ବ୍ରହ୍ମପୁର ଅଫିସ,୮ା୧୧-ସଦର ଥାନା ଅନ୍ତର୍ଗତ ଫୁଲଟା ଗ୍ରାମର ମୟ ଓରଫ ମହେଶ୍ୱର ସାସମାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ସାହୁଙ୍କ ସମେତ ୧୮ ଅଭିଯୁକ୍ତଙ୍କୁ ଜୁନ ୧୯ରେ ଗଞ୍ଜାମ ଜିଲା ଅତିରିକ୍ତ ଜଜ (ଏଡିଜେ)-୧ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ଅଭିଯୁକ୍ତମାନଙ୍କ ପକ୍ଷରୁ ଆଇନଜୀବୀ ଶିଶିର ପାଢ଼ୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ସମସ୍ତ ୧୮ ଅଭିଯୁକ୍ତଙ୍କୁ ଜାମିନ ଦେବା ପାଇଁ ପୂର୍ବରୁ ଉକ୍ତ ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରିଥିବା ଏଡିଜେ-୧ କୋର୍ଟକୁ ନିର୍ଦ୍ଦେଶ କରିଥିଲା। ସେ ଅନୁଯାୟୀ ମୁଦାଲାଙ୍କ ପକ୍ଷରୁ ମକଦ୍ଦମା ଲଢ଼ୁଥିବା ଆଇନଜୀବୀ ଶିଶିର ପାଢ଼ୀ ଉକ୍ତ କୋର୍ଟରେ ହାଇକୋର୍ଟ ଅର୍ଡର ଦାଖଲ କରିଥିଲେ। ଏଡିଜେ-୧ ପ୍ରସନ୍ନ ପଣ୍ଡା ଉକ୍ତ ମାମଲାର ୧୮ ଅଭିଯୁକ୍ତଙ୍କୁ ପ୍ରତ୍ୟେକେ ୩୦ ହଜାର ଟଙ୍କାର ବଣ୍ଡ ଓ ୨ ଜଣ ଜାମିନଦାର ଦେଇ ଜାମିନରେ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଅଭିଯୁକ୍ତଙ୍କ ପକ୍ଷରୁ ଏହା ପ୍ରଦାନ କରାଯାଇଥିବା ବେଳେ ସନ୍ଧ୍ୟାରେ ସେମାନେ ମଣ୍ଡଳ କାରାଗାରରୁ ମୁକୁଳିଥିବା ତାଙ୍କ ଓକିଲ ପାଢ଼ୀ ସୂଚନା ଦେଇଛନ୍ତି।
ପ୍ରକାଶଯେ, ୨୦୦୭ ମେ ୧୨ରେ ଫୁଲଟା ଗ୍ରାମର ମହେଶ୍ୱରଙ୍କୁ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିଲା। ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୭୩/୦୭ରେ ଲାଞ୍ଜିପଲ୍ଲୀର ସନ୍ତୋଷ ସାହୁଙ୍କ ସମେତ ତାଙ୍କ ୧୮ ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେମାନେ ଜାମିନରେ ଛାଡ ପାଇଥିଲେ।
ଘଟଣାର ୧୨ ବର୍ଷ ପରେ ଏଡିଜେ-୧ ସଞ୍ଜୟ କୁମାର ସାହୁଙ୍କ କୋର୍ଟରେ ଜୁନ ୧୯ରେ ଉକ୍ତ ମାମଲାର ଶୁଣାଣି ହୋଇଥିଲା। ପ୍ରମାଣ ମିଳିବାରୁ ଏଡିଜେ ବିଚାରପତି ସମ୍ପୃକ୍ତ ୧୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ମୃତ ମହେଶ୍ୱରଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All
ଜଙ୍ଗଲରୁ ମିଳିଲା ହାତୀଛୁଆର ମୃତଦେହ, ଆଭ୍ୟନ୍ତରୀଣ କନ୍ଦଳରୁ…
ରିଆମାଳ,୨୦ା୧୧(ବଦ୍ରି ନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗଦଗଦା ଗ୍ରାମ ନିକଟସ୍ଥ ରମ୍ଭା ଦେବୀ ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ଏକ…
ସୁନାର ଫସଲ ଉଜୁଡି ଯିବା ଆଶଙ୍କାରେ ଚାଷୀ ଆତଙ୍କିତ, ଘାରିଛି ଋଣ ଚିନ୍ତା
ପଟ୍ଟାମୁଣ୍ଡାଇ,୨୦ା୧୧(କଳ୍ପତରୁ ନାୟକ): ସାମୁଦ୍ରିକ ଝଡ଼ ଅକ୍ୱାନ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ବର୍ଷା ଓ ପବନ ଆରମ୍ଭ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ…
ମାଣ୍ଡୁବାଡ଼ିରେ ପାଣି ପାଇଁ ଉତ୍ତେଜନା: କୂଅରେ କୁକୁର ମୃତଦେହ ଫିଙ୍ଗିଦେଲେ ଦୁର୍ବୃତ୍ତ
ଦାରିଙ୍ଗବାଡ଼ି,୨୦।୧୧(ଅରୁଣ ସାହୁ): ଗୋଟିଏ ପଟେ ବାତ୍ୟା ‘ଅକ୍ୱାନ’କୁ ନେଇ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଥିବା ବେଳେ ଅନ୍ୟପଟେ ପିଇବା ପାଣି କୂଅରେ କୁକୁରର ମୃତଦେହ ଫିଙ୍ଗିଦେବା ଘଟଣାକୁ ନେଇ…
ନିଖୋଜ ସନ୍ତୋଷଙ୍କ ମିଳିଲା ମୃତଦେହ: ଖେଳିଗଲା ଶୋକର ଛାୟା
ଗୁଡାରି,୨୦।୧୧(ପ୍ରମୋଦ କୁମାର ପତି): ଗତ ୧୮ ତାରିଖ ଅପରାହ୍ନରୁ ନିଖୋଜ ଥିବା ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଞ୍ଚାୟତର ମେରିଆପାଙ୍ଗା ଗ୍ରାମର ଯୁବକ ସନ୍ତୋଷ…
ଅକ୍ବାନ ପ୍ରଭାବରେ ଦିଗପହଣ୍ଡି ଜଳବନ୍ଦୀ, ବସ୍ଷ୍ଟାଣ୍ଡ ସମେତ ବିଭିନ୍ନ ସାହିରେ ପଶିଲା ନର୍ଦ୍ଦମା ପାଣି
ଦିଗପହଣ୍ଡି,୨୦।୧୧(ଅଶେଷ ନାଥ ମିଶ୍ର): ଅକ୍ୱାନ ପ୍ରଭାବରେ ଦିଗପହଣ୍ଡିରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଶୁକ୍ରବାର ଦିଗପହଣ୍ଡି ସହର ଉବୁ ଟୁବୁ…
ବାବୁବନ୍ଧ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ଧକ୍କାରେ ଜେଜେ-ନାତିଙ୍କ ମୃତ୍ୟୁ
ସମ୍ବଲପୁର,୨୦।୧୧(ପ୍ରମୋଦ ବହିଦାର): ଶୁକ୍ରବାର ସକାଳୁ ସକାଳୁ ଜାତୀୟ ରାଜପଥ(୫୩)ର ବାବୁବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜେଜେ ଏବଂ ତାଙ୍କର…
‘ଅର୍ଣ୍ଣବ’ ତୁଳନାରେ ‘ଅକ୍ୱାନ’ରେ ବର୍ଷା ପରିମାଣ ବହୁତ କମ: ସର୍ବାଧିକ ୬୭ ମିମି ବର୍ଷା ରେକର୍ଡ
ଦାରିଙ୍ଗବାଡ଼ି, ୨୦।୧୧ (ଅରୁଣ ସାହୁ): ବାତ୍ୟା ‘ଅକ୍ୱାନ’କୁ ମୁକାବିଲା କରିବା ପାଇଁ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ତେବେ ଗୁରୁବାରଠାରୁ ଶୁକ୍ରବାର ସକାଳ…
ଅଧରାତିରେ ଗାଁରେ ପହଞ୍ଚିଲେ ବିଡିଓ-ତହସିଲଦାର: ବାତ୍ୟା ‘ଅକ୍ୱାନ’ ମୁକାବିଲା ପାଇଁ କେସିଙ୍ଗା ପ୍ରଶାସନ ତତ୍ପର
କେସିଙ୍ଗା, ୨୦।୧୧ (ତୁମେଶ୍ୱର ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକ୍ୱାନ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲାରେ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି।…

