ମା’ କର୍ମଜୀବୀ ହୋଇଥିଲେ…

ପ୍ରକୃତି ମା’ ସ୍ତନରେ ଖଞ୍ଜିଦେଇଛି ଏକ ଅମୃତର ଉତ୍ସ। ଯାହାକି ଜନ୍ମ ହେବାପରେ ଶିଶୁ ବଞ୍ଚତ୍ବା ଲାଗି ସମସ୍ତ ଆବଶ୍ୟକ ଉପାଦାନ ସହ ଶିଶୁର ଶାରୀରିକ ତଥା ମାନସିକ ବିକାଶ ଲାଗି ସମସ୍ତ
ପୋଷକତତ୍ତ୍ୱ ଶିଶୁ ଦେହରେ ପହଞ୍ଚାଇଥାଏ।

ସାଧାରଣତଃ ଶିଶୁକୁ ଅତି କମ୍‌ରେ ୬ ମାସ ପର୍ଯ୍ୟନ୍ତ କେବଳ ମା’କ୍ଷୀର ଖାଇବାକୁ ପରାମର୍ଶ ଦିଆଯାଏ। ହେଲେ ମା’ କର୍ମଜୀବୀ ହୋଇଥିଲେ ତା’ଙ୍କୁ ପ୍ରସବର କିଛି ମାସ ମଧ୍ୟରେ କର୍ମକ୍ଷେତ୍ରରେ ଯୋଗଦେବାକୁ ପଡିଥାଏ। ଯେଉଁଥିପାଇଁ ଶିଶୁକୁ ନିୟମିତ ସ୍ତନ୍ୟପାନ କରାଇବାରେ ଅବହେଳା ହୋଇଥାଏ। ଏଭଳି କ୍ଷେତ୍ରରେ ମା’ ଡବାକ୍ଷୀର ଉପରେ ନିର୍ଭର କରିଥାନ୍ତି। କିନ୍ତୁ ମା’ କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଶିଶୁର ମସ୍ତିଷ୍କ ବୃଦ୍ଧି ଓ ବିକାଶରେ ସାହାଯ୍ୟ କରିଥାଏ। ତେଣୁ କର୍ମଜୀବୀ ମହିଳା ଚାହିଁଲେ ଡବା କ୍ଷୀର ପରିବର୍ତ୍ତେ ନିଜ କ୍ଷୀର କାଢି(ଏକ୍ସପ୍ରେସ୍‌ଡ ମଦର୍ସ ମିଲ୍କ ବା ଇଏମ୍‌ଏମ୍‌) ଶିଶୁ ପାଇଁ ସାଇତି କରି ଫ୍ରିଜ୍‌ରେ ରଖି ଶିଶୁକୁ ମଝିରେ ମଝିରେ ଖୁଆଇ ପାରିବେ। ସକାଳେ ଶିଶୁକୁ ଖୁଆଇ ସାରିବା ପରେ ହାତରେ ବା ହସ୍ତଚାଳିତ ବ୍ରେଷ୍ଟ୍‌ ପମ୍ପ୍‌, ଇଲେକ୍ଟ୍ରି ବା ବ୍ୟାଟେରି ଚାଳିତ ବ୍ରେଷ୍ଟ୍‌ ପମ୍ପ୍‌ ସାହାଯ୍ୟରେ କ୍ଷୀର କାଢି ରଖିପାରିବେ। ଏହାକୁ ଫ୍ରିଜ୍‌ରେ ୭-୮ ଦିନ ପର୍ଯ୍ୟନ୍ତ ରଖି ମଧ୍ୟ ଶିଶୁକୁ ଖୁଆଇ ପାରିବେ। ଏପରି କି ଡିପ୍‌ ଫ୍ରିଜରରେ ଏକମାସ ପର୍ଯ୍ୟନ୍ତ ଷ୍ଟୋର କରିପାରିବେ। ତେବେ ଏଥିପାଇଁ ସଂକ୍ରମଣର ଆଶଙ୍କା ଥିବାରୁ ପ୍ରତିଦିନ ନିଜର ତଟକା କ୍ଷୀର କାଢି ଶିଶୁକୁ ଖୁଆଇବା ଭଲ। ଦିନକୁ ୭ରୁ ୮ ଥର କ୍ଷୀର କାଢିବା ଦ୍ୱାରା ସ୍ତନରେ କ୍ଷୀର କମିବା କିମ୍ବା ସ୍ତନ ଦରଜ ହେବା ଭଳି ସମସ୍ୟା ଦେଖାଦେଇ ନ ଥାଏ। ପ୍ରତିଥର କ୍ଷୀର କାଢିଲା ବେଳେ ତା’ ପାଇଁ ସଫା କିମ୍ବା ଅଲଗା ପାତ୍ର ବ୍ୟବହାର କରିବା ନିରାପଦ। କ୍ଷୀର କଢ଼ା ହେବାର ୧ ଘଣ୍ଟା ମଧ୍ୟରେ ଫ୍ରିଜ୍‌ରେ ରଖି ଶିଶୁକୁ ଖୁଆଇ ପାରିବେ। ଯଦି ଶିଶୁ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଖାଇବ, ତେବେ ସଙ୍ଗେସଙ୍ଗେ ମା’ କ୍ଷୀର ଫ୍ରିଜ୍‌ରେ ରଖିବେ କିମ୍ବା ଥଣ୍ଡା ପାଣି ପାତ୍ରରେ ରଖି ଘୋଡାଇ ଦେବେ। ଫ୍ରିଜ୍‌ରୁ କାଢିବା ପରେ କ୍ଷୀର ରୁମ୍‌ ଟେମ୍ପରେଚରକୁ ଆସିବା ପରେ ଶିଶୁକୁ ଖୁଆନ୍ତୁ ଏବଂ ସଂକ୍ରମଣ ନ ହେବା ଲାଗି ବଳକା କ୍ଷୀରକୁ ଫିଙ୍ଗି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୮

ଟୋକିଓ,୧।୮: ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ…

କେସିଙ୍ଗା ମହାବିଦ୍ୟାଳୟରେ ଯୋଗଦେଲେ ନୂଆ ପ୍ରିନ୍ସିପାଲ, କହିଲେ ଛାତ୍ରୀଛାତ୍ରଙ୍କୁ ଠିକ୍‌ ଭାବେ…

କେସିଙ୍ଗା,୧ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କେସିଙ୍ଗା ମହାବିଦ୍ୟାଳୟରେ ନୂତନ ଭାବେ ପ୍ରିନ୍ସିପାଲ ଅଶ୍ୱିନୀ ପଟ୍ଟନାୟକ ଶନିବାର ଯୋଗଦାନ କରିଛନ୍ତି। ସେ ଏହି ମହାବିଦ୍ୟାଳୟ ଗତ…

ଏଟିଏମ ଭଙ୍ଗା ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୧।୮(ସଙ୍ଗୀତା ଜେନା): ଜରେଇକେଲାରେ ଥିବା ଏକ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭଙ୍ଗା ଘଟଣାରେ ବିସ୍ରା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ୮,୩୦୦…

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

‘ମୁଁ ଲଜ୍ଜିତ, ନିଜ ମୁହଁକୁ ଆଇନାରେ ଦେଖିପାରୁନି’ ପିଏମ ମୋଦିଙ୍କୁ ଅପଶବ୍ଦ କହିଥିବା ଯୁବତୀ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧।୮: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀଜଣକ ସୋସିଆଲ ମିଡିଆରେ ଭିଡିଓ ଜାରି କରି…

ସରେଣ୍ଡର କଲା ହମାସ! ଗାଜାରୁ ସେନା ପ୍ରତ୍ୟାହାର କରିବ ଇସ୍ରାଏଲ, ଟ୍ରମ୍ପ କଲେ ବଡ଼ ଘୋଷଣା

ଓ୍ବାଶିଂଟନ୍‌,୧।୮: ଗାଜା ସଂଘର୍ଷ ସମ୍ପର୍କରେ ଏକ ବଡ଼ କୂଟନୈତିକ ବିକାଶ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ହମାସ ଆତ୍ମସମର୍ପଣ କରିଛି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri