ନବରଙ୍ଗପୁର,୧୦।୧(ବି.ପ୍ର.)- ମଣ୍ଡିରେ ଚାଷୀଙ୍କ ସ୍ବାଥର୍ର୍ ପ୍ରତି ଦୃଷ୍ଟି ଦିଆଯିବ। ଠିକ ସମୟରେ ଧାନ ମଣ୍ଡିରୁ ଉଠିବ ଓ ସରକାରୀ ଧାର୍ଯ୍ୟ ମୂଲ୍ୟ ଚାଷୀ ପାଇବେ । ଏହା ସରକାର ଚିନ୍ତା କରୁଛନ୍ତି। ତେବେ କେତେ ଜଣ ଲ୍ୟାମ୍ପ୍ସ କର୍ମଚାରୀ ବ୍ୟବସାୟୀଙ୍କ ସହ ହାତ ମିଶାଇ ଚଞ୍ଚକତା କରୁଛନ୍ତିି ା ମଣ୍ଡି ବନ୍ଦ ହେବା ଦିନ ୩ ଶହ କୁଇଣ୍ଟାଲ ଧାନ ଲ୍ୟାମ୍ପସ ଏମଡିଙ୍କ ଅଜାଣତରେ କିଣା ହୋଇଛି। ଏହିଭଳି ଏକ ଘଟଣା ନବରଙ୍ଗପୁର ଜିଲା ତେନ୍ତୁଳିଖଣ୍ଟିି ଲ୍ୟାମ୍ପ୍ସରେ ହୋଇଥିବା ଜଣାପଡିଛି। ଲ୍ୟାମ୍ପ୍ସ ଅଧୀନ ପୂଜାରିଗୁଡା, ଲମତାଗୁଡା ଓ ମଂଚାଗାଁରେ ଧାନ ମଣ୍ଡି ବ୍ୟବସ୍ଥା ଗ୍ରହଣ କରାଯାଇଛି ା ପୂଜାରିଗୁଡା ଠାରେ ରବିବାର ଓ ମଙ୍ଗଳବାର, ଲମତାଗୁଡା ଠାରେ ଗୁରୁବାର ଓ ମଂଚାଗାଁ ଠାରେ ଶୁକ୍ରବାର ମଣ୍ଡି ବ୍ୟବସ୍ଥା ରହିଛି ା ବର୍ଷା ପାଗ ଯୋଗୁ ଗତ ୫ ତାରିଖରେ ପୂଜାରିଗୁଡା ଠାରେ ଧାନ ମଣ୍ଡି ବନ୍ଦ ରହିଥିଲା ା ମଣ୍ଡି ବନ୍ଦ ରହିଥିବା ସତ୍ତ୍ୱେ ଏମଡିଙ୍କ ଅଜାଣତରେ ଲ୍ୟାମ୍ପସ କର୍ମଚାରୀ ମହେଶ୍ୱର ନାୟକ ୩ଶହ କୁଇଣ୍ଟାଲ ଧାନ କିଣିଛନ୍ତି। ଲ୍ୟାମ୍ପସ କୋଷାଧ୍ୟକ୍ଷ ରାମକୃଷ୍ଣ ପାଢୀଙ୍କ ସ୍ତ୍ରୀ ପରମିତା ସାବତଙ୍କ ନାଁରେ ୧୪୩ କୁଇଣ୍ଟାଲ , ଦିଗିସଲପା ଗାଁର ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ନାମରେ ୧ଶହ କୁଇଣ୍ଟାଲ ଓ ବଂଶିଧର ପ୍ରଧାନଙ୍କ ନାମରେ ୫୮ କୁଇଣ୍ଟାଲ ଧାନ କିଣାଯାଇଛି ା ବୈରାଗୀ ଟ୍ରେଡର୍ସକୁ ୩ଶହ କୁଇଣ୍ଟାଲ ଧାନ ଦିଆଯାଇଥିବା ଅନଲାଇନ ମାଧ୍ୟମରେ ଦର୍ଶାଯାଇଛି ା ଚାଷୀଙ୍କ ଆଖି ସ୍କାନ ହୋଇନଥିବା ସତ୍ତ୍ୱେ କିଭଳି ଧାନ କିଣା ଓ ଯୋଗାଣ ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଅନ୍ୟପକ୍ଷେ ଉକ୍ତ ଚାଷୀ କିଭଳି ବିକ୍ରୀ ଧାନର ଅର୍ଥ ପାଇବେ ତାହା ମଧ୍ୟ ଏକ ବଡ ପ୍ରଶ୍ନବାଚୀ ହୋଇଛି ା ପୂଜାରିଗୁଡା ଧାନ ମଣ୍ଡି ବନ୍ଦ ଥିବା ଦିନ କୋଷାଧ୍ୟକ୍ଷ ରାମକୃଷ୍ଣଙ୍କ ଚାପରେ ୩ଶହ କୁଇଣ୍ଟାଲ ଧାନ ଅନଲାଇନ ମାଧ୍ୟମରେ ମହେଶ୍ୱର କିଣିଥିବା କହିଛନ୍ତି। ଲ୍ୟାମ୍ପସ ଏମଡି ନରେନ୍ଦ୍ର ଚନ୍ଦ୍ର ଦାଶଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ବର୍ଷା ପାଗ ଯୋଗୁଁ ୫ ତାରିଖରେ ମଣ୍ଡି ବନ୍ଦ କରିବାକୁ ନୋଟିସ କରିଥିଲି।ଏମଡିଙ୍କ ଅଜାଣତରେ ଓ ବିନା ସୂଚନାରେ ଲ୍ୟାମ୍ପସର ପାସ ୱାର୍ଡ ବ୍ୟବହାର କରି ମହେଶ୍ୱର ଧାନ କିଣିଛନ୍ତି ା ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଇମେଲ ମାଧ୍ୟମରେ ଜଣାଇଛି ବୋଲି କରିଛନ୍ତି ା ଅନ୍ୟ ପକ୍ଷେ ଲ୍ୟାମ୍ପସ ସଭାପତି ଅଖିଳ ଭତରା ଏଭଳି କର୍ମଚାରୀଙ୍କୁ ଲ୍ୟାମ୍ପ୍ସରୁ ବହିଷ୍କାର କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, ନବରଙ୍ଗପୁର View All
ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ
ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…
ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍ ଘଟିଲା…
ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…
ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର
ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…
ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…
ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…
୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…
ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…
ଓରାଙ୍ଗ୍ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍ଟିଏଫ୍
ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…
ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍ ପାଣିଗ୍ରାହୀ
ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…
ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…
ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

