ଚଞ୍ଚକତା କରି ଭାରପ୍ରଧାନ ଶିକ୍ଷକଙ୍କୁ ବଦଳି ଅଭିଯୋଗ, ଅଭିଭାବକ ମହଲରେ ଅସନ୍ତୋଷ

ହାଟଡିହୀ,୧୯ା୭(ଶୁଭକାନ୍ତ ନାୟକ): ଚଳିତ ଜୁଲାଇ ମାସ ଗତ ୧୦ ତାରିଖରେ ଡ଼ିଏଲଟିସି ବୈଠକ ବସିଥିଲା । ଏହି ବୈଠକ ଜିଲା ସ୍ତରରେ ଅନୁଷ୍ଠିତ ହୋଇଥାଏ । ବୈଠକରେ ବିଭିନ୍ନ ସ୍କୁଲରେ ଥିବା ଶିକ୍ଷକ ସମସ୍ୟାକୁ ଦୂରୀଭୂତ କରିବା ଲାଗି ଜିଲାର ୧୬୫ ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି । କିନ୍ତୁ ହାଟଡିହୀ ବ୍ଲକ ବଞ୍ଚୋ ବରାହୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଚଞ୍ଚକତା କରାଯାଇ ବଦଳି କରାଯାଇ ଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଅଭିଭାବକଙ୍କ ଅଭିଯୋଗ ଅନୁସାରେ ଏହି ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ପର୍ଯ୍ୟନ୍ତ ୯ ଟି ଶ୍ରେଣୀ ଥିବା ବେଳେ ୫୩ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି । ଏଠାରେ ଆବଶ୍ୟକ ଶିକ୍ଷକ ନଥିବାରୁ ଅଭିଭାବକଙ୍କ ଦାବିକୁ ଗୁରୁତ୍ୱ ଦେଇ ହାଟଡିହୀ ବ୍ଲକ ଶିକ୍ଷା ଅଧିକାରୀଙ୍କ ଚିଠି ନଂ ୨୭୪୧/୨୫ ଜୁଲାଇ ୨୦୨୫ରେ ସିଆରସିସିରୁ ଅବ୍ୟାହତି ନେଇଥିବା ଶିକ୍ଷକ ପ୍ରଦୀପ କୁମାର ଦେହୁରୀଙ୍କୁ ବରାହୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ଦେଇଥିଲେ । ପରବର୍ତ୍ତୀ ସମୟରେ ଚିଠି ନଂ ୩୮୯୬/ ୧୦ ନଭେମ୍ବର ୨୦୨୫ରେ ଶିକ୍ଷକ ପ୍ରଦୀପ ଦେହୁରୀଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ତୁଲାଇବାକୁ ନିର୍ଦେଶ ଦେଇଥିଲେ ।

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଣକ ଦାୟିତ୍ୱ ନିର୍ବାହ କରିବା ସହିତ ତାଙ୍କ ଦରମା ମଧ୍ୟ ବରାହୀ ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟରୁ ହିଁ ପାଉଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଡ଼ିଏଲଟିସି ବୈଠକରେ ଶିକ୍ଷକ ପ୍ରଦୀପ ଦେହୁରୀ ବାଙ୍ଗୋର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଦର୍ଶାଯାଇଥିବା ବେଳେ ଅତ୍ୟଧିକ ଶିକ୍ଷକ ଥିବା କାରଣରୁ ଏଠାରୁ ତାଙ୍କୁ ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି । ଶିକ୍ଷକ ଜଣକ ବରାହୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ ବାଙ୍ଗୋର ସ୍କୁଲରେ କାର୍ଯ୍ୟ କରୁଥିବା କିପରି ଦର୍ଶାଗଲା ତାହା ପରିତାପର ବିଷୟ ସାଜିଛି । କୌଣସି ସ୍ୱାର୍ଥ ଏବଂ ଚାପରେ ଉଦେଶ୍ୟ ମୂଳକ ଭାବେ ଚଞ୍ଚକତା କରାଯାଇ ଏପରି ବଦଳି କରାଯାଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ସୂଚନା ଯୋଗ୍ୟ,ବଞ୍ଚୋ ବରାହୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୯ଟି ଶ୍ରେଣୀ ପାଇଁ ୪ ଜଣ ଶିକ୍ଷୟତ୍ରୀ, ଶିକ୍ଷକ ଥିବାବେଳେ ଜଣେ ଶିକ୍ଷୟତ୍ରୀ ପ୍ରସବ କାଳୀନ ଛୁଟିରେ ରହିଛନ୍ତି। ଏପରିସ୍ଥଳେ ଶିକ୍ଷାଦାନରେ ବାଧା ଉପୁଜିବା ପରିସ୍ଥିତି ସୃଷ୍ଟି ହେବା ସ୍ଵଭାବିକ । ତେଣୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଉକ୍ତ ବଦଳିକୁ ବାତିଲ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି । ଜିଲାପାଳ ଅଭିଭାବକମାନଙ୍କ ଦାବି ପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି । ଘଟଣା ସମ୍ପର୍କରେ ହାଟଡିହୀ ବିଇଓ ରାଜୀବ ଦଳେଇଙ୍କ ସହ ଯୋଗାଯୋଗ କରାଯାଇଥିଲା । କିନ୍ତୁ ସେ ଫୋନ ନଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କୁ ଲାପଟପ ବଣ୍ଟନ: ଶିକ୍ଷାକୁ ସହଜ କରିବାକୁ ଉଦ୍ୟମ

କର୍ଲାମୁଣ୍ଡା,୩।୯(ପ୍ରଦୀପ କୁମାର ସାହୁ):ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ଶିକ୍ଷାକୁ ସହଜ ଓ ଡିଜିଟାଲ ମାଧ୍ୟମରେ ଆହୁରି ସୁଗମ କରିବା ଉଦ୍ଦେଶ୍ୟରେ ଜିଲାପାଳଙ୍କ ପକ୍ଷରୁ ଲାପଟପ ବଣ୍ଟନ କରାଯାଇଛି। ଜିଲାପାଳଙ୍କ ଆବାସିକ…

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ।…

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

ଶ୍ରାଦ୍ଧକାର୍ଯ୍ୟକୁ ଯିବାବେଳେ ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ ଅନ୍ୟ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

୩ ଦିନ ବିତିଗଲାଣି, ମିଳୁନି ରବୀନ୍ଦ୍ରଙ୍କ ପତ୍ତା: କଲେଜ ଯାଉଛି କହି…

ଭଞ୍ଜନଗର,୩।୯(ବାବୁଲା ପ୍ରଧାନ): ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରେ ପାଠ ପଢ଼ିଲେ। ସକାଳୁ କଲେଜ ଯାଉଛି କହି ମୋବାଇଲ ଫୋନ ଘରେ ଛାଡ଼ି ଘରୁ ବାହାରିଥିଲେ। ଏହାପରେ ଛାତ୍ର…

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ

ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା…

ଆକ୍ସନ ମୋଡ୍‌ରେ ବିଇଓ: ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ

ଉଦଳା,୩ା୯(ସନ୍ତୋଷ ବାଛିନୀ): ଆକ୍ସନ ମୋଡ୍‌ରେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri