ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ଚିତ୍ରଡା,୧୮ା୧(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଜନୈକା ୬୫ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦିଲ୍ଲୀପ ହାଁସଦା (୨୫)। ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ସାରେ ପୀଡିତା ମହିଳା ଛେଳି ଆଣିବା ପାଇଁ ପାଖ ଜଙ୍ଗଲକୁ ଯାଇଥିଲେ। ସେଠାରେ ତାଙ୍କୁ ଏକୁଟିଆ ପାଇ ଦିଲ୍ଲୀପ ଜୋର ଜବରଦସ୍ତ ବଳାତ୍କାର କରିଥିଲେ। ବଳାତ୍କାର ପରେ ଅଭିଯୁକ୍ତ ମହିଳାଙ୍କ ବେକକୁ ଛେଳି ବନ୍ଧା ପ୍ଲାଷ୍ଟିକ ଦୌଡ଼ିରେ ଚାପି ମାରି ଦେବାକୁ ଉଦ୍ୟମ କରିଥିଲେ। ପୀଡିତା ଅଭିଯୁକ୍ତଙ୍କ ଡାହାଣ ହାତକୁ କାମୁଡ଼ି ଦେବା ସହ ଜୋରରେ ପାଟି କରିବାରୁ ସ୍ଥାନୀୟ ଲୋକମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଲୋକଙ୍କୁ ଦେଖି ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିବା ବେଳେ ସେଠାରେ ତାଙ୍କ ମୋବାଇଲ, ଚଷମା ଓ ଚପଲ ଛାଡି ଯାଇଥିଲେ। ସକାଳେ ପୀଡିତାଙ୍କ ପରିବାର ଲୋକେ ଅଭିଯୁକ୍ତଙ୍କ ଘରକୁ ଯାଇ ଘଟଣା ବିଷୟରେ ପଚାରିବାରୁ ଅଭିଯୁକ୍ତ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଗ୍ରାମବାସୀ ତାଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ। ଏନେଇ ମୋରଡ଼ା ଥାନାରେ ଏକ ମାମଲା(ନଂ.୫/୨୦୨୦) ରୁଜୁ ହୋଇଛି। ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପିଆରଏମ ମେଡିକାଲକୁ ପଠାଯାଇଛି। ଡାକ୍ତରୀମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଗୋବିନ୍ଦ ଚନ୍ଦ୍ର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri