ମାନ୍ଦାବସ୍ଥା ସତ୍ତ୍ୱେ ତ୍ୱରିତ ହେବ ଭାରତର ବିକାଶ ହାର: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,୧୭।୪:କୋଭିଡ୍‌-୧୯ ବର୍ତ୍ତମାନ ସାରା ବିଶ୍ୱକୁ କ୍ଷତିଗ୍ରସ୍ତ କରିଛି। ସାରା ବିଶ୍ୱରେ ହୋଇଥିବା ଲକ୍‌ଡାଉନ କାରଣରୁ ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍‌ ହୋଇଛି। ବିକଶିତ କିମ୍ବା ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ହେଉ ପଛେ କୋଭିଡ୍‌-୧୯ର ପଞ୍ଝାରୁ କେହି ବାହାରିପାରିନାହାନ୍ତି। ଦେଶଗୁଡ଼ିକର ଅଭିବୃଦ୍ଧି ନକାରାତ୍ମକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) କହିଛି ଯେ, ପ୍ରମୁଖ ଅର୍ଥ ବ୍ୟବସ୍ଥାଗୁଡ଼ିକର ବିକାଶ ହାର ମାତ୍ରାଧିକ ଖସିଯିବ। ଏହି ସମୟରେ ଭାରତ ଏବଂ ଚାଇନାର ବିକାଶ ହାର ସକାରାତ୍ମକ ରହିବ। ଚାଇନା ୧.୨% ଏବଂ ଭାରତ ୧.୯%ରୁ ଅଧିକ ଅଭିବୃଦ୍ଧି କରିବା ନେଇ ଆଇଏମ୍‌ଏଫ୍‌ ଏହାର ପୂର୍ବାନୁମାନରେ ଆଶାବାଦୀ ରହିଛି। ସେହିଭଳି ୨୦୨୧ରେ ଚାଇନା ୯.୨% ଏବଂ ଭାରତ ୭.୨% ଅଭିବୃଦ୍ଧି ହାସଲ କରିବା ଦିଗରେ ସକ୍ଷମ ହେବ ବୋଲି ଏହି ଏଜେନ୍ସି ଏହାର ରିପୋର୍ଟରେ ଉଲ୍ଲେଖ କରିଛି।
ଆଇଏମ୍‌ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କରୋନା ବିରୋଧରେ ଏସୀୟ ଦେଶ ସମୂହଙ୍କ ପ୍ରଦର୍ଶନ ଉନ୍ନତ ସ୍ଥିତିରେ ରହିଛି। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଏସୀୟ ଦେଶଗୁଡ଼ିକର ପ୍ରଦର୍ଶନ ଉନ୍ନତ ହେବା ସହ କରୋନା ପ୍ରଭାବକୁ କମ୍‌ କରି ଶୀଘ୍ର ସ୍ଥିିତାବସ୍ଥା ବଜାୟ ରଖିବାକୁ ସକ୍ଷମ ହେବେ। ଆଇଏମ୍‌ଏଫ୍‌ ପକ୍ଷରୁ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ନିର୍ଦ୍ଦେଶକ ଚାଙ୍ଗ୍‌ ୟୋଙ୍ଗ୍‌ ରି କହିଛନ୍ତି ଯେ, କରୋନା ଭାଇରସ୍‌ ପ୍ରଭାବ ପ୍ରତି କ୍ଷେତ୍ରରେ ରହିଛି। ଏହା ଗମ୍ଭୀର ଏବଂ ଅପ୍ରତ୍ୟାଶିତ। ବିଶ୍ୱର ଅନ୍ୟ ସ୍ଥାନ ତୁଳନାରେ ଏସିଆ ବେଶ୍‌ ଭଲ ସ୍ଥିତିରେ ରହିଛି। ଏହା ଟ୍ରାକ୍‌କୁ ଶୀଘ୍ର ଫେରିବା ସମ୍ଭାବନା ରହିଛି। ଏସିଆର ଅଭିବୃଦ୍ଧି ହାର ବିଶ୍ୱର ଅନ୍ୟ ସ୍ଥାନ ତୁଳନାରେ ଅଧିକ ରହିଛି ବୋଲି ସେ ମତ ରଖିଛନ୍ତି।
୨୦୨୧ରେ ଏସିଆର ବିକାଶ ହାର ୭.୬% ରହିବ ବୋଲି ଅନୁମାନ କରାଯାଇଛି। ୟୋଙ୍ଗ୍‌ କହିଛନ୍ତି ଯେ, ଏହି ବିକାଶ ହାର ହାସଲ କରିବା ତଥା ପର୍‌ଫରମାନ୍ସ ସ୍ତର ଧାର୍ଯ୍ୟ ଲକ୍ଷ୍ୟ ଯାଏ ହାସଲ କରିବାକୁ ଏତେଟା ସହଜ ନୁହେଁ। ବିଶ୍ୱ ସ୍ତରରେ ଖସୁଥିବା ଅଭିବୃଦ୍ଧି ହାର ମଧ୍ୟ ଏସିଆ ବଜାରକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ୨୦୨୧ରେ ମଧ୍ୟ ଉତ୍ପାଦନର ସ୍ତର କୋଭିଡ୍‌-୧୯ ସ୍ତର ତୁଳନାରେ କମ୍‌ ରହିପାରେ। ମାତ୍ର ଏହି ପୂର୍ବାନୁମାନ ଅନିଶ୍ଚିତ ବୋଲି ଏହା ପ୍ରକାଶ କରିଛି।
ଆଇଏମ୍‌ଏଫ୍‌ ମୁତାବକ,ଏସିଆର ୨ ବଡ଼ ବାଣିଜ୍ୟ ଭାଗୀଦାର ଦେଶ ଆମେରିକା ଏବଂ ୟୁରୋପରେ ବିକାଶ ହାର ୬ରୁ ୬.୬% ହ୍ରାସ ହେବା ଆଶଙ୍କା ଉପୁଜିଛି। ଚଳିତ ବର୍ଷ ଚାଇନା ଅଭିବୃଦ୍ଧି ୨୦୧୯ର ୬.୧% ପରିବର୍ତ୍ତେ ୧.୨%କୁ ଖସିପାରେ। କୋଭିଡ୍‌-୧୯ ଲାଗି ଏସିଆରେ ଉତ୍ପାଦନ ଗଭୀର ଭାବେ କ୍ଷତିଗ୍ରସ୍ତ କରିବା ଆଶଙ୍କା ରହିଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୦୮-୦୯ର ବିଶ୍ୱ ଆର୍ଥତ୍କ ସଙ୍କଟ ବେଳେ ଚାଇନା ଏହାର ମୋଟ ଜିଡିପିର ୮% ପ୍ୟାକେଜ ଭାବେ ପ୍ରଦାନ କରିଥିଲା। ଏଥି ଯୋଗୁ ଚାଇନା ୨୦୦୯ରେ ୯.୪% ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଥିଲା। ଚଳିତ ଥର ଏଭଳି ଆଶ୍ୱସ୍ତି ପ୍ୟାକେଜ ଆସିବା ନେଇ କହି ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri