ମାନ୍ଦାବସ୍ଥା ସତ୍ତ୍ୱେ ତ୍ୱରିତ ହେବ ଭାରତର ବିକାଶ ହାର: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,୧୭।୪:କୋଭିଡ୍‌-୧୯ ବର୍ତ୍ତମାନ ସାରା ବିଶ୍ୱକୁ କ୍ଷତିଗ୍ରସ୍ତ କରିଛି। ସାରା ବିଶ୍ୱରେ ହୋଇଥିବା ଲକ୍‌ଡାଉନ କାରଣରୁ ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍‌ ହୋଇଛି। ବିକଶିତ କିମ୍ବା ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ହେଉ ପଛେ କୋଭିଡ୍‌-୧୯ର ପଞ୍ଝାରୁ କେହି ବାହାରିପାରିନାହାନ୍ତି। ଦେଶଗୁଡ଼ିକର ଅଭିବୃଦ୍ଧି ନକାରାତ୍ମକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) କହିଛି ଯେ, ପ୍ରମୁଖ ଅର୍ଥ ବ୍ୟବସ୍ଥାଗୁଡ଼ିକର ବିକାଶ ହାର ମାତ୍ରାଧିକ ଖସିଯିବ। ଏହି ସମୟରେ ଭାରତ ଏବଂ ଚାଇନାର ବିକାଶ ହାର ସକାରାତ୍ମକ ରହିବ। ଚାଇନା ୧.୨% ଏବଂ ଭାରତ ୧.୯%ରୁ ଅଧିକ ଅଭିବୃଦ୍ଧି କରିବା ନେଇ ଆଇଏମ୍‌ଏଫ୍‌ ଏହାର ପୂର୍ବାନୁମାନରେ ଆଶାବାଦୀ ରହିଛି। ସେହିଭଳି ୨୦୨୧ରେ ଚାଇନା ୯.୨% ଏବଂ ଭାରତ ୭.୨% ଅଭିବୃଦ୍ଧି ହାସଲ କରିବା ଦିଗରେ ସକ୍ଷମ ହେବ ବୋଲି ଏହି ଏଜେନ୍ସି ଏହାର ରିପୋର୍ଟରେ ଉଲ୍ଲେଖ କରିଛି।
ଆଇଏମ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କରୋନା ବିରୋଧରେ ଏସୀୟ ଦେଶ ସମୂହଙ୍କ ପ୍ରଦର୍ଶନ ଉନ୍ନତ ସ୍ଥିତିରେ ରହିଛି। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଏସୀୟ ଦେଶଗୁଡ଼ିକର ପ୍ରଦର୍ଶନ ଉନ୍ନତ ହେବା ସହ କରୋନା ପ୍ରଭାବକୁ କମ୍‌ କରି ଶୀଘ୍ର ସ୍ଥିିତାବସ୍ଥା ବଜାୟ ରଖିବାକୁ ସକ୍ଷମ ହେବେ। ଆଇଏମ୍‌ଏଫ୍‌ ପକ୍ଷରୁ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ନିର୍ଦ୍ଦେଶକ ଚାଙ୍ଗ୍‌ ୟୋଙ୍ଗ୍‌ ରି କହିଛନ୍ତି ଯେ, କରୋନା ଭାଇରସ୍‌ ପ୍ରଭାବ ପ୍ରତି କ୍ଷେତ୍ରରେ ରହିଛି। ଏହା ଗମ୍ଭୀର ଏବଂ ଅପ୍ରତ୍ୟାଶିତ। ବିଶ୍ୱର ଅନ୍ୟ ସ୍ଥାନ ତୁଳନାରେ ଏସିଆ ବେଶ୍‌ ଭଲ ସ୍ଥିତିରେ ରହିଛି। ଏହା ଟ୍ରାକ୍‌କୁ ଶୀଘ୍ର ଫେରିବା ସମ୍ଭାବନା ରହିଛି। ଏସିଆର ଅଭିବୃଦ୍ଧି ହାର ବିଶ୍ୱର ଅନ୍ୟ ସ୍ଥାନ ତୁଳନାରେ ଅଧିକ ରହିଛି ବୋଲି ସେ ମତ ରଖିଛନ୍ତି।
୨୦୨୧ରେ ଏସିଆର ବିକାଶ ହାର ୭.୬% ରହିବ ବୋଲି ଅନୁମାନ କରାଯାଇଛି। ୟୋଙ୍ଗ୍‌ କହିଛନ୍ତି ଯେ, ଏହି ବିକାଶ ହାର ହାସଲ କରିବା ତଥା ପର୍‌ଫରମାନ୍ସ ସ୍ତର ଧାର୍ଯ୍ୟ ଲକ୍ଷ୍ୟ ଯାଏ ହାସଲ କରିବାକୁ ଏତେଟା ସହଜ ନୁହେଁ। ବିଶ୍ୱ ସ୍ତରରେ ଖସୁଥିବା ଅଭିବୃଦ୍ଧି ହାର ମଧ୍ୟ ଏସିଆ ବଜାରକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ୨୦୨୧ରେ ମଧ୍ୟ ଉତ୍ପାଦନର ସ୍ତର କୋଭିଡ୍‌-୧୯ ସ୍ତର ତୁଳନାରେ କମ୍‌ ରହିପାରେ। ମାତ୍ର ଏହି ପୂର୍ବାନୁମାନ ଅନିଶ୍ଚିତ ବୋଲି ଏହା ପ୍ରକାଶ କରିଛି।
ଆଇଏମ୍‌ଏଫ୍‌ ମୁତାବକ,ଏସିଆର ୨ ବଡ଼ ବାଣିଜ୍ୟ ଭାଗୀଦାର ଦେଶ ଆମେରିକା ଏବଂ ୟୁରୋପରେ ବିକାଶ ହାର ୬ରୁ ୬.୬% ହ୍ରାସ ହେବା ଆଶଙ୍କା ଉପୁଜିଛି। ଚଳିତ ବର୍ଷ ଚାଇନା ଅଭିବୃଦ୍ଧି ୨୦୧୯ର ୬.୧% ପରିବର୍ତ୍ତେ ୧.୨%କୁ ଖସିପାରେ। କୋଭିଡ୍‌-୧୯ ଲାଗି ଏସିଆରେ ଉତ୍ପାଦନ ଗଭୀର ଭାବେ କ୍ଷତିଗ୍ରସ୍ତ କରିବା ଆଶଙ୍କା ରହିଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୦୮-୦୯ର ବିଶ୍ୱ ଆର୍ଥତ୍କ ସଙ୍କଟ ବେଳେ ଚାଇନା ଏହାର ମୋଟ ଜିଡିପିର ୮% ପ୍ୟାକେଜ ଭାବେ ପ୍ରଦାନ କରିଥିଲା। ଏଥି ଯୋଗୁ ଚାଇନା ୨୦୦୯ରେ ୯.୪% ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଥିଲା। ଚଳିତ ଥର ଏଭଳି ଆଶ୍ୱସ୍ତି ପ୍ୟାକେଜ ଆସିବା ନେଇ କହି ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri