ଯାଞ୍ଚ ଘେରରେ ବୃହତ ଟେକ୍‌ କମ୍ପାନୀ

ଓ୍ବାଶିଂଟନ,୨୬-୭: ଫେସ୍‌ବୁକ, ଗୁଗଲ, ଆମାଜନ ଭଳି ଆମେରିକାର ବୃହତ ଟେକ୍‌ ଓ ଇ-କମର୍ସ କମ୍ପାନୀ ନିଜର କ୍ଷମତା ଓ ପ୍ରତିପତ୍ତିର ବିସ୍ତାର କରି ସରକାର ତଥା ବ୍ୟବସାୟକୁ ପ୍ରଭାବିତ କରୁଥିବାରୁ ଏବେ ଯାଞ୍ଚ ଘେରକୁ ଆସିଗଲେଣି। ସେମାନଙ୍କର ଏକଚାଟିଆ ବ୍ୟବସାୟିକ ନୀତି ଯୋଗୁ ପ୍ରତିଯୋଗିତା ପ୍ରାୟ ଶେଷ ହୋଇଗଲାଣି। ପରିସ୍ଥିତି ଏପରି ହେଲାଣି ଯେ, ଟ୍ରମ୍ପ ପ୍ରଶାସନ ନିକଟରେ ସେମାନଙ୍କର ପକ୍ଷଚ୍ଛେଦନ ପାଇଁ ଦାବି ଜୋର୍‌ ଧରିଛି। ଆମେରିକା ସରକାର ମଧ୍ୟ ଏହି ବୃହତ ଟେକ୍‌ କମ୍ପାନୀଙ୍କ କାର୍ଯ୍ୟଶୈଳୀକୁ ନେଇ ସନ୍ତୁଷ୍ଟ ନୁହନ୍ତି। କୌଣସି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଫେସ୍‌ବୁକ, ଗୁଗଲ, ଆମାଜନ ବିରୋଧରେ ବ୍ୟାପକ ତଦନ୍ତ କରିବାକୁ ପ୍ରଶାସନିକ ନିଷ୍ପତ୍ତି ନିଆଯାଇଛି।
ବଢ଼ିଛି ଚିନ୍ତା
ବିଶେଷଜ୍ଞ ଓ ସମାଲୋଚକଙ୍କ କହିବାନୁଯାୟୀ, ଏହି ୪ ବୃହତ ଟେକ୍‌ କମ୍ପାନୀଙ୍କ ଏକଚାଟିଆ ବ୍ୟବହାରକୁ ନେଇ ଯେ କେବଳ ଚିନ୍ତା ବଢ଼ିଛି ତାହା ନୁହେ ଏଥିସହିତ ଗୋପନୀୟତା ଏବଂ ରାଜନୀତି ମଧ୍ୟ ଜଡ଼ିତ ରହିଛି। ଜଷ୍ଟିସ୍‌ ଡିପାର୍ଟମେଣ୍ଟ କେଉଁ କମ୍ପାନୀଗୁଡ଼ିକ ବିରୋଧରେ ଯାଞ୍ଚ କରିବ ସେ ସମ୍ପର୍କରେ ଉଲ୍ଲେଖ କରିନାହିଁ ସତ ତେବେ ଉକ୍ତ ୩ ବୃହତ କମ୍ପାନୀ ଏହାର ଯାଞ୍ଚ ପରିସରରେ ରହିଥିବା ସ୍ପଷ୍ଟ ହୋଇଛି।
କିଭଳି ହୋଇଛନ୍ତି ବିପଦ
ଫେସ୍‌ବୁକ
ସାରା ବିଶ୍ୱରେ ପ୍ରାୟ ୨୭୦ କୋଟି ୟୁଜର ଏହି କମ୍ପାନୀର ମୁଖ୍ୟ ଓ୍ବେବ୍‌ସାଇଟ୍‌କୁ ବ୍ୟବହାର କରୁଛନ୍ତି। ଏହିସହିତ ଏହାର ଦୁଇ ସହଯୋଗୀ କମ୍ପାନୀ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ବାଟ୍ସଆପ୍‌ ମଧ୍ୟ ୟୁଜରଙ୍କୁ ସହାୟତା କରିଚାଲିଛି। ଏହାକୁ ଦୃଷ୍ଟିରେ ରଖିଲେ ଏହା ପ୍ରାୟ ୧୦୦ କୋଟିରୁ ଊର୍ଦ୍ଧ୍ୱ ୟୁଜରଙ୍କ ଡାଟାକୁ ନିୟନ୍ତ୍ରଣ କରୁଛି। ଡାଟାର ଅପବ୍ୟବହାର ସହ ଏହାକୁ ନେଇ ଯେ କାରସାଦି କରି ହେବ ତାହା କେମ୍ବ୍ରିଜ ଆନାଲିଟିକା ଦୁର୍ନୀତିର ପର୍ଦ୍ଦାଫାଶ୍‌ ପରେ ଜଣାପଡିଛି। ଗୋପନୀୟତା ଭଙ୍ଗ କରିବା ଅଭିଯୋଗରେ ବୁଧବାର ଫେଡେରାଲ ଟ୍ରେଡ୍‌ କମିଶନ ଫେସ୍‌ବୁକ୍‌ ବିରୋଧରେ ୫ ବିଲିୟନ ଡଲାର ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥ ଦେବାକୁ କମ୍ପାନୀ ରାଜି ମଧ୍ୟ ହୋଇଯାଇଛି। ସେହିପରି ସିକ୍ୟୁରିଟି ରେଗୁଲେଟରଙ୍କୁ ଭୁଆଁ ବୁଲାଇବା ଅଭିଯୋଗରେ ଏହା ଆହୁରି ୧୦୦ମିଲିୟନ ଡଲାର ଦେବାକୁ ସମ୍ମତି ପ୍ରକାଶ କରିଛି।
ଗୁଗଲ
ବିଶେଷଜ୍ଞଙ୍କ କହିବାନୁଯାୟୀ, ସାରା ବିଶ୍ୱରେ ଭରସାଯୁକ୍ତ ସର୍ଚ୍ଚ ଇଞ୍ଜିନ ଭାବେ ୟୁଜରଙ୍କ ଅତି ପ୍ରିୟ ହୋଇଥିବାରୁ ଅନ୍ୟ ପ୍ରତିଯୋଗୀଙ୍କ ଅପେକ୍ଷା ଗୁଗଲ ନିଜର ଉତ୍ପାଦ, ବିଜ୍ଞାପନ ଆଦିକୁ ନିଜ ଓ୍ବେବ୍‌ସାଇଟ୍‌ରେ ପ୍ରଦର୍ଶନ କରିପାରୁଛି। ସେହିପରି ସ୍ମାର୍ଟଫୋନ ନିର୍ମାତାଙ୍କ ସହ ଷଡଯନ୍ତ୍ର କରି ମୋବାଇଲ ଫୋନ୍‌ରେ ନିଜର ଉତ୍ପାଦ ଓ ବିଜ୍ଞାପନ ପ୍ରଦର୍ଶନ କରୁଥିବା ନେଇ କମ୍ପାନୀ ବିରୋଧରେ ଅଭିଯୋଗ ହୋଇଛି। ଏହାକୁ ନେଇ ଯାଞ୍ଚ ମଧ୍ୟ ହୋଇଛି। ଏହାଛଡ଼ା ଗୁଗଲ ପକ୍ଷରୁ ବିଜ୍ଞାପନ ପ୍ରଦର୍ଶନ ସବୁଠୁ ବଡ଼ ଚିନ୍ତାର ବିଷୟ ହୋଇଛି। ଏହି କାରଣରୁ କମ୍ପାନୀ ବିରୋଧରେ ଅବିଶ୍ୱାସ ଅଭିଯୋଗ ଆଣି ୟୁରୋପୀୟ ୟୁନିୟନ ୮ ବିଲିୟନ ଡଲାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି।
ଆମାଜନ
ବିଶ୍ୱର ବହୁ ଦେଶରେ ଆମାଜନ ଇ-କମର୍ସ ବ୍ୟବସାୟରେ ପ୍ରାଧାନ୍ୟ ବିସ୍ତାର କରିଛି। ଏହା ଡାଟାକୁ ବ୍ୟବହାର କରି ଥାର୍ଡ ପାର୍ଟି ମର୍ଚ୍ଚାଣ୍ଟଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରିପାରୁଛି। ଫଳରେ ଉଭୟ ଗ୍ରାହକ ଓ ଅନ୍ୟ ପ୍ରତିଯୋଗୀମାନେ ପ୍ରଭାବିତ ହେଉଛନ୍ତି। ଜଣେ କଂଗ୍ରେସ ସାଂସଦଙ୍କ ଅଭିଯୋଗ ଅନୁଯାୟୀ, ଆମାଜନ ନିଜ ବ୍ରାଣ୍ଡରେ ବିଶିଷ୍ଟ କଳାକାରଙ୍କ ଦ୍ୱାରା ନିର୍ମିତ ସାମଗ୍ରୀର ପ୍ରତିରୂପ ବଜାରକୁ ଛାଡୁଛି ଏବଂ ଗ୍ରାହକଙ୍କୁ ନିଜ ଉତ୍ପାଦ ସହ ଯୋଡୁଛି। ଆମାଜନ ରିଟେଲ ଉଦ୍ୟୋଗକୁ ନଷ୍ଟ କରିଦେଉଛି ବୋଲି ୟୁଏସ୍‌ ଟ୍ରେଜେରୀ ସଚିବ ଷ୍ଟିଭ୍‌ ଏମ୍‌ନୁଚିନ ଅଭିଯୋଗ କରିଛନ୍ତି।
କ’ଣ ହେବ ତଦନ୍ତ
ଏମାନଙ୍କ ବିରୋଧରେ ବିଭିନ୍ନ ଦୃଷ୍ଟିକୋଣରୁ ଯାଞ୍ଚ କରିବା ଲାଗି ୟୁଏସ୍‌ ଡିପାର୍ଟମେଣ୍ଟ ଘୋଷଣା କରିଛି। ବ୍ୟବସାୟ କ୍ଷେତ୍ରରେ ସେମାନେ ପ୍ରତିଯୋଗିତାକୁ ନଷ୍ଟ କରିଦେବା ଲାଗି ଉଦ୍ୟମ କରୁଛନ୍ତି କି, ସେ ସମ୍ପର୍କରେ ଯାଞ୍ଚ ହେବ ବୋଲି ଡିପାର୍ଟମେଣ୍ଟ କହିଛି। ଏହି ଅନ୍‌ଲାଇନ ମାର୍କେଟିଂ କମ୍ପାନୀଗୁଡ଼ିକ କିଭଳି ଦିନକୁ ଦିନ କ୍ଷମତା ବୃଦ୍ଧି କଲେ, ପ୍ରତିଯୋଗିତାକୁ ଶେଷ କରିଦେବା ଲାଗି ସେମାନେ କେଉଁ ରଣନୀତି ଆପଣାଇଲେ, ଇନୋଭେଶନକୁ କିପରି ଭାବେ ଶ୍ୱାସରୁଦ୍ଧ କରାଯାଉଛି ଆଦି ସମ୍ପର୍କରେ ତଦନ୍ତ ହେବ ବୋଲି କୁହାଯାଇଛି। ଆମେରିକା ଡିପାର୍ଟମେଣ୍ଟ ଅଫ୍‌ ଜଷ୍ଟିସ୍‌ ଆଣ୍ଟିଟ୍ରଷ୍ଟ ଡିଭିଜନ ପକ୍ଷରୁ କୁହାଯାଇଛି ଯେ, ଏହି କମ୍ପାନୀଗୁଡ଼ିକ ନିଜର କ୍ଷମତାର ପ୍ରୟୋଗ କରି ପ୍ରତିଯୋଗିତାକୁ କୋଣଠେସା କରୁଛନ୍ତି କିନା ଯାଞ୍ଚ ହେବ। ସେହିପରି ଗୁଗଲ, ଫେସ୍‌ବୁକ୍‌, ଆମାଜନ ଓ ଆପଲ ଦ୍ୱାରା ଗ୍ରହଣ କରାଯାଉଥିବା ଆକ୍ରମଣାମତ୍କ ବ୍ୟବସାୟିକ ବ୍ୟବସ୍ଥା ସମ୍ପର୍କରେ ୟୁଏସ୍‌ ଲେଜିସଲେଟିଭ କମିଟି ସ୍ବତନ୍ତ୍ର ଭାବେ ଯାଞ୍ଚ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

କଟକରେ ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ: ଉଦଘାଟନ କରିବେ ରବିନା ଟଣ୍ଡନ, ଅର୍ଚ୍ଚିତା

ଭୁବନେଶ୍ୱର,୬।୫( (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅରୁନ୍ଧତୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ କଟକର କ୍ୟାଣ୍ଟନମେଣ୍ଟ ଛକଠାରେ ଖୋଲିବାକୁ ଯାଉଛି। ଏପରିକି ଆଜି...

ଏପ୍ରିଲ୍‌ରେ ୫,୪୧,୯୪୬ ୟୁନିଟ ଗାଡ଼ି ବିକ୍ରି

ଭୁବନେଶ୍ୱର,୬।୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଚଳିତ ଆର୍ଥିକ...

ବଜାରରେ ବାଗୀର ନୂତନ ଉତ୍ପାଦ

ଭୁବନେଶ୍ୱର,୬।୫: ବଜାଜ୍‌ ଆଲିଆଞ୍ଜ୍‌ ଜେନେରାଲ ଇନ୍‌ସ୍ୟୁରାନ୍ସ (ବିଏଜିଆଇ ବା ବାଗୀ)ର ନୂତନ ଉତ୍ପାଦ ‘ପ୍ରିଭେ’ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଏକ ବର୍ଦ୍ଧିତ ଏବଂ...

ଦେଶରେ ଦୈନିକ ଖୋଲୁଛି ୫୦୦ରୁ ଅଧିକ କମ୍ପାନୀ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଦେଶରେ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଲୋକମାନେ ଚାକିରି ଖୋଜିବା ପରିବର୍ତ୍ତେ କିପରି ନିଯୁକ୍ତି ପ୍ରଦାନ କରିପାରିବେ ସେ ଦିଗ ପ୍ରତି ଗୁରୁତ୍ୱ...

ପେଟିଏମ୍‌କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୫।୫ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପରେ ପେଟିଏମକୁ ଆଉ ଏକ ଝଟ୍‌କା ଲାଗିଛି। କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri