ବାଲିକୁଦା, ୨୫।୧ (ସ୍ବ.ପ୍ର.)
ମାଲେସିଆର କୁଆଲାଲାମ୍ପୁରଠାରେ ଆୟୋଜିତ ଆନ୍ତର୍ଜାତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତାରେ ଭାଗନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ୬ବର୍ଷୀୟା ପୁଞ୍ଜାଞ୍ଜଳି। ସେ ହେଉଛନ୍ତି ବାଲିକୁଦା ବ୍ଲକ ଅପଣ୍ଡରା ପଞ୍ଚାୟତ ନଲରା ଗ୍ରାମର ସ୍ବର୍ଣ୍ଣଲତା ଲେଙ୍କା ଓ ପ୍ରତାପ କୁମାର ଜେନାଙ୍କ ସୁପୁତ୍ରୀ। ପୁଷ୍ପାଞ୍ଜଳୀଙ୍କ ଏହି କୃତିତ୍ୱ ଜଗତ୍ସିଂହପୁର ଜିଲା ସମେତ ସାରାଦେଶକୁ ଗୌରବ ଆଣିଦେଇଛି।
ଗତ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ମାଲେସିଆରେ ଅଲ୍ ଇଣ୍ଡିଆ ଡ୍ୟାନ୍ସର ଆସୋସିଏଶନ ପକ୍ଷରୁ ଆୟୋଜିତ ‘ନୃତ୍ୟ ନିରଞ୍ଜନ’ କାର୍ଯ୍ୟକ୍ରମରେ ପୁଷ୍ପାଞ୍ଜଳୀ ଭାଗ ନେଇ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରତିଯୋଗିତାରେ ଅନ୍ୟାନ୍ୟ ଦେଶରୁ ବହୁ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୬ବର୍ଷୀୟା ପୁଷ୍ପାଞ୍ଜଳୀ ନିଜ ନୃତ୍ୟରେ ସମସ୍ତଙ୍କ ହୃଦୟ ଜିଣିପାରିଥିଲେ। ତାଙ୍କର ଏହି କୃତିତ୍ୱ ପାଇଁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତ୍ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ସ୍ଥାନୀୟ ସରପଞ୍ଚ ଶରତ ସେଠୀ, ସମିତିସଭ୍ୟ ବିକ୍ରମ ସେଠୀ ଓ ସାମାଜିକ କର୍ମୀ ତଥା ପୁଷ୍ପାଞ୍ଜଳୀଙ୍କ ବଡ଼ବାପା ଦିଲୀପ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ପୁଷ୍ପାଞ୍ଜଳି ଏବେ ରାଉରକେଲାସ୍ଥିତ ଚିନ୍ମୟ ଇଂଲିସ ମାଧ୍ୟମ ବିଦ୍ୟାଳୟରେ କେଜି ୨ରେ ଅଧ୍ୟୟନ କରୁଛନ୍ତି। ସେଠାରେ ସେ ତ୍ରିବେଣୀ କଳା ସଙ୍ଗମର ନୃତ୍ୟଗୁରୁ ସୁନୀତା ପଟ୍ଟନାୟକଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରୁଛନ୍ତି। ପୂର୍ବରୁ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ୫ ଟି ଜାତୀୟ ପୁରସ୍କାର ପାଇଛନ୍ତି।
Posted inଜଗତ୍ସିଂହପୁର View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…
Archives

