Posted inଫୁରସତ

ମାଉଥ୍‌ ଓ୍ବାଶରେ ମରିଯିବ କରୋନା ଭୂତାଣୁ !

ମେଡିକାଲ ବିଶେଷଜ୍ଞଙ୍କ ଏକ ଦଳ ନିକଟରେ ଦାବି କରିଛନ୍ତି କି ମାଉଥ ଓ୍ବାଶରେ କରୋନା ଭୂତାଣୁକୁ ମାରିବାର କ୍ଷମତା ରହିଛି। ଏହା ଶରୀର ଭିତରକୁ ସଂକ୍ରମଣ କରିବା ପୂର୍ବରୁ ଗଳାରେ ଥିବା ଅବସ୍ଥାରେ ମାଉଥ୍‌ ଓ୍ବାଶ ଦ୍ୱାରା ମରିଯାଇଥାଏ। କିନ୍ତୁ ଏହାପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ମାଉଥ୍‌ ଓ୍ବାଶକୁ ନେଇ ଭିନ୍ନ କଥା କହିଥିଲା। ଡବ୍ଲୁଏଚ୍‌ଓ କହିଥିଲା ମାଉଥ୍‌ ଓ୍ବାଶ କରୋନା ଭୂତାଣୁକୁ ମାରିବାର କୌଣସି ପ୍ରମାଣ ନାହିଁ। ହେଲେ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍‌ର ଫଙ୍କଶନ ମାଗାଜିନରେ ଛପା ଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ମାଉଥ୍‌ ଓ୍ବାଶରେ କରୋନା ଭୂତାଣୁକୁ ମାରିବାର କ୍ଷମତା ରହିଛି। ତେଣୁ ଏହାର କ୍ଲିନିକାଲ ଟେଷ୍ଟ କରିବା ଜରୁରୀ। ବ୍ରିଟେନର କାର୍ଡିଫ ୟୁନିଭର୍ସିଟିର ଗବେଷକଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିବା କୁହାଯାଉଛି। ଏହାକୁ କେବଳ ବ୍ରିଟେନ ନୁହେଁ ବରଂ କଲରାଡୋ, ଅଟାଓ୍ବା, ବାର୍ସିଲୋନା ସମେତ ଆଉ କିଛି ୟୁନିଭର୍ସିଟିର ସମର୍ଥନ ରହିଥିବା ଜଣାପଡିଛି। ତେବେ ଗବେଷକମାନେ ଏହା ସ୍ପଷ୍ଟ କରି ନାହାନ୍ତି କି ବଜାରରେ ମିଳୁଥିବା ମାଉଥ୍‌ ଓ୍ବାଶ କରୋନା ଭୂତାଣୁକୁ ମାରିବ କି ଏଥିପାଇଁ କିଛି ସ୍ବତନ୍ତ୍ର ମାଉଥ୍‌ ଓ୍ବାଶ ରହିଛି। ହେଲେ ଏହାକୁ ନେଇ ଗବେଷଣା କରାଗଲେ ଲାଭ ମିଳିପାରେ ବୋଲି ସେମାନେ କହିଛନ୍ତି। ସେମାନଙ୍କ ମତରେ କରୋନା ଭାଇରସ ହେଉଛି ‘Enveloped Viruses’ ଶ୍ରେଣୀର। ଏହାର ଅର୍ଥ ହେଉଛି ଏହା ଏକ ଫ୍ୟାଟି ଲେୟାର ଦ୍ୱାରା ଆବରଣ ହୋଇରହିଛି। ଏହି ଲେୟାର କିଛି ସ୍ବତନ୍ତ୍ର ଧରଣର କେମିକାଲ ଦ୍ୱାରା ନଷ୍ଟ ହୋଇଯାଇଥାଏ। ତେଣୁ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି କି ମାଉଥ୍‌ ଓ୍ବାଶ କରୋନା ଭାଇରସର ବାହାର ଆବରଣକୁ ନଷ୍ଟ କରିଦେଇପାରେ। ଟେଷ୍ଟ ଟ୍ୟୁବରେ ଯେଉଁ ପରୀକ୍ଷା କରାଯାଇଥିଲା ସେଥିରୁ ଜଣାପଡିଛି କି କେତେକ ମାଉଥ୍‌ ଓ୍ବାଶରେ ଏମିତି କିଛି ପଦାର୍ଥ ରହିଛି ଯାହା ଏନଭଲପଡ ଭାଇରସର ବାହାର ଆବରଣକୁ ନଷ୍ଟ କରିଦେଉଛି। ଗବେଷଣାରେ କୁହାଯାଇଛି କି ଦାନ୍ତକୁ ସଫା କରିବାକୁ ବ୍ୟବହାର କରାଯାଉଥିବା ମାଉଥ୍‌ ଓ୍ବାଶରେ ଏମିତି କିଛି କେମିକାଲ ରହିଛି ଯାହା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri