ମୋଦିଙ୍କୁ ଭାଇ ସମ୍ବୋଧନ କରି ରାକ୍ଷୀ ପଠାଇଲେ ମୁସଲମାନ ମହିଳା: ରାଗିଲେ ମୌଲାନା

ନୂଆଦିଲ୍ଲୀ,୧୧।୮: ତିନ୍‌ ତଲାକକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଯେଉଁ ନିଷ୍ପତ୍ତି ନେଲେ ସେଥିରେ ଉତ୍ସାହିତ ହୋଇ ବାରଣାସୀର ମୁସଲମାନ ମହିଳାମାନେ ମୋଦିଙ୍କ ନିକଟକୁ ନିଜ ହାତ ତିଆରି ରାକ୍ଷୀ ପଠାଇଛନ୍ତି। ଏହାକୁ କେତେଜଣ ମୁସଲମାନ ମୌଲବି ପ୍ରଶଂସା କରିଥିବା ବେଳେ ଆଉ କେତେଜଣ ଏହା ଶସ୍ତା ପ୍ରଚାର ବୋଲି କହିଛନ୍ତି। ତେବେ ମହିଳାମାନଙ୍କର ଯୁକ୍ତି ହେଉଛି ତିନ୍‌ ତଲାକ୍‌ ଭଳି କୁପ୍ରଥାକୁ ମୋଦି ଯେଉଁଭଳି ଭାବେ ହଟାଇ ଦେଇଛନ୍ତି ତାହା କେବଳ ଜଣେ ଭଉଣୀ ପାଇଁ ଭାଇ ହିଁ କରିପାରିବ। ତେଣୁ ତାଙ୍କୁ ଭାଇ ବୋଲି ସମ୍ବୋଧନ କରି ମୁସଲମାନ ମହିଳାମାନେ ନିଜ ହାତରେ ମୋଦିଙ୍କ ଫଟୋ ଲଗାଇ ରାକ୍ଷୀ ତିଆରି କରିବା ସହ ଏହାକୁ ତାଙ୍କ ନିକଟକୁ ପଠାଇଛନ୍ତି। ସେମାନଙ୍କ ମତ ହେଲା ମୋଦି ଆମର ଦୟନୀୟ ସ୍ଥିତି ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ତେଣୁ ସେ କେବଳ ଆମର ନୁହେଁ ଦେଶର ସବୁ ମୁସଲମାନ ମହିଳାଙ୍କର ବଡ ଭାଇ। ଗୁରୁବାର ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଏହା ପୂର୍ବରୁ ମହିଳାମାନେ ରାକ୍ଷୀ ପଠାଇବା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ମୋଦି ବାରଣାସୀର ଏମ୍‌ପି ଭାବେ ଚଳିତ ଲୋକ ସଭା ନିବାଚନରେ ବିଜୟ ଲାଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ପ୍ରବଳ ବର୍ଷାକୁ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ: ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୬।୮: ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ହୋଇଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨…

ଭିତ୍ତିଭୂମି ଅଭାବରେ କ୍ରୀଡ଼ା ବିକାଶ ଦିଗହରା: ଜାତୀୟସ୍ତରରେ ସଫଳତା ସତ୍ତ୍ୱେ ମିଳୁନି ପ୍ରୋତ୍ସାହନ

ଅମରପାଲି,୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଉପଖଣ୍ଡରେ ଭିତ୍ତିଭୂମି ଅଭାବ କାରଣରୁ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଦିଗହରା ହୋଇଛି। ବୀରମହାରାଜପୁର ଏନ୍‌ଏସି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକକୁ…

ପୂର୍ବତନ ବିଧାୟକଙ୍କ ଝିଅଙ୍କୁ ଯୌତୁକ ନିର୍ଯାତନା,ହତ୍ୟା ଉଦ୍ୟମ: ଅଭିଯୁକ୍ତ ସ୍ବାମୀଙ୍କୁ ଅନୁଗୋଳରୁ ଗିରଫ କଲା ପୋଲିସ

ଦେବଗଡ,୬।୮(ଶଶାଙ୍କ ଶେଖର ଝାଙ୍କର) : ଦେବଗଡ ସହରର ଜଣେ ଯୁବତୀଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦେବଗଡ ଥାନା ପୋଲିସ ଅନୁଗୋଳର…

ବୈଭବଙ୍କ ଅବସ୍ଥା ଏଭଳି ହେବ, କରାଇଲେ ସତର୍କ; ଦିଗ୍ଗଜଙ୍କ ବୟାନକୁ ନେଇ କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛନ୍ତି। ଏହା ସହିତ ସେ ଭାରତୀୟ ପୁରୁଷ ଦଳର ସବୁଠାରୁ କମ…

ଗ୍ରହଣ ସମୟରେ ଭଗବାନଙ୍କ ମୂର୍ତ୍ତୀ ଛୁଇଁବାକୁ କାହିଁକି ବାରଣ କରାଯାଏ? ସତ ଜାଣିଲେ…

ଶ୍ରାବଣର ପବିତ୍ର ମାସ ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ଖାସ୍ ବୋଲି ମାନାଯାଏ। ଏହି ସମୟରେ ସାରା ଦେଶର ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ…

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ! ୧୭ ଅଗଷ୍ଟ ପର୍ଯ୍ୟନ୍ତ ରହିବନି କୌଣସି ପ୍ରକାରର ଟେନସନ, ୩ ରାଶିରେ ଟଙ୍କା ବର୍ଷା…

ଗ୍ରହରାଜ ସୂର୍ଯ୍ୟଦେବ, ଅଶ୍ଲେଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାର ସ୍ୱାମୀ ନିଜେ ସ୍ୱୟଂ ବୁଧ ଦେବ ଅଟନ୍ତି । ଏହି ନକ୍ଷତ୍ରରେ ସୂର୍ଯ୍ୟ ଦେବ…

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri