Posted inଫୁରସତ

ମାଉଥ୍‌ ଓ୍ବାଶରେ ମରିଯିବ କରୋନା ଭୂତାଣୁ !

ମେଡିକାଲ ବିଶେଷଜ୍ଞଙ୍କ ଏକ ଦଳ ନିକଟରେ ଦାବି କରିଛନ୍ତି କି ମାଉଥ ଓ୍ବାଶରେ କରୋନା ଭୂତାଣୁକୁ ମାରିବାର କ୍ଷମତା ରହିଛି। ଏହା ଶରୀର ଭିତରକୁ ସଂକ୍ରମଣ କରିବା ପୂର୍ବରୁ ଗଳାରେ ଥିବା ଅବସ୍ଥାରେ ମାଉଥ୍‌ ଓ୍ବାଶ ଦ୍ୱାରା ମରିଯାଇଥାଏ। କିନ୍ତୁ ଏହାପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ମାଉଥ୍‌ ଓ୍ବାଶକୁ ନେଇ ଭିନ୍ନ କଥା କହିଥିଲା। ଡବ୍ଲୁଏଚ୍‌ଓ କହିଥିଲା ମାଉଥ୍‌ ଓ୍ବାଶ କରୋନା ଭୂତାଣୁକୁ ମାରିବାର କୌଣସି ପ୍ରମାଣ ନାହିଁ। ହେଲେ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍‌ର ଫଙ୍କଶନ ମାଗାଜିନରେ ଛପା ଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ମାଉଥ୍‌ ଓ୍ବାଶରେ କରୋନା ଭୂତାଣୁକୁ ମାରିବାର କ୍ଷମତା ରହିଛି। ତେଣୁ ଏହାର କ୍ଲିନିକାଲ ଟେଷ୍ଟ କରିବା ଜରୁରୀ। ବ୍ରିଟେନର କାର୍ଡିଫ ୟୁନିଭର୍ସିଟିର ଗବେଷକଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିବା କୁହାଯାଉଛି। ଏହାକୁ କେବଳ ବ୍ରିଟେନ ନୁହେଁ ବରଂ କଲରାଡୋ, ଅଟାଓ୍ବା, ବାର୍ସିଲୋନା ସମେତ ଆଉ କିଛି ୟୁନିଭର୍ସିଟିର ସମର୍ଥନ ରହିଥିବା ଜଣାପଡିଛି। ତେବେ ଗବେଷକମାନେ ଏହା ସ୍ପଷ୍ଟ କରି ନାହାନ୍ତି କି ବଜାରରେ ମିଳୁଥିବା ମାଉଥ୍‌ ଓ୍ବାଶ କରୋନା ଭୂତାଣୁକୁ ମାରିବ କି ଏଥିପାଇଁ କିଛି ସ୍ବତନ୍ତ୍ର ମାଉଥ୍‌ ଓ୍ବାଶ ରହିଛି। ହେଲେ ଏହାକୁ ନେଇ ଗବେଷଣା କରାଗଲେ ଲାଭ ମିଳିପାରେ ବୋଲି ସେମାନେ କହିଛନ୍ତି। ସେମାନଙ୍କ ମତରେ କରୋନା ଭାଇରସ ହେଉଛି ‘Enveloped Viruses’ ଶ୍ରେଣୀର। ଏହାର ଅର୍ଥ ହେଉଛି ଏହା ଏକ ଫ୍ୟାଟି ଲେୟାର ଦ୍ୱାରା ଆବରଣ ହୋଇରହିଛି। ଏହି ଲେୟାର କିଛି ସ୍ବତନ୍ତ୍ର ଧରଣର କେମିକାଲ ଦ୍ୱାରା ନଷ୍ଟ ହୋଇଯାଇଥାଏ। ତେଣୁ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି କି ମାଉଥ୍‌ ଓ୍ବାଶ କରୋନା ଭାଇରସର ବାହାର ଆବରଣକୁ ନଷ୍ଟ କରିଦେଇପାରେ। ଟେଷ୍ଟ ଟ୍ୟୁବରେ ଯେଉଁ ପରୀକ୍ଷା କରାଯାଇଥିଲା ସେଥିରୁ ଜଣାପଡିଛି କି କେତେକ ମାଉଥ୍‌ ଓ୍ବାଶରେ ଏମିତି କିଛି ପଦାର୍ଥ ରହିଛି ଯାହା ଏନଭଲପଡ ଭାଇରସର ବାହାର ଆବରଣକୁ ନଷ୍ଟ କରିଦେଉଛି। ଗବେଷଣାରେ କୁହାଯାଇଛି କି ଦାନ୍ତକୁ ସଫା କରିବାକୁ ବ୍ୟବହାର କରାଯାଉଥିବା ମାଉଥ୍‌ ଓ୍ବାଶରେ ଏମିତି କିଛି କେମିକାଲ ରହିଛି ଯାହା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

ପାଟପୁରରେ ବୁଲା କୁକୁରଙ୍କ ଆତଙ୍କ: ବ୍ରହ୍ମପୁର ବିଏମସି ପକ୍ଷରୁ କୁକୁର ଧରା ଅଭିଯାନ, ୯ ବୁଲା କୁକୁରଙ୍କୁ ଉଠାଇନେଲେ…

ଦିଗପହଣ୍ଡି,୧୦|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର, ମହାନାଳା,  ଜୟନଗର, ରାଧାଦେଇପୁର,ପଳାଶପୁର ପ୍ରଭୃତି ବିଭିନ୍ନ ଗ୍ରାମରେ ଗତ ପ୍ରାୟ ୩ ମାସ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri