ମହିଳାଙ୍କ ମୁଣ୍ଡ କାଟି ହତ୍ୟା

ଠାକୁରମୁଣ୍ଡା, ୮ା୯(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅନ୍ତର୍ଗତ ମିରିଗିନେଣ୍ଡି ପଞ୍ଚାୟତର ପଟୁଳିଡ଼ିହି ବନ୍ଧସାହିରେ ଶୁକ୍ରବାର ରାତିରେ ଘରେ ଏକୁଟିଆ ଥିବା ଜଣେ ବିଧବା ମହିଳାଙ୍କ ମୁଣ୍ଡ କାଟି ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଘରଠାରୁ ୧୦୦ ମିଟର ଦୂରରୁ ମହିଳାଙ୍କ ଗଣ୍ଡି ମିଳିଥିବା ବେଳେ ନିକଟରେ ଥିବା ନଦୀପଠାରୁ କଟାମୁଣ୍ଡ ମିଳିଛି। ମୃତ ମହିଳା ଜଣକ ସେହି ଗ୍ରାମର ଜିରାମଣି ସୟ ବୋଲି ଜଣାପଡିଛି। କରଞ୍ଜିଆ ଥାନା ପୋଲିସ ଏକ ମାମଲା(ନଂ.୧୧୮/୧୯) ରୁଜୁକରି ତଦନ୍ତ ଜାରି ରଖିଛି।
ପୋଲିସ ସୂଚନା ଅନୁଯାୟୀ, ଜିରାମଣିଙ୍କ ଦୁଇ ପୁଅ ଥିବାବେଳେ ସ୍ବାମୀଙ୍କ ମୃତ୍ୟୁ ପରେ ସେହି ଗ୍ରାମର ରସାନନ୍ଦ ସୟଙ୍କ ଘରେ ସେ ରହୁଥିଲେ। ତେବେ ୩ ମାସ ତଳେ ରସାନନ୍ଦଙ୍କ ମୃତ୍ୟୁ ଘଟିବାରୁ ବନ୍ଧସାହି ନଦୀକୂଳରେ ଥିବା ଘରେ ସେ ଏକୁଟିଆ ରହୁଥିଲେ। ଶନିବାର ସକାଳେ ନଦୀକୁ ଗାଧୋଇବା ପାଇଁ ଯାଇଥିବା ଗ୍ରାମର କେତେକ ଲୋକ ନଦୀପଠାରେ ଜିରାମଣିଙ୍କ କଟା ମୁଣ୍ଡ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। କରଞ୍ଜିଆ ଥାନା ପୋଲିସ ପହଞ୍ଚି ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ ଜାରି ରଖିଛି। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଇ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?