ମାକ୍ସ ପିନ୍ଧି ଅଖିମୁଠି ଶୁଭଦେଲେ ଚାଷୀ

ନୂଆପଡ଼ା ଅଫିସ,୨୬ା୪- ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥି ଅର୍ଥାତ୍‌ ଅକ୍ଷୟ ତୃତୀୟାରେ ଚାଷୀ ଅଖିମୁଠି ପକାଏ ।  ଜମିରେ ପୂଜାର୍ଚ୍ଚନା କରି ଭଲ ଫସଲ ପାଇଁ ମାଟି ମାଆକୁ ବିନତୀ କରେ ।  ହେଲେ ଏଥର ଚାଷୀଙ୍କ ମନରେ ସେହି ଉତ୍ସାହ ନାହିଁ ।  ମହାମାରୀ କରୋନା ଚାଷୀଙ୍କ ମୁହଁରୁ ସେହି ହସକୁ ଛଡାଇ ନେଇଛି ।  ହର୍ଷଉଲ୍ଲାସ ବଦଳରେ ଚାଷୀ ମାକ୍ସ ପିନ୍ଧି ଅଖିମୁଠି ବୁଣି ନିଜର କର୍ତ୍ତବ୍ୟ ସମ୍ପାଦନ କରିଛି ।  ନୂଆପଡା ଜିଲା ପ୍ରଶାସନର ବଦଳରେ କୃଷକ କ୍ଲବ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି ।
ଜିଲା ସଦର ମହକୁମାଠାରୁ ମାତ୍ର ୧୨କିମି ଦୂର କୋମନା ବ୍ଲକର ମୁଣ୍ଡାପଲା ଗାଁରେ ମିଲେଟ ମିଶନ କାର୍ଯ୍ୟକ୍ରମ ସମ୍ଭାଳୁ ଥିବା ଅହିଂସା କ୍ଲବ(କୃଷକ କ୍ଲବ)ଦ୍ୱାରା ରବିବାର ଅକ୍ଷୟ ତୃତୀୟା ପାଳନ କରାଯାଇଥିଲା ।  ଭଗବାନ ଭୋଇଙ୍କ କ୍ଷେତରେ ହାତଗଣତି ୨୦ଜଣ ଚାଷୀ ଉପସ୍ଥିତ ଥିଲେ ।  ସମସ୍ତଙ୍କ ମୁହଁରେ ମାସ୍କ ଥିଲା ।  ପୂର୍ବାହ୍ନ ସାଢେ ୮ଟାବେଳେ ପୂଜାର୍ଚ୍ଚନା ପରେ ଚାଷୀ ଭୋଇ ଅଖିମୁଠି ଶୁଭ ଦେଇଥିଲେ ।  ଏହାପରେ ହଳ କରି ବିହନ ବୁଣାଗଲା ।  କାହାରି ମନରେ ପୂର୍ବବର୍ଷ ଭଳି ଉତ୍ସାହ ନ ଥିଲା ।  ତଥାପି ମହାମାରୀ କରୋନାକୁ ମୁକାବିଲା କରିବା ।  ନିଜକୁ ସୁରକ୍ଷିତ ରଖିବା ସହ ଦେଶବାସୀଙ୍କ ମୁହଁରେ ଅନ୍ନ ଯୋଗାଇବାକୁ ସଂକଳ୍ପ ନେଇଥିଲେ ଉପସ୍ଥିତ ଥିବା ଚାଷୀଭାଇ ।  ଏହି ଅବସରରେ କ୍ଲବ ସଭାପତି ଶିବ ପ୍ରସାଦ ସାହୁ ମାଣ୍ଡିଆ, ଗୁର୍ଜି ଭଳି ଚାଷ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।  ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।  ସରକାର ମଧ୍ୟ କୃଷି ଭିତ୍ତିକ ଉଦ୍ୟୋଗ ସବୁ ସହର ବଦଳରେ ଗାଁରେ ସ୍ଥାପନ କଲେ ଏଭଳି ମହାମାରୀକୁ ସାମନା କରିବା ସହଜ ହେବ ବୋଲି ମତ ରଖିଥିଲେ ।  ଏହି ଅବସରରେ ଉପସ୍ଥିତ ଚାଷୀଙ୍କୁ କ୍ଲବ ତରଫରୁ ବିଭିନ୍ନ ବିହନ ପ୍ୟାକେଟ ବଣ୍ଟନ କରାଯାଇଥିଲା ।
ଅକ୍ଷୟ ତୃତୀୟା ପୂର୍ବରୁ ସରକାର ଚାଷୀଙ୍କ ପାଇଁ ବିଭିନ୍ନ କିସମର ବିହନ, ଚାଷ ସାମଗ୍ରୀ ଯୋଗାଇବା ନିଶ୍ଚିତ କରିଥାନ୍ତି ।  ହେଲେ ଏଥର ସବୁ ପଛରେ ପଡିଛି ।  ଏହା ଆଗାମୀ ଚାଷକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।  ଅକ୍ଷୟ ତୃତୀୟା ଏହା ସୂଚିତ କରୁଛି ବୋଲି ଜିଲା କୃଷକସଂଘ ସଭାପତି ଘାସିରାମ ମାଝି କହିଛନ୍ତି ।  ତେବେ ଚାଷ ଏବଂ ଚାଷୀଙ୍କ ସକାଶେ କୃଷି ବିଭାଗ ସବୁ ପ୍ରକାର ପ୍ରସ୍ତୁତି କରିସାରିଛି ।  କୌଣସି ପ୍ରକାର ଆଶଙ୍କା ନାହିଁ ବୋଲି ସହକାରୀ କୃଷି ଅଧିକାରୀ ହିମାଂଶୁ ଶେଖର ମହାପାତ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri