣ

ହିଞ୍ଜିଳିକାଟୁ ୨୪!୫( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଯାତ୍ରାରେ ବାଣ ଫୁଟାଇବା ବେଳେ ନିଆଁ ଲାଗି ୭ଜଣ ଆହତ ହୋଇଥିବା...

ପୁରୀ ଯାଇ ଫେରିଲେନି ଘରକୁ: ଟ୍ରେନ୍‌ ଲାଇନରୁ ମିଳିଲା ମୃତଦେହ

ବ୍ରହ୍ମପୁର,୨୪।୫(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆର୍‌ପି) ଶୁକ୍ରବାର ବ୍ରହ୍ମପୁର ରେଳଷ୍ଟେଶନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ଟାଉନ...

ନାବାଳିକାଙ୍କୁ ବଳାତ୍କାର: ସରପଞ୍ଚଙ୍କ ସ୍ବାମୀ ଥାନାରେ ଅଟକ

ପୁରୁଷୋତ୍ତମପୁର,୨୪।୫(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏକ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri