ମିଳୁନି ଲେ ଆଉଟ୍‌: ହୋଇପାରୁନି ଘର ନିର୍ମାଣ

କେନ୍ଦୁଝର, ୮ା୧୨(ସ୍ବ.ପ୍ର.)-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହ ନୀତି, ଓଡିଶା ପକ୍ଷରୁ ସମସ୍ତ ଗୃହହୀନଙ୍କୁ ଘର ମିଳୁଛି। କିନ୍ତୁ କେନ୍ଦୁଝର ଜିଲା ମୁଖ୍ୟାଳୟରେ ଏହି ଯୋଜନାରେ ହିତାଧିକାରୀଙ୍କୁ ଘର କାଗଜପତ୍ରରେ ମିଳିଛି କିନ୍ତୁ ଘର ନିର୍ମାଣ ହୋଇ ପାରୁନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି ା ଏପରିକି ସହରର ସିଲୁଆଁ ଗ୍ରାମରେ କାଳିଚରଣ ମୁଣ୍ଡାଙ୍କୁ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ କାର୍ଯ୍ୟାଦେଶ ମିଳିଥିଲେ ହେଁ ଘର ନିର୍ମାଣ ପାଇଁ ଲେ ଆଉଟ ଦିଆଯାଉନଥିବାରୁ ୧୦ ମାସ ହେଲା ଘର ନିର୍ମାଣ କରିପାରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ବିଳମ୍ବ ହେଉଥିବାରୁ ବହୁ ଅସୁବିଧାରେ ରହୁଥିବା କାଳିଚରଣଙ୍କ ପରିବାର ନିରାଶ ହୋଇ ରହିଛନ୍ତି ା କାର୍ଯ୍ୟାଦେଶ ସଂଖ୍ୟା ୧୧୭୫/ତା୨୫।୦୨।୨୦୧୯ରିଖରେ ତାଙ୍କୁ କାର୍ଯ୍ୟାଦେଶ ମିଳିଥିଲା। ସେ ଏଥିଲାଗି ବେଶ ଖୁସି ହୋଇଥିଲେ ହେଁ ଏବେ ଘର ନିର୍ମାଣ ପାଇଁ ଲେ ଆଉଟ ଦେବାକୁ ବାରମ୍ବାର ନିବେଦନ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। କାର୍ଯ୍ୟାଦେଶକୁ ସାଇତି ଆଉ କେତେ ଦିନ ରଖିବେ ବୋଲି ସେ କହିଛନ୍ତି ା ୭୫୬ ଘର ପାଇଁ ଅନୁମୋଦନ ମିଳିଥିବାବେଳେ, ୬୩୪ ପାଇବା ପାଇଁ ଚିହ୍ନଟ ହୋଇଛି ା ସେଥିରୁ ୨୬୩ ଟି ଘର ଶେଷ ହୋଇଥିବା ଜଣାପଡିଛି ା ଏହା ଛଡା ୫୮୧ ଟି ଘରର ଲେ ଆଉଟ ଦିଆଯାଇଥିବା କନିଷ୍ଠ ଯନ୍ତ୍ରୀ କହିଛନ୍ତି ଅରୁପ କୁମାର ସେଠି କହିଛନ୍ତି ା ଅନଲାଇନ ରେ ସମସ୍ୟା ହେଉଥିବା ଏବଂ କାଗଜପତ୍ର ଠିକ ନ ଥିବାରୁ ଏଭଳି ବିଳମ୍ବ ହେଉଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। କାଳିଚରଣ ଓ ଅନ୍ୟମାନଙ୍କ ଲେ ଆଉଟ ଖୁବ ଶୀଘ୍ର ଦିଆଯିବ ବୋଲି ଦାୟିତ୍ୱରେ ଥିବା ଅରୂପ ସେଠୀ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

କେନ୍ଦେଇପଶି ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ: ଉପୁଡ଼ିଲା ବଡ଼ ବଡ଼ ଗଛ, ଉଡ଼ିଗଲା ଛପର

ପାଟଣା, ୨୯।୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର କେନ୍ଦେଇପଶି ମୁଖ୍ୟାଳୟ ଓ ଆଖପାଖ  ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ପ୍ରାୟ ୧ ଘଣ୍ଟା…

ଗୋରୁ ଚାଲାଣ ବେଳେ ମାଡିବସିଲା ପୋଲିସ : ୪ ଗିରଫ

ବଞ୍ଚୋ,୨୯।୫ (ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା  ଘଷିପୁରା ଥାନା  ଅଞ୍ଚଳରେ ଗୁରୁବାର ରାତିରେ ଏକ ପିକ୍-ଅପ୍ ଭ୍ୟାନରେ ଗୋରୁ ଚାଲାଣ କରାଯାଉଥିବା ବେଳେ ପୋଲିସ ଗାଡ଼ିଟିକୁ…

ନାବାଳିକାଙ୍କୁ ବଳାତ୍କାର କରି ୨୦ ବର୍ଷ ଜେଲ୍‌ ଗଲେ ଅଭିଯୁକ୍ତ

କେନ୍ଦୁଝର,୨୯ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଶୁକ୍ରବାର ସ୍ଥାନୀୟ ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ମୋନାଲିସା ମହାନ୍ତି ଜଣେ ଜଣେ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଜୟ କୁମାର ନାଏକଙ୍କୁ…

ଆମେ ବନବାସୀ ନୋହୁଁ, ଆଦିବାସୀ, ଅମିତ ଶାହା ଭୁଲ ମାଗନ୍ତୁ କହି…

କେନ୍ଦୁଝର,୨୯ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ସମାଜମାନଙ୍କୁ ଏକତ୍ରିତ କରି ନୂଆଦିଲ୍ଲୀରେ ଏକ ଆଦିବାସୀ ସମାବେଶରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଭାଷଣ ଆଦିବାସୀମାନଙ୍କୁ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri