Posted inଖେଳ

ମ୍ୟାଚ ମଝିରେ ଏମିତି ଚମତ୍କାର କାରନାମା କଲେ ରୋହିତ, ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ, ସମାଲୋଚକଙ୍କୁ ଦେଲେ କଡ଼ା ଜବାବ!

ନୂଆଦିଲ୍ଲୀ, ୪।୧୧: ରୋହିତ ଶର୍ମା ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଚମତ୍କାର ଫିଲ୍ଡିଂ କରି ଡେରିଲ ମିଚେଲଙ୍କୁ ରନ ଆଉଟ କରିଛନ୍ତି। ରୋହିତଙ୍କ ଏହି ପ୍ରୟାସ ସେହି ସମାଲୋଚକମାନଙ୍କୁ ବଡ଼ ଜବାବ ଦେଇଛି, ଯେଉଁମାନେ ତାଙ୍କ ବୟସ କାରଣରୁ ଫିଟନେସ ଉପରେ ପ୍ରଶ୍ନ ଉଠାନ୍ତି। ଏହା ନ୍ୟୁଜିଲାଣ୍ଡ ଦଳର ଷଷ୍ଠ ଉଇକେଟ୍‌ ଥିଲା, ଯାହା ୯୭ ସ୍କୋରରେ ପଡ଼ିଥିଲା। ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲାଣ୍ଡର ପ୍ରଥମ ଉଇକେଟ୍‌ ଅର୍ଶଦୀପ ସିଂହ ନେଇଥିଲେ, ସେ ୱିଲ ୟଙ୍ଗ (୯) କୁ ଶସ୍ତାରେ ଆଉଟ କରିଥିଲେ। ଏହାପରେ ସେ ହେନ୍ରି ନିକୋଲ୍ସ (୯) କୁ ନିଜର ଶିକାର କରିଥିଲେ। ଏହାପରେ ଗୁରନୁର ବରାଡ ୨ଟି ଉଇକେଟ୍‌ ନେଇଥିଲେ। ପଞ୍ଚମ ଉଇକେଟ୍‌ ଅକ୍ଷର ପଟେଲଙ୍କ ବଲରେ ଆସିଥିଲା, କିନ୍ତୁ ଏଥିରେ ବୋଲରଙ୍କ ଅପେକ୍ଷା ରୋହିତ ଶର୍ମାଙ୍କ ପ୍ରୟାସ ଅଧିକ ଥିଲା। ଡେରିଲ ମିଚେଲ ଇନିଂସର ୨୨ତମ ଓଭରରେ ରନ ଆଉଟ ହୋଇଥିଲେ। ଅକ୍ଷର ପଟେଲଙ୍କ ଦ୍ୱାରା ପକାଯାଇଥିବା ଏହି ଓଭରର ପ୍ରଥମ ବଲରେ ଗ୍ଲେନ ଫିଲ୍ସପ ଲେଗ ସାଇଡରେ ଫ୍ଲିକ କରିଥିଲେ। ସେ ଗୋଟିଏ ରନ ପାଇଁ ଦୌଡ଼ିଥିଲେ, ହୁଏତ ସେ ଜାଣି ନଥିଲେ ଯେ ସେଠାରେ ଠିଆ ହୋଇଥିବା ରୋହିତ ଏତେ ବିପଜ୍ଜନକ ଫିଲ୍ଡିଂ କରିନେବେ। ରୋହିତ ଡାହାଣ ପଟକୁ ଦୌଡ଼ିଥିଲେ, ତାଙ୍କ ନଜର ପକ୍ଷୀ ପରି ବଲ ଉପରେ ଥିଲା। ସେ ଡାଇଭ ମାରି ବଲକୁ ଧରିଥିଲେ ଏବଂ ଚଞ୍ଚଳତା ଦେଖାଇ ଦ୍ରୁତ ଗତିରେ ଉଇକେଟ୍‌କିପର୍‌ ଆଡ଼କୁ ବଲ ଫିଙ୍ଗି ଦେଇଥିଲେ। କେ.ଏଲ. ରାହୁଲ ମଧ୍ୟ କୌଣସି ଭୁଲ କରିନଥିଲେ ଏବଂ ଏହା ରନ ଆଉଟ ହୋଇଯାଇଥିଲା।

ରୋହିତ ଶର୍ମାଙ୍କ ବିପଜ୍ଜନକ ଫିଲ୍ଡିଂ ପରେ ବିରାଟ କୋହଲିଙ୍କ ଏକ ଚମତ୍କାର କ୍ୟାଚ ମଧ୍ୟ ଦେଖିବାକୁ ମିଳିଥିଲା। ଅଂଶୁଲ କମ୍ବୋଜଙ୍କ ବଲରେ ନାଥନ ସମିଥଙ୍କୁ କ୍ୟାଚ ସେ ଗୋଟିଏ ହାତରେ ଧରିଥିଲେ। ସେକେଣ୍ଡ ସି୍ଲପରେ ଠିଆ ହୋଇଥିବା ବିରାଟ କୋହଲି ଆଗକୁ ଡାଇଭ ମାରି ଗୋଟିଏ ହାତରେ ଏହି କ୍ୟାଚକୁ ଧରିଥିଲେ, ବଲ ତଳକୁ ଖସୁଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅର୍ଶଦୀପଙ୍କ ଚମତ୍କାର ବୋଲିଂ: ୧୮୫ ରନ୍‌ରେ ଅଲଆଉଟ୍‌ ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ଅକଲାଣ୍ଡରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୪୦.୨ ଓଭରରେ…

ଆମେରିକୀୟ ସଂସଦରେ ଭାରତୀୟଙ୍କ ଦବ୍‌ଦବା; ବାଜିମାତ୍‌ କଲେ ପିୟା ଡାଣ୍ଡିଆ, ଆମେରିକାରେ ହଲଚଲ

ଓ଼୍ବାଶିଂଟନ,୪।୧୧: ଆମେରିକାରେ ମିଡଟର୍ମ ନିର୍ୱାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଏହି ର୍ନିବାଚନର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିବାର ଦେଖିବାକୁ ମିଳିବ। ଗଣତି ଚାଲିଛି ଏବଂ…

ସୁପରମ୍ୟାନ୍‌ ସାଜିଲେ ବିରାଟ କୋହଲି, ୩୭ ବର୍ଷ ବୟସରେ ଏମିତି କ୍ୟାଚ୍‌ ଧରିଲେ ଅମ୍ପାୟର ହୋଇଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଅକଲାଣ୍ଡ,୪।୧୧: ଇଡେନ ପାର୍କରେ ବିରାଟ କୋହଲିଙ୍କ ଚମତ୍କାର ଫିଲ୍ଡିଂ ଏବେ ଚର୍ଚ୍ଚାରେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ କୋହଲି ନିଜର ଚମତ୍କାର ଫିଲ୍ଡିଂ ଦକ୍ଷତା ଦେଖାଇ…

ଖତଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର, କୋଳକୁ ନେଲେ ନିଃସନ୍ତାନ ଦମ୍ପତ୍ତି: ଆଉ ତା’ପରେ ଘଟିଲା…

ଭେଡେନ,୪।୧୧(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ବ୍ଲକ ସଂକ୍ରିଡ଼ା ପଞ୍ଚାୟତ ଅନ୍ତର୍ଗତ ଝରାପାଲି ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ ଖତଗଦାରୁ ମଙ୍ଗଳବାର ଭୋରରେ ନବଜାତ ଶିଶୁପୁତ୍ର…

ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍‌କା; ଡେମୋକ୍ରାଟ୍ସ ହାତେଇଲେ ବହୁମତ, ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୪।୧୧: ଆମେରିକାରେ 2026 ମିଡଟର୍ମ ନିର୍ୱାଚନରେ ଭୋଟ ଗ୍ରହଣ ଶେଷ ହୋଇଛି ଏବଂ ଭାରତୀୟ ସମୟ ଅନୁଯାୟୀ ଆଜି ନଭେମ୍ୱର 4 ସକାଳ ସାଢ଼େ 4ଟାରୁ ଭୋଟ…

ଅବିଶ୍ୱସନୀୟ କ୍ୟାଚ୍‌ ଧରିଲେ ଗୁରନୁର: ବାମ ହାତରେ କଲେ କମାଲ୍‌, ସ୍ତବ୍ଧ ହୋଇଗଲେ କ୍ରିକେଟ୍‌ପ୍ରେମୀ, ଦେଖନ୍ତୁ VIDEO

ଅକଲାଣ୍ଡ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ବୋଲର ଗୁରନୁର ବରାଡ। ନିଜ ବୋଲିଂରେ ଏକ ଅବିଶ୍ୱସନୀୟ କ୍ୟାଚ ଧରି…

ଭୋରୁ ଭୋରୁ ସ୍କୁଟିରେ ଚାଲିଥିଲା ଗଞ୍ଜେଇ ଚାଲାଣ: ମାଡ଼ିବସିଲା ପୋଲିସ

ହାଟଡିହୀ/ଛେନାପଦି,୪।୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ ୩ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ…

ମହମ୍ମଦ ସିରାଜଙ୍କ ସହ ହେଲା ’ଅନ୍ୟାୟ’! ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିବା ପଛର ପ୍ରକୃତ କାରଣ ଆସିଲା ସାମ୍ନାକୁ, ଶୁଣିଲେ…

ନୂଆଦିଲ୍ଲୀ, ୪।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅକଲାଣ୍ଡରେ ଖେଳାଯାଉଛି। ନ୍ୟୁଜିଲାଣ୍ଡରେ ଦ୍ରୁତ ବୋଲରମାନଙ୍କୁ ସାହାଯ୍ୟ ମିଳିଥାଏ। ଏହି କାରଣରୁ ଟିମ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?