ମା’ଙ୍କ ଫିଲ୍ମ ରିମେକ୍‌ ପାଇଁ ଝିଅଙ୍କୁ ଅଫର୍‌

ମୁମ୍ବାଇ: ବଲିଉଡ୍‌ରେ ରିମେକ୍‌ ଫିଲ୍ମ କିଛି ନୂଆ କଥା ନୁହେଁ। ତେବେ ମଜାଦାର କଥା ହେଲା ଯେଉଁ ରିମେକ୍‌ରେ ଝିଅ ହିରୋଇନ୍‌ ଭୂମିକାରେ ନଜରକୁ ଆସିବେ. ତା’ର ମୂଳ ଫିଲ୍ମରେ ମା’ ହିରୋଇନ୍‌ ଭୂମିକାରେ ଅଭିନୟ କରି ଫିଲ୍ମଟି ହିଟ୍‌ କରିଥିଲେ। ଆପଣ ଟିକେ କନ୍‌ଫ୍ୟୁଜ୍‌ ହୋଇଗଲେ କି? ପ୍ରକୃତରେ ଆମେ କହୁଛୁ ସୈଫ୍‌ ଅଲି ଖାନ ଓ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ୍‌ଙ୍କ କଥା। ସାରାଙ୍କୁ ଅମ୍ରିତାଙ୍କ ଏକ ହିଟ୍‌ ଫିଲ୍ମର ରିମେକ୍‌ ପାଇଁ ଅଫର୍‌ ମିଳିଛି।
ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍‌ ଡେବ୍ୟୁ କରିଥିଲେ। ଏହାପରେ ତାଙ୍କ ଅଭିନୀତ ଫିଲ୍ମ ‘ସିମ୍ବା’ ମଧ୍ୟ ବକ୍ସ ଅଫିସ୍‌ରେ ବେଶ୍‌ ସଫଳ ରହିଥିଲା। ଏବେ ସେ ଇମ୍‌ତିଆଜ୍‌ ଅଲିଙ୍କ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ରେ ନଜରକୁ ଆସିବେ। ଫିଲ୍ମରେ ସାରାଙ୍କ ଅପୋଜିଟ୍‌ରେ କାର୍ତ୍ତିକ ଆର୍ୟନଙ୍କୁ ଦେଖିବାକୁ ମିଳିବ। ଆସନ୍ତା ୧୪ ତାରିଖରେ ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି। ଏହାବ୍ୟତୀତ ତାଙ୍କ ହାତରେ ‘କୁଲି ନଂ ୧’ ଫିଲ୍ମ ମଧ୍ୟ ରହିଛି। ଏଥିରେ ବରୁଣ ଧାଓ୍ବନଙ୍କ ଅପୋଜିଟ୍‌ରେ ସାରା ନଜରକୁ ଆସିବେ। ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସାରାଙ୍କ ହାତରେ ଏବେ ଆଉ ଏକ ବଡ଼ ଭୂମିକା ରହିଛି। ତାଙ୍କୁ ମା’ଅମ୍ରିତା ସିଂଙ୍କ ହିଟ୍‌ ଫିଲ୍ମ ‘ଚମେଲୀ କି ସାଦି’ର ରିମେକ୍‌ ପାଇଁ ଅଫର୍‌ ଦିଆଯାଇଛି।
ଫିଲ୍ମ ବାବଦରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏହା ପଛର କାରଣ ହେଲା, ମା’ଙ୍କ ଅଭିନୀତ ଏହି ଭୂମିକାକୁ ନ୍ୟାୟ ଦେଇପାରିବେ କି ନାହିଁ ଏହାକୁ ନେଇ ସେ ଦ୍ୱନ୍ଦ୍ୱରେ ଅଛନ୍ତି। ଏଥିପାଇଁ ସେ କୌଣସି ନିଷ୍ପତ୍ତି ନେଇପାରୁ ନ ଥିବା ଜଣାପଡ଼ିଛି। ଯଦି ସାରା ଏହି ଫିଲ୍ମ ପାଇଁ ରାଜି ହୋଇ ଯାଆନ୍ତି, ତେବେ ଅମୃତାଙ୍କ ଭୂମିକାରେ ତାଙ୍କ ଝିଅ ସାରାଙ୍କୁ ଦେଖିବା ସିନେପ୍ରେମୀଙ୍କ ପାଇଁ ଉତ୍ସାହଜନକ ରହିବ। ଫିଲ୍ମ ‘ଚମେଲୀ କି ସାଦି’ ୧୯୮୬ରେ ରିଲିଜ୍‌ ହୋଇଥିଲା। ଅମୃତା ସିଂ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ତାଙ୍କ ଅପୋଜିଟ୍‌ରେ ଅନିଲ କପୁରଙ୍କୁ ଦେଖିବାକୁ ମିଳିଥିଲା। ଅମୃତା-ଅନିଲ ଅର୍ଥାତ୍‌ ଚମେଲୀ-ଚରଣଦାସଙ୍କ ପ୍ରେମ କାହାଣୀ ତଥା ସଂଘର୍ଷ ଉପରେ ଫିଲ୍ମର କାହାଣୀ ଆଧାରିତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?