ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୫ଜଣଙ୍କୁ ରବିବାର ଅଟକ ରଖାଯାଇଛି। ଅଭିଯୁକ୍ତମାନେ ହେଲେ ହମିଦ ବିବି ଓ ମାଧବ ଭୋଈ। ୩ କଟାଯାଇଥିବା ଗାଈକୁ ଜବତ କରାଯାଇଥିବା ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ମିଶନ କମ୍ପାଉଣ୍ଡ ଓ ଚିନ୍ଦିରି ଗ୍ରାମ ମଝିରେ ଗୋ ହତ୍ୟା ଚାଲିଥିବା ଖବର ପାଇ ଉପନିରୀକ୍ଷକ ମାନସ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲା। ଏହି ସମୟରେ ୩ ଗୋରୁ କଟାଯାଉଥିବା ବେଳେ ସେଗୁଡ଼ିକୁ ଜବତ କରାଯାଇଥିଲା।
ଏ ନେଇ ଟାଉନ ଥାନାରେ ନଂ.୨୦୯/୨୦୨୬ ଓ ନଂ.୨୧୦/୨୦୨୬ରେ ୨ଟି ମାମଲା ରୁଜୁ କରାଯାଇଛି। ମାଜିଷ୍ଟ୍ରେଟ ଭଗବାନ ନାୟକଙ୍କ ଉପସ୍ଥିତିରେ ଚଢ଼ାଉ ହୋଇଥିଲା। ଭେଟେରିନାରୀ ସର୍ଜନ ଡା. ହିମାଂଶୁ ସ୍ବାଇଁଙ୍କ ତତ୍ତ୍ୱାବଧାନରେ ଜବତ ଗାଈର ଅବଶେଷକୁ ନିୟମ ଅନୁଯାୟୀ କିଛି ପୋତି ଦିଆଯାଇ ଓ ଆଉ କିଛି ପୋଡ଼ି ନଷ୍ଟ କରାଯାଇଛି। ଚଢ଼ାଉରେ ଏସ୍‌ଆଇ ଉମେଶ କୁମାର ଧରୁଆ, ରାଜେଶ ପ୍ରିୟଦର୍ଶୀ ନାୟକ, କରୁଣାକର ଶବର, ଏଏସ୍‌ଆଇ ଶେଖ ମୁକ୍ତାଜ, ବାଳକୃଷ୍ଣ ରଥ ଓ ଯୁଧିଷ୍ଠିର ମୁଦୁଲି ପ୍ରମୁଖ ସାମିଲ ରହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାଦ୍ଧକାର୍ଯ୍ୟକୁ ଯିବାବେଳେ ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ ଅନ୍ୟ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ! ୨୨ ଦିନ ଏହି ୪ ରାଶି ପାଇଁ ଖୋଲିବ ଭାଗ୍ୟର ଦ୍ୱାର

ପଞ୍ଚାଙ୍ଗ ଅନୁସାରେ, ସାହସ ଓ ପରାକ୍ରମର କାରକ ଗ୍ରହ ମଙ୍ଗଳ ୨ ସେପ୍ଟେମ୍ବର ୨୦୨୬, ବୁଧବାର ଦିନ ଆର୍ଦ୍ରା ନକ୍ଷତ୍ରରୁ ପୁନର୍ବସୁ ନକ୍ଷତ୍ରରେ ପ୍ରବେଶ କରିଛନ୍ତି ।…

୩ ଦିନ ବିତିଗଲାଣି, ମିଳୁନି ରବୀନ୍ଦ୍ରଙ୍କ ପତ୍ତା: କଲେଜ ଯାଉଛି କହି…

ଭଞ୍ଜନଗର,୩।୯(ବାବୁଲା ପ୍ରଧାନ): ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରେ ପାଠ ପଢ଼ିଲେ। ସକାଳୁ କଲେଜ ଯାଉଛି କହି ମୋବାଇଲ ଫୋନ ଘରେ ଛାଡ଼ି ଘରୁ ବାହାରିଥିଲେ। ଏହାପରେ ଛାତ୍ର…

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ

ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା…

ବଡ଼ ନିଷ୍ପତ୍ତି ନେଲେ ସରକାର; ଅଫିସ୍‌ରେ ବଦଳିବ ମେନ୍ୟୁ! ହଟିବ ଜଙ୍କ ଫୁଡ୍‌

ମୁମ୍ବାଇ,୩ା୯: ଆଧୁନିକ ଜୀବନଶୈଳୀରେ ଜଙ୍କ ଫୁଡ୍‌ର ବଢ଼ୁଥିବା ଚାହିଦା ମଧ୍ୟରେ ମହାରାଷ୍ଟ୍ର ସରକାର ଏବେ ଏହାକୁ ନେଇ କଡ଼ା ପଦକ୍ଷେପ ନେଇଛନ୍ତି । ସରକାରୀ କାର୍ଯ୍ୟାଳୟର କ୍ୟାଣ୍ଟିନ୍‌ରେ…

ଆକ୍ସନ ମୋଡ୍‌ରେ ବିଇଓ: ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ

ଉଦଳା,୩ା୯(ସନ୍ତୋଷ ବାଛିନୀ): ଆକ୍ସନ ମୋଡ୍‌ରେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା…

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri