ମାଡ଼ିଆସୁଛି ମହାଜାଗତିକ ବସ୍ତୁ: ଧ୍ୱଂସପାଇପାରେ ଗୋଟିଏ ଦେଶ

ନୂଆଦିଲ୍ଲୀ: ମହାକାଶରେ ଥିବା ବହୁ ମହାଜାଗତିକ ବସ୍ତୁର ଟାର୍ଗେଟରେ ରହିଆସିଛି ପୃଥିବୀ। ବହୁ ସମୟରେ ଏହିସବୁ ବସ୍ତୁ ପୃଥିବୀକୁ ଧକ୍କାଦେବାର ଆଶଙ୍କା ଉପୁଜିଛି। ସୌଭାଗ୍ୟକୁ ଅନେକ କ୍ଷେତ୍ରରେ ତାହା ଘଟିନାହିଁ, ପୃଥିବୀ ରକ୍ଷା ପାଇଯାଇଛି। କିନ୍ତୁ ଏବେ ନାସାର ବୈଜ୍ଞାନିକମାନେ ଏକ ମହାଜାଗତିକ ବସ୍ତୁର ସନ୍ଧାନ କରିଛନ୍ତି, ଯାହା ଅଗଷ୍ଟ ୧୦ରେ ପୃଥିବୀର ଯେଉଁ ସ୍ଥାନକୁ ଏହା ଧକ୍କା ଦେବ ତାହା ଧ୍ୱଂସ ହୋଇପାରେ ବୋଲି କହିଛନ୍ତି । ଏହି ମହାଜାଗିତିକ ବସ୍ତୁର ନାମ ରଖାଯାଇଛି ୨୦୦୬ କ୍ୟୁକ୍ୟୁ୨୩ । ଚିଲିସ୍ଥିତ ବିଶ୍ୱର ସବୁଠାରୁ ବଡ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହାର ଗତିବିଧିକୁ ନିରୀକ୍ଷଣ କରାଯାଉଛି। ଏହାର ଆକାର ଓ ପ୍ର୍ରକାରକୁ ମଧ୍ୟ ଅନୁଧ୍ୟାନ କରାଯାଉଛି।
ଏହି ମହାଜାଗତିକ ବସ୍ତୁକୁ ଅଗଷ୍ଟ୨୧, ୨୦୦୬ରେ ପ୍ରଥମେ ବୈଜ୍ଞାନିକମାନେ ଠାବ କରିଥିଲେ। ସେତେବେଳେ ଏହା ପୃଥିବୀକୁ ଧକ୍କାଦେବାର ଆଶଙ୍କା ଉପୁଜିଥିଲା । କିନ୍ତୁ ତାହା ମହାକାଶରେ କେଉଁଆଡେ ଅପସରିଯାଇଥିଲା। ଏବେ ପୁଣି ଦେଖାଦେଇଛି। ଏହାର ବ୍ୟାସ ୨୫୪ରୁ ୫୬୮ ମିଟର। ଏହା ୨୬୩ ଦିନରେ ସୂର୍ଯ୍ୟକୁ ପରିକ୍ରମଣ କରୁଛି। ପୃଥିବୀ ନିକଟ ଦେଇ ଗତିକରୁଥିବା ଅନେକ ମହାଜାଗତିକ ବସ୍ତୁ ମଧ୍ୟରେ ଏହା ଅନ୍ୟତମ। ଅଗଷ୍ଟ ୧୦ରେ ପୃଥିବୀଠାରୁ ୦.୦୪୯୭୭ ଆଷ୍ଟୋ୍ରନୋମିକାଲ ୟୁନିଟ ଦୂରରେ ରହି ଏହା ଗତି କରିବ ଓ ପୃଥିବୀକୁ ଧକ୍କା ଦେବାର ଆଶଙ୍କା ୭୦୦୦ରୁ ଏକଭାଗ ରହିଛି ବୋଲି ନାସାର ସେଣ୍ଟର ଫର୍‌ ନିଅର ଆର୍ଥ ଅର୍ବିଟ ଷ୍ଟଡିଜ ପକ୍ଷରୁ ପ୍ରକାଶ କରାଯାଇଛି। ତଥାପି କିଛି ବିପଦ ନାହଁ କହି ଏଡାଇଯିବା ଠିକ୍‌ ନୁହେଁ ବୋଲି ଗବେଷକମାନେ କହିଛନ୍ତି। କାରଣ, ୨୦୧୩ରେ ରୁଷର ଚେଲିଆମ୍ବିସ୍କରେ ଏକ ମହାଜାଗତିକ ବସ୍ତୁ ପୃଥିତ୍ବୀକୁ ଆଘାତ ଦେଇ ୬୬ ଫୁଟର ଏକ ଗର୍ତ୍ତ କରିଦେଇଥିଲା , ଯାହାଫଳରେ ୧୫ଶହ ଲୋକ ଆହତ ହୋଇଥିଲେ ଓ ବହୁ କ୍ଷତି ଘଟାଇଥିଲା । ୬.୬ ଲକ୍ଷ କୋଟି ବର୍ଷ ପୂର୍ବେ ୧୦ କିଲୋମିଟର ଆକାରର ଏକ କ୍ଷୁଦ୍ର ଗ୍ରହ ପୃଥିବୀକୁ ଧକ୍କା ଦେଇ ଡାଇନୋସର ବଂଶ ଧ୍ୱଂସ କରିଦେଇଥିଲା। ୨୦୧୫ରେ ବସ୍‌ ଆକାରର ଏକ ମହାଜାଗତିକ ବସ୍ତୁ ପୃଥିତ୍ବୀର ଖୁବ୍‌ ନିକଟରେ ଗୁଳିର ବେଗଠାରୁ ଦଶଗୁଣ ଅଧିକ ବେଗରେ ଗତିକରିଯାଇଥିଲା, କିନ୍ତୁ ଧକ୍କା ଦେଇନଥିଲା। ଜୁଲାଇ୧୯ରେ ୨୦୧୯ଏନଜେ୨ ପୃଥିତ୍ବୀ ପାଖରେ ଗତିକରୁଥିବା ଲକ୍ଷ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?