ମୋବାଇଲ ଅଛି, ନେଟଓ୍ବର୍କ ନାହିଁ: ଅପହଞ୍ଚ ଇଲାକାରେ ମୋବାଇଲ ଫୋନ ସେବା ବିଚ୍ଛିନ୍ନ

ଲେଫ୍ରିପଡା,୧୦।୧(ଡି.ଏନ.ଏ) -ସୁନ୍ଦରଗଡ ଜିଲା ଲେଫ୍ରିପଡା ବ୍ଲକ୍‌ ଅନ୍ତର୍ଗତ ରାଜବାହାଲ ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ। ଏହା ଦୁର୍ଗମ ପାହାଡି ଅଞ୍ଚଳରେ ରହିଥିବା ବେଳେ ଅଞ୍ଚଳବାସୀ ମୋବାଇଲ ଫୋନ ସେବା ପାଇବାରୁ ବଞ୍ଚିତ ରହିଛନ୍ତି। ରାଜବାହାଲ ପଞ୍ଚାୟତରେ କୁଆଘରା, ବାନିକଛାର, ଠିଠେଇଟାଙ୍ଗର, କହଚୁଆଁ, ବଲଦବନ୍ଧା, ହଲଦୀଖୋଲ, ବିଲେଇବାହାଲ, ଜୁନିଆନି, ବନଡେଗା, ତାରାଗଡ, ରାଜବାହାଲ, ତେଲେନପାଲି, ବୁଟ୍ରାକଛାର, ଆମଟପାନି, ଲଛମନପାଁ ରାଜସ୍ବଗ୍ରାମ ଭାବେ ରହିଛି। ଐତିହାସିକ ସ୍ଥଳୀ ଉଷାକୋଠୀ ମଧ୍ୟ ରହିଛି। ବର୍ତ୍ତମାନ ଦେଶରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ମେକ୍‌ ଇନ୍‌ ଇଣ୍ଡିଆ ଏବଂ ମେକ୍‌ ଇନ୍‌ ଓଡିଶା ଗଠନ ସକାଶେ ପ୍ରଯୁଚ୍ଛିବିଦ୍ୟା ପ୍ରୟୋଗ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରିଚାଲିଛନ୍ତି। ଯାହା ଦ୍ୱାରା ଜନସାଧାରଣ ମୋବାଇଲ ଦ୍ୱାରା ବ୍ୟବହାର କରି ବିଭିନ୍ନ ସେବା ପାଇପାରୁଥିବା ବେଳେ ରାଜବାହାଲ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ହୋଇଛି। ବର୍ତ୍ତମାନ ଦେଶରେ ହ୍ବାଟ୍‌ସଅପ୍‌ ଏବଂ ସୋସିଆଲ ମିଡିଆର ବ୍ୟବହାର ଦ୍ରୁତଗତିରେ ବଢି ଚାଲିଥିବା ବେଳେ ଏଠାରେ ଆଦିବାସୀ ଅଧ୍ୟୁଷିତ ଜନସାଧାରଣଙ୍କ ପାଇଁ ସାତସପନ ହୋଇ ରହିଛି ସୋସିଆଲ ମିଡିଆ ଏବଂ ମୋବାଇଲର ବ୍ୟବହାର। ପ୍ରାୟ ଦୁଇ ବର୍ଷ ପୂର୍ବରୁ ଅଞ୍ଚଳବାସୀଙ୍କ ପାଇଁ ମୋବାଇଲ ସେବା ପ୍ରଦାନ କରିବା କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ବଳଦବନ୍ଧା ଗୀର୍ଜା ପଡାଠାରେ ବିଏସ୍‌ଏନ୍‌ଏଲ୍‌ର ଏକ ଟାଓ୍ବାର ନିର୍ମାଣ କରାଯାଇ ଅଧାପନ୍ତରିଆ ହୋଇ ପଡିରହିଛି। ଟାଓ୍ବାର ନିର୍ମାଣ ସମୟରେ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ମୋବାଇଲ ସେବା ପାଇବା ଲାଗି ପ୍ରବଳ ଆଶା ଓ ଉତ୍କଣ୍ଠା ପ୍ରକାଶ ପାଇଥିଲା। ପ୍ରତ୍ୟେକ ପରିବାରରେ ମୋବାଇଲ ଫୋନ୍‌ କିଣି ରଖି ଥିଲେ। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ବିଏସ୍‌ଏନ୍‌ଏଲ୍‌ କମ୍ପାନୀ ପକ୍ଷରୁ କୌଣସି ସେବା ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇ ନାହିଁ। ଅଞ୍ଚଳର ଜନସାଧାରଣ ବର୍ତ୍ତମାନ କୌଣସି ସ୍ଥାନକୁ ଯୋଗାଯୋଗ କରିବା ପାଇଁ ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନକୁ ଯାଇ ପାହାଡ ଉପରେ ପଥରରେ ବସି କିମ୍ବା ଗଛ ଉପରେ ରହି ମୋବାଇଲ ବ୍ୟବହାର କରିଥାନ୍ତି। ମୋବାଇଲ ସେବା ପାଇବା ପାଇଁ ବହୁତ ଥର ବିଏସ୍‌ଏନ୍‌ଏଲ୍‌ କମ୍ପାନୀର ଅଧିକାରୀଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁବିଧା ହୋଇ ପାରୁନାହିଁ ବୋଲି ଅଞ୍ଚଳର ଜନସାଧାରଣ ପ୍ରକାଶ କରିଛନ୍ତି। ଏ ଦିଗରେ ବିଏସ୍‌ଏନ୍‌ଏଲ୍‌ କମ୍ପାନୀର ବିଭିନ୍ନ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ଅନ୍ୟପକ୍ଷରେ ରାଜବାହଲ ପଞ୍ଚାୟତର ଜନସାଧାରଣଙ୍କ ସକାଶେ ମୋବାଇଲ ସେବା ପ୍ରଦାନ ଦିଗରେ ସ୍ଥାନୀୟ ଜିଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪: ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା ସୃଷ୍ଟି...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ ଜନସାଧାରଣଙ୍କୁ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri