୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ ଅବହେଳା ପ୍ରକାଶ ପାଇଛି । କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୁଟିଗୁଡ଼ା ଗ୍ରାମରେ ଗତ ୬ ମାସ ତଳେ ଜିଓ କମ୍ପାନୀ ପକ୍ଷରୁ ମୋବାଇଲ ଟାୱାର ସ୍ଥାପନ କରାଯାଇଥିଲେ ହେଁ, ଆଜି ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯାଇ ନାହିଁ। କେବଳ ଟାୱାର ଖୁଣ୍ଟ ଗାଡ଼ି କମ୍ପାନୀ କାମ ଭୁଲିଯାଇଥିବାରୁ ୨୨୦ରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମବାସୀ ଜରୁରୀକାଳୀନ ଯୋଗାଯୋଗ ପାଇଁ ପାହାଡ଼ ଚଢ଼ିବାକୁ ବାଧ୍ୟ ହେଉଛନ୍ତି।

ଏଣୁ ଏହି ଟାୱାରକୁ ତୁରନ୍ତ ଚାଲୁ କରିବା ପାଇଁ ଅଞ୍ଚଳବାସୀ ପ୍ରାଧାନ୍ୟ ଦେଇ ଦାବି କରିଛନ୍ତି । ଗ୍ରାମରେ ନେଟୱାର୍କ ସମସ୍ୟା କେତେ ଜଟିଳ, ତାହାର ଏକ ଚିତ୍ର ଗତ କିଛି ଦିନ ତଳେ ସାମ୍ନାକୁ ଆସିଥିଲା। ଗ୍ରାମର ରାଜେନ୍ଦ୍ର ମାଝୀଙ୍କ ସ୍ତ୍ରୀ ରଞ୍ଜିତା ମାଝୀଙ୍କର ଦ୍ୱିତୀୟ ସନ୍ତାନ ପ୍ରସବ ସମୟରେ ରାତିରେ ଗର୍ଭ ଯନ୍ତ୍ରଣା ହୋଇଥିଲା। ଗ୍ରାମରେ ନେଟୱାର୍କ ନଥିବାରୁ ଲୋକେ ରାତିଅଧରେ ପାହାଡ଼ ଉପରକୁ ଓ ନେଟୱାର୍କ ପଏଣ୍ଟକୁ ଯାଇ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରେ ସଫଳ ହୋଇଥିଲେ। ମାତ୍ର ସେତେବେଳକୁ ବିଳମ୍ବ ହୋଇଯାଇଥିବାରୁ ଏବଂ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚି ନ ପାରିବାରୁ ରଞ୍ଜିତା ବାଧ୍ୟ ହୋଇ ଘରେ ହିଁ ଏକ ଶିଶୁ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରବର୍ତ୍ତୀ ସମୟରେ ସକାଳେ ତାଙ୍କୁ ଏକ ଅଟୋ ଯୋଗେ ମେଡିକାଲ ନିଆଯାଇଥିଲା। ବର୍ତ୍ତମାନ ମାଆ ଓ ଶିଶୁ ସୁସ୍ଥ ଥିଲେ ହେଁ, ଆଗକୁ ଯେପରି କାହା ସହ ଏଭଳି ପରିସ୍ଥିତି ନ ଘଟେ ସେଥିପାଇଁ ଗ୍ରାମରେ ଫୋନ ଟାୱାର କାର୍ଯ୍ୟକ୍ଷମ ହେବା ନିହାତି ଆବଶ୍ୟକ ବୋଲି ଗ୍ରାମବାସୀ ପ୍ରତିକ୍ରିୟା ଦେଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଘୁଟିଗୁଡ଼ା ଗ୍ରାମରେ ପ୍ରଥମେ ଟାୱାର କାମ ଆରମ୍ଭ ହୋଇଥିଲା। ମାତ୍ର ଏହା ପରେ ସଦର ପଞ୍ଚାୟତର ଟିକ୍ରାଗୁଡ଼ା ଠାରେ ଆରମ୍ଭ ହୋଇଥିବା ଟାୱାରଟି ଗତ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେଲା କାର୍ଯ୍ୟକ୍ଷମ ହୋଇସାରିଛି । ବ୍ଲକ ସଦର ମହକୁମାରୁ ମାତ୍ର ୭ କିଲୋମିଟର ଦୂରରେ ଥାଇ ମଧ୍ୟ ଘୁଟିଗୁଡ଼ା ପ୍ରତି ଏଭଳି ପାତରଅନ୍ତର କାହିଁକି କରାଯାଉଛି ବୋଲି ପ୍ରଶ୍ନ ଉଠିଛି ।
ଏହି ବିଳମ୍ବ ପ୍ରତିବାଦରେ ଗ୍ରାମର ବିପି ସିଂହ ମାଝି, ସୁଶାନ୍ତ ନାଏକ, ରାମେଶ୍ୱର ମାଝୀ, ଗଣେଶ୍ୱର ନାଏକ, ରାଜେନ୍ଦ୍ର ମାଝୀ, ଉପେନ୍ଦ୍ର ମାଝୀ, ରାଇସିଂ ମାଝୀ, ଉମାକାନ୍ତ ମାଝୀ, ଡୁମେନ୍ ମାଝୀ ଏବଂ ଚକ୍ରଧର ନାଏକ ପ୍ରମୁଖ ଗଣମାଧ୍ୟମ ସମ୍ମୁଖରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦୁର୍ଗମ ଅଞ୍ଚଳରେ ପ୍ରକୃତ ସୁବିଧା ପହଞ୍ଚାଇବା ପାଇଁ ହେଲେ କେବଳ ଖୁଣ୍ଟ ନୁହେଁ, ବରଂ ତୁରନ୍ତ ଏହି ଟାୱାରକୁ କାର୍ଯ୍ୟକ୍ଷମ କରି ମୋବାଇଲ୍ ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଜିଲା ପ୍ରଶାସନ ଓ ଜିଓ କମ୍ପାନୀ ନିକଟରେ ଜୋରଦାର ଦାବି କରିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କୁ ଲାପଟପ ବଣ୍ଟନ: ଶିକ୍ଷାକୁ ସହଜ କରିବାକୁ ଉଦ୍ୟମ

କର୍ଲାମୁଣ୍ଡା,୩।୯(ପ୍ରଦୀପ କୁମାର ସାହୁ):ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ଶିକ୍ଷାକୁ ସହଜ ଓ ଡିଜିଟାଲ ମାଧ୍ୟମରେ ଆହୁରି ସୁଗମ କରିବା ଉଦ୍ଦେଶ୍ୟରେ ଜିଲାପାଳଙ୍କ ପକ୍ଷରୁ ଲାପଟପ ବଣ୍ଟନ କରାଯାଇଛି। ଜିଲାପାଳଙ୍କ ଆବାସିକ…

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ।…

ବନ୍ୟା ପରେ ତିବ୍ଦତବାସୀଙ୍କୁ ଡରାଇଲା ଭୂମିକମ୍ପ

କାଠମାଣ୍ଡୁ,୩।୯: ନେପାଳ ସୀମା ନିକଟବର୍ତ୍ତୀ ଏକ ସହରରେ ଭୟଙ୍କର ବନ୍ୟା ତାଣ୍ଡବ ରଚିବାର କିଛି ଦିନ ପରେ, ଗୁରୁବାର ତିବ୍ଦତରେ 5.0 ତୀବ୍ରତାର ଭୂମିକମ୍ପ ଆସିଥିଲା। ଜାତୀୟ…

ମନ୍ତ୍ରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ! ଝିଅ ଅଭିଯୋଗ କରିବାରୁ…

ହାଇଦ୍ରାବାଦ,୩।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କୁ ତୁରନ୍ତ କ୍ୟାବିନେଟରୁ ବହିଷ୍କାର କରିଛନ୍ତି; ଏଥିପାଇଁ ରାଜ୍ୟପାଳଙ୍କ ନିକଟକୁ ଏକ ସୁପାରିଶ ପଠାଯାଇଥିଲା। ତେଲଙ୍ଗାନା ବନମନ୍ତ୍ରୀ…

CJPକୁ କାହିଁକି ସମର୍ଥନ କରିଥିଲେ? ସୋନମ ୱାଙ୍ଗଚୁକ୍‌ କଲେ ବଡ଼ ଖୁଲାସା, କହିଲେ ପାକିସ୍ତାନ….

ନୂଆଦିଲ୍ଲୀ,୩ା୯: CJP ଆନ୍ଦୋଳନ ସହ ନିଜର ସମ୍ପର୍କ ଏବଂ ଦଳର ବିଦେଶୀ ସମ୍ପର୍କକୁ ନେଇ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସୋନମ ୱାଙ୍ଗଚୁକ୍‌। ସେ କହିଛନ୍ତି…

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

ଶ୍ରାଦ୍ଧକାର୍ଯ୍ୟକୁ ଯିବାବେଳେ ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ ଅନ୍ୟ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri