ମୋବାଇଲ ଅଛି, ନେଟଓ୍ବର୍କ ନାହିଁ: ଅପହଞ୍ଚ ଇଲାକାରେ ମୋବାଇଲ ଫୋନ ସେବା ବିଚ୍ଛିନ୍ନ

ଲେଫ୍ରିପଡା,୧୦।୧(ଡି.ଏନ.ଏ) -ସୁନ୍ଦରଗଡ ଜିଲା ଲେଫ୍ରିପଡା ବ୍ଲକ୍‌ ଅନ୍ତର୍ଗତ ରାଜବାହାଲ ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ। ଏହା ଦୁର୍ଗମ ପାହାଡି ଅଞ୍ଚଳରେ ରହିଥିବା ବେଳେ ଅଞ୍ଚଳବାସୀ ମୋବାଇଲ ଫୋନ ସେବା ପାଇବାରୁ ବଞ୍ଚିତ ରହିଛନ୍ତି। ରାଜବାହାଲ ପଞ୍ଚାୟତରେ କୁଆଘରା, ବାନିକଛାର, ଠିଠେଇଟାଙ୍ଗର, କହଚୁଆଁ, ବଲଦବନ୍ଧା, ହଲଦୀଖୋଲ, ବିଲେଇବାହାଲ, ଜୁନିଆନି, ବନଡେଗା, ତାରାଗଡ, ରାଜବାହାଲ, ତେଲେନପାଲି, ବୁଟ୍ରାକଛାର, ଆମଟପାନି, ଲଛମନପାଁ ରାଜସ୍ବଗ୍ରାମ ଭାବେ ରହିଛି। ଐତିହାସିକ ସ୍ଥଳୀ ଉଷାକୋଠୀ ମଧ୍ୟ ରହିଛି। ବର୍ତ୍ତମାନ ଦେଶରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ମେକ୍‌ ଇନ୍‌ ଇଣ୍ଡିଆ ଏବଂ ମେକ୍‌ ଇନ୍‌ ଓଡିଶା ଗଠନ ସକାଶେ ପ୍ରଯୁଚ୍ଛିବିଦ୍ୟା ପ୍ରୟୋଗ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରିଚାଲିଛନ୍ତି। ଯାହା ଦ୍ୱାରା ଜନସାଧାରଣ ମୋବାଇଲ ଦ୍ୱାରା ବ୍ୟବହାର କରି ବିଭିନ୍ନ ସେବା ପାଇପାରୁଥିବା ବେଳେ ରାଜବାହାଲ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ହୋଇଛି। ବର୍ତ୍ତମାନ ଦେଶରେ ହ୍ବାଟ୍‌ସଅପ୍‌ ଏବଂ ସୋସିଆଲ ମିଡିଆର ବ୍ୟବହାର ଦ୍ରୁତଗତିରେ ବଢି ଚାଲିଥିବା ବେଳେ ଏଠାରେ ଆଦିବାସୀ ଅଧ୍ୟୁଷିତ ଜନସାଧାରଣଙ୍କ ପାଇଁ ସାତସପନ ହୋଇ ରହିଛି ସୋସିଆଲ ମିଡିଆ ଏବଂ ମୋବାଇଲର ବ୍ୟବହାର। ପ୍ରାୟ ଦୁଇ ବର୍ଷ ପୂର୍ବରୁ ଅଞ୍ଚଳବାସୀଙ୍କ ପାଇଁ ମୋବାଇଲ ସେବା ପ୍ରଦାନ କରିବା କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ବଳଦବନ୍ଧା ଗୀର୍ଜା ପଡାଠାରେ ବିଏସ୍‌ଏନ୍‌ଏଲ୍‌ର ଏକ ଟାଓ୍ବାର ନିର୍ମାଣ କରାଯାଇ ଅଧାପନ୍ତରିଆ ହୋଇ ପଡିରହିଛି। ଟାଓ୍ବାର ନିର୍ମାଣ ସମୟରେ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ମୋବାଇଲ ସେବା ପାଇବା ଲାଗି ପ୍ରବଳ ଆଶା ଓ ଉତ୍କଣ୍ଠା ପ୍ରକାଶ ପାଇଥିଲା। ପ୍ରତ୍ୟେକ ପରିବାରରେ ମୋବାଇଲ ଫୋନ୍‌ କିଣି ରଖି ଥିଲେ। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ବିଏସ୍‌ଏନ୍‌ଏଲ୍‌ କମ୍ପାନୀ ପକ୍ଷରୁ କୌଣସି ସେବା ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇ ନାହିଁ। ଅଞ୍ଚଳର ଜନସାଧାରଣ ବର୍ତ୍ତମାନ କୌଣସି ସ୍ଥାନକୁ ଯୋଗାଯୋଗ କରିବା ପାଇଁ ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନକୁ ଯାଇ ପାହାଡ ଉପରେ ପଥରରେ ବସି କିମ୍ବା ଗଛ ଉପରେ ରହି ମୋବାଇଲ ବ୍ୟବହାର କରିଥାନ୍ତି। ମୋବାଇଲ ସେବା ପାଇବା ପାଇଁ ବହୁତ ଥର ବିଏସ୍‌ଏନ୍‌ଏଲ୍‌ କମ୍ପାନୀର ଅଧିକାରୀଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁବିଧା ହୋଇ ପାରୁନାହିଁ ବୋଲି ଅଞ୍ଚଳର ଜନସାଧାରଣ ପ୍ରକାଶ କରିଛନ୍ତି। ଏ ଦିଗରେ ବିଏସ୍‌ଏନ୍‌ଏଲ୍‌ କମ୍ପାନୀର ବିଭିନ୍ନ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ଅନ୍ୟପକ୍ଷରେ ରାଜବାହଲ ପଞ୍ଚାୟତର ଜନସାଧାରଣଙ୍କ ସକାଶେ ମୋବାଇଲ ସେବା ପ୍ରଦାନ ଦିଗରେ ସ୍ଥାନୀୟ ଜିଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ

ଲଡର୍‌ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍‌…

ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

ଚଞ୍ଚକତା କରି ଭାରପ୍ରଧାନ ଶିକ୍ଷକଙ୍କୁ ବଦଳି ଅଭିଯୋଗ, ଅଭିଭାବକ ମହଲରେ ଅସନ୍ତୋଷ

ହାଟଡିହୀ,୧୯ା୭(ଶୁଭକାନ୍ତ ନାୟକ): ଚଳିତ ଜୁଲାଇ ମାସ ଗତ ୧୦ ତାରିଖରେ ଡ଼ିଏଲଟିସି ବୈଠକ ବସିଥିଲା । ଏହି ବୈଠକ ଜିଲା ସ୍ତରରେ ଅନୁଷ୍ଠିତ ହୋଇଥାଏ । ବୈଠକରେ…

ଶ୍ରୀକ୍ଷେତ୍ରରୁ ଭଟଲି ଆସିଲା ତିନି ରଥର ଚକ; ପାଛୋଟି ଆଣିଲେ ହଜାର ହଜାର ଭକ୍ତ, ବିଧାୟକ କହିଲେ…

ବରଗଡ଼,୨୦।୭(ପ୍ରେମାନନ୍ଦ ଖମାରୀ): ପୁରୀ ଧାମରୁ ଭଟଲି ଦଧିବାମନ ଧାମକୁ ରବିବାର ତିନି ରଥର ଚକ ପହଞ୍ଚିଛି । ଶ୍ରୀକ୍ଷେତ୍ର ପୁରୀର ଏହି ତିନି ରଥର ଚକକୁ ଭବ୍ୟ…

ଭାଜପାରେ ମିଶିବା ଚର୍ଚ୍ଚା ଭିତରେ ବଡ଼ କଥା କହିଦେଲେ ବିକ୍ରମ ଆରୁଖ, ‘ବିଜେଡିରେ..’

ଭୁବନେଶ୍ବର,୧୯ା୭: ବିଜେଡିର ବରିଷ୍ଠ ନେତା ବିକ୍ରମ ଆରୁଖ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ବର୍ତ୍ତମାନ ସେ ମୁହଁ ଖୋଲି ଚର୍ଚ୍ଚାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri