ମେଟ୍ରୋ ଟ୍ରେନ ଯାତ୍ରା ଲାଗି ଆସିବ ଏକକ କାର୍ଡ

ନୂଆଦିଲ୍ଲୀ,୧୬-୬: ମେଟ୍ରୋ ରେଳ ଯାତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଖୁବଶୀଘ୍ର ଏକ ନୂଆ କାର୍ଡ ଆଣିବାକୁ ଯାଉଛନ୍ତି। ଏହାଦ୍ୱାରା ଦେଶର ସମସ୍ତ ମେଟ୍ରୋ ରେଳରେ ଯାତ୍ରା କରିହେବ। ଏହା ପ୍ରଚଳନରେ ଥିବା ଓ୍ବନ୍‌ ନେଶନ-ଓ୍ବନ୍‌ କାର୍ଡଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ଓ୍ବନ୍‌ ନେଶନ-ଓ୍ବନ୍‌ କାର୍ଡ ଲାଗି ଗ୍ରାହକଙ୍କୁ କଓ୍ବୋଇସି ଦାଖଲ କରିବାକୁ ପଡିଥାଏ। ଏହାଛଡ଼ା ଯାତ୍ରୀଙ୍କୁ ମେଟ୍ରୋ ରେଳରେ ଯାତ୍ରା କରିବା ଲାଗି ଟୋକନ ବ୍ୟବସ୍ଥାର ସହାୟତା ନେବାକୁ ପଡିଥାଏ। ତେବେ ନୂଆ ବ୍ୟବସ୍ଥାରେ ଲୋକେ କ୍ୟୁଆର୍‌ କୋଡ୍‌ ଥିବା ପେପର ସ୍ଲିପ୍‌ ବ୍ୟବହାର କରିପାରିବେ। ମିଡିଆ ରିପୋର୍ଟ ଅନୁଯାୟୀ, ଏବେ ଲୋକଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ଲାଗି ସ୍ବତନ୍ତ୍ର କାର୍ଡ ନେବାକୁ ପଡିଥାଏ। ତେବେ ସରକାର ଆଣିବାକୁ ଥିବା ନୂଆ କାର୍ଡକୁ ଦେଶର ଯେକୌଣସି ମେଟ୍ରୋ ନେଟ୍‌ଓ୍ବାର୍କରେ ବ୍ୟବହାର କରିହେବ। କିନ୍ତୁ ଏଥିପାଇଁ କାଉଣ୍ଟରରେ ରିଚାର୍ଜ କରିବାକୁ ପଡିବ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବିଦେଶୀ ଯାତ୍ରୀ ପାସପୋର୍ଟ ଏବଂ ଘରୋଇ ଯାତ୍ରୀ ଆଧାର କାର୍ଡ ଅଥବା ଅନ୍ୟ କୌଣସି ପରିଚୟପତ୍ର ଜରିଆରେ ଏହି କାର୍ଡ ପାଇପାରିବେ। ସରକାର ଏହି କାର୍ଡକୁ ଆସନ୍ତା ୬ ମାସ ମଧ୍ୟରେ ଲଞ୍ଚ କରିବେ। ଏବେ ଓ୍ବନ୍‌ ନେଶନ-ଓ୍ବନ୍‌ କାର୍ଡ ପାଇବା ଲାଗି ଯାତ୍ରୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେମାନଙ୍କୁ କଓ୍ବୋଇସି ଦାଖଲ କରିବା ପରେ ହିଁ ବ୍ୟାଙ୍କ ଏହି କାର୍ଡ ଜାରି କରିଥାଏ। ଦେଖିବାରେ ଏହା ଗୋଟିଏ ଡେବିଟ୍‌ ଅଥବା କ୍ରେଡିଟ୍‌ କାର୍ଡ ଭଳି ଲାଗେ। ଏହି କାର୍ଡ ଜରିଆରେ ଯାତ୍ରା ସହିତ ସପିଙ୍ଗ ମଧ୍ୟ କରିହୁଏ। ଏହି କାର୍ଡର ଡିଜାଇନ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ତିଆରି କରୁଛି। ଡିଜାଇନ ଏବଂ ସମସ୍ତ ସ୍ପେଶିଫିକେଶନକୁ ଏହା ପରେ ସିଡାକ୍‌କୁ ଅର୍ପଣ କରାଯିବ। ଏହି କାର୍ଡକୁ ପରେ ଦେଶର ସମସ୍ତ ମେଟ୍ରୋ ରେଳ ନେଟ୍‌ଓ୍ବାର୍କରେ ଅପ୍‌ଲୋଡ କରାଯିବ।
କାରଣ ବିଭିନ୍ନ ଅଞ୍ଚଳର ମେଟ୍ରୋର ଯାତ୍ରୀ ଭଡ଼ା ଅଲଗା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଦେଶର ସମସ୍ତ ମେଟ୍ରୋ ନେଟ୍‌ଓ୍ବାର୍କ ନିଜର ସ୍ମାର୍ଟ କାର୍ଡ ପ୍ରଚଳନ କରିଛନ୍ତି। ଯାହା କି, କେବଳ ତାଙ୍କର ନେଟ୍‌ଓ୍ବାର୍କରେ ହିଁ ଚାଲିପାରିବ। ଏହାବ୍ୟତୀତ ପ୍ରତ୍ୟେକ ନେଟ୍‌ଓ୍ବାର୍କ ଟୋକନ ଜାରି କରିଥାଏ, ଯେଉଁଥିରେ ଭିନ୍ନତା ରହିଛି। ସ୍ମାର୍ଟ କାର୍ଡ ନ ଥିବା ଯାତ୍ରୀ ଟୋକନ ମାଧ୍ୟମରେ ମେଟ୍ରୋରେ ଯାତ୍ରା କରିଥାନ୍ତି। ଏଭଳି ଯାତ୍ରୀଙ୍କୁ କ୍ୟୁଆର୍‌ କୋଡ୍‌ ଥିବା ପେପର ସ୍ଲିପ୍‌ ଦିଆଯିବ। ଏହାଦ୍ୱାରା ଟୋକନ ହଜିଯିବାର ଭୟ ଦୂର ହେବ। ଯାତ୍ରୀ କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରି ପ୍ରବେଶ ଓ ପ୍ରସ୍ଥାନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?