ମହଙ୍ଗା ହେବ ରେଳ ଯାତ୍ରା; ଇ-ଟିକେଟିଂ ଉପରେ ଆଦାୟ ହେବ ସର୍ଭିସ ଚାର୍ଜ

ନୂଆଦିଲ୍ଲୀ,୯-୮: ଭାରତୀୟ ରେଳବାଇ ଅନ୍‌ଲାଇନ ରିଜର୍ଭେଶନ ବ୍ୟବସ୍ଥା ଇ-ଟିକେଟିଂ ଉପରେ ପୁନର୍ବାର ସର୍ଭିସ ଚାର୍ଜ ଆଦାୟ କରିବାକୁ ଯାଉଛନ୍ତି। ଫଳରେ ଆଗାମୀ ଦିନରେ ରେଳଯାତ୍ରା ମହଙ୍ଗା ହେବାକୁ ଯାଉଛି। ଅଗଷ୍ଟ ୩ରେ ମନ୍ତ୍ରଣାଳୟ ପକ୍ଷରୁ ଏକ ପତ୍ର ଜାରି କରାଯାଇଛି। ଏଥିରେ ମାର୍କେଟିଂ ଓ ବିକ୍ରି ସେବା ଉପରେ ସର୍ଭିସ ଚାର୍ଜ ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବାକୁ ଯାଇ ସରକାର ପୂର୍ବରୁ ଇ-ଟିକେଟିଂ ଉପରେ ସର୍ଭିସ ଚାର୍ଜକୁ ପ୍ରତ୍ୟାହାର କରିନେଇଥିଲେ। ଏବେ ନିଷ୍ପତ୍ତିର ପୁନର୍ବିଚାର କରାଯାଇଛି। ସ୍ଳିପର କ୍ଲାସ୍‌ରେ ପୂର୍ବରୁ ୨୦ ଟଙ୍କା ଏବଂ ଏସି ବଗିର ସିଟ୍‌ ପାଇଁ ୪୦ ଟଙ୍କା ଦେବାକୁ ପଡୁଥିଲା। ବିମୁଦ୍ରୀକରଣ ପୂର୍ବରୁ ଅର୍ଥାତ୍‌ ନଭେମ୍ବର ୨୦୧୬ ପର୍ଯ୍ୟନ୍ତ ଇ-ଟିକେଟ ଉପରେ ସର୍ଭିସ ଚାର୍ଜ ଆଦାୟ କରାଯାଉଥିଲା। ଆଇଆର୍‌ସିଟିସି ସର୍ଭିସ ଚାର୍ଜ ଜରିଆରେ ଏକତ୍ରିତ ହେଉଥିବା ଅର୍ଥକୁ ଇ-ଟିକେଟିଂ ସିଷ୍ଟମ ଲାଗି ଖର୍ଚ୍ଚ କରୁଥିଲା। ରେଳ ମନ୍ତ୍ରଣାଳୟ ସର୍ଭିସ ଚାର୍ଜ ନ ଆଦାୟ କରିବାକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା ଏବଂ ଖର୍ଚ୍ଚ ଭରଣା କରାଯିବ ବୋଲି ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରାରମ୍ଭରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ସର୍ଭିସ ଚାର୍ଜ ଅସୁଲ ନ କରିବା ବ୍ୟବସ୍ଥା ୨୦୧୭ ଜୁନ୍‌ ପର୍ଯ୍ୟନ୍ତ କରାଯାଇଥିଲା। ପରେ ଏହାର ସମୟସୀମାକୁ ଅନେକ ଥର ବୃଦ୍ଧି କରାଯାଇଛି। ଅଦ୍ୟାବଧି ପୁରୁଣା ବ୍ୟବସ୍ଥାକୁ ଆରମ୍ଭ କରାଯାଇ ନାହିଁ। ଇତିମଧ୍ୟରେ ସର୍ଭିସ ଚାର୍ଜ ଆଦାୟ ନ ହେବାରୁ ଆଇଆର୍‌ସିଟିସିର ଆୟ କମିଲା। ଯାହାର ପ୍ରଭାବ ରେଳ ମନ୍ତ୍ରଣାଳୟର ଆୟ ଉପରେ ପଡିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଇଆରସିଟିସିକୁ ୮୮ କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ସୁଦ୍ଧା ଏହା ପର୍ଯ୍ୟାପ୍ତ ନ ଥିଲା। କ୍ରମାଗତ କ୍ଷତି ସହି ଚାଲିଥିବା ରେଲଓ୍ବେ ପକ୍ଷରୁ ବୋର୍ଡର ଯୁଗ୍ମ ନିର୍ଦ୍ଦେଶକ ଟ୍ରାଫିକ କମର୍ସିଆଲ(ଜେନେରାଲ) ବି.ଏସ୍‌. କିରଣ ଅର୍ଥ ମନ୍ତ୍ରଣାଳୟକୁ ପତ୍ର ଲେଖି ପୁନର୍ବାର ସର୍ଭିସ ଚାର୍ଜ ଆଦାୟ କରାଯିବ ବୋଲି ଦର୍ଶାଇଛନ୍ତି। ତେବେ ପୂର୍ବ ଭଳି ସମାନ ପରିମାଣ ଅର୍ଥ ଏବେ ଆଦାୟ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ଟ୍ରେନ ଯାତ୍ରା ବେଳେ ଶପିଂ ମଜା
ଭାରତୀୟ ରେଲଓ୍ବେ ପକ୍ଷରୁ ଟ୍ରେନ ଯାତ୍ରା ବେଳେ ସପିଂ ମଜା ଉଠାଇବାର ବ୍ୟବସ୍ଥା କରିଛି। ବର୍ତ୍ତମାନ ଏହି ବ୍ୟବସ୍ଥା ପଶ୍ଚିମାଞ୍ଚଳ ରେଳବାଇର ଅହମ୍ମଦାବାଦ୍‌ ଡିଜିଜନ ଅଧୀନରେ ଅହମ୍ମଦାବାଦ୍‌-ମୁମ୍ବାଇ ସେଣ୍ଟ୍ରାଲ-ଅହମ୍ମଦାବାଦ୍‌ କର୍ନାବତୀ ଏକ୍ସପ୍ରେସ୍‌ ଓ ଅହମ୍ମଦାବାଦ୍‌-ମୁମ୍ବାଇ ସେଣ୍ଟ୍ରାଲ-ଅହମ୍ମଦାବାଦ୍‌ ଡବର ଡେକର ଏକ୍ସପ୍ରେସରେ ଆରମ୍ଭ କରାଯାଇଛି। ଗୁରୁବାରଠାରୁ ଏହି ନୂଆ ସୁବିଧା ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଛି। ଉଭୟ ମାର୍ଗରେ ଯାତ୍ରୀ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଜରିଆରେ କସ୍‌ମେଟିକ୍ସ, ଏଫ୍‌ଏମ୍‌ସିଜି ଓ ହେଲ୍‌ଥକେୟାର ସାମଗ୍ରୀ କିଣିପାରିବେ। ଯାତ୍ରୀମାନେ ଯାତ୍ରା ବେଳେ ଘରକରଣା, ଓରାଲ କେୟାର, ସ୍କିନ୍‌ କେୟାର, ହେଲ୍‌ଥ କେୟାର,କସ୍‌ମେଟିକ୍ସ, ସ୍ବାସ୍ଥ୍ୟ ସମ୍ପର୍କିତ, ପେପର ସାମଗ୍ରୀ,କନ୍‌ଫେକ୍‌ଶନାରୀ, ଷ୍ଟେଶନାରୀ ସାମଗ୍ରୀ ଆଦି କିଣିପାରିବେ ବୋଲି ରେଳଓ୍ବେ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri