ମରୁଛେ ବୋଲି ସିନା ଏତେ କଥା

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ପପ୍‌ ଷ୍ଟାର୍‌ ମାଇକେଲ ଜାକ୍‌ସନ (୧୯୫୮-୨୦୦୯) ଜଣେ ବିଶ୍ୱବିଖ୍ୟାତ ପପ୍‌ ଗାୟକ, ଗୀତ ରଚୟିତା ଓ ନର୍ତ୍ତକ। ବିଂଶ ଶତାବ୍ଦୀର ଜଣେ ଶ୍ରେଷ୍ଠ ସାଂସ୍କୃତିକ ବ୍ୟକ୍ତିତ୍ୱ ଭାବେ ସେ ଖୁବ୍‌ ଜନପ୍ରିୟ ଥିଲେ। ଏପରି କି ତାଙ୍କୁ ‘କିଙ୍ଗ୍‌ ଅଫ୍‌ ପପ୍‌’ ବୋଲି ଆଖ୍ୟା ଦିଆଯାଇଥିଲା। ସଙ୍ଗୀତ-କଳାକାର ଭାବେ ସେ ଇତିହାସରେ ସର୍ବାଧିକ ପୁରସ୍କାର ପାଇଥିବା ବ୍ୟକ୍ତି ବୋଲି କୁହାଯାଇଥାଏ (ଦ ଗ୍ରେଟେଷ୍ଟ ବ୍ଲାକ୍‌ ଆଚିଭର୍ସ ଇନ୍‌ ହିଷ୍ଟ୍ରି ସିଲ୍‌ଭିଆ ଲୋଭିନା ଚିଡ଼ି, ୧ ନଭେମ୍ବର ୨୦୨୦)। ତାଙ୍କ ମୃତ୍ୟୁ ପରବର୍ତ୍ତୀ ସମୟରେ ‘ଇଷ୍ଟେଟ୍‌ ଅଫ୍‌ ମାଇକେଲ ଜାକ୍‌ସନ’ ଗଠିତ ହୋଇଥିଲା। ୨୦୧୬ରେ ଫୋର୍ବସର ଏକ ହିସାବ ଅନୁସାରେ ମୁଖ୍ୟତଃ ତାଙ୍କ ଗୀତରୁ ଆଦାୟ ଥିଲା ୮୨୫ ନିୟୁତ ଆମେରିକୀୟ ଡଲାର, ଯାହାକି ଏହି କ୍ଷେତ୍ରରେ ଜଣେ ସେଲିବ୍ରିଟିଙ୍କ ପାଇଁ ସର୍ବାଧିକ।
ଏତେ ଧନ ସମ୍ପଦ ଓ ଅସାଧାରଣ ଖ୍ୟାତି ସତ୍ତ୍ୱେ ତାଙ୍କ ଜୀବନ ଯାପନ ଶୈଳୀ ଅବିଶ୍ୱସନୀୟ ଭାବେ ଭିନ୍ନ ଧରଣର ଥିଲା। ତାଙ୍କର ଏକ ଅଜବ ଇଚ୍ଛା ଥିଲା ଯେ, ସେ ଅନ୍ତତଃ ଦେଢ଼ଶହ ବର୍ଷ ବଞ୍ଚତ୍ବେ। ସାଧାରଣତଃ ଆମେ ଏତେ ଦିନ ପର୍ଯ୍ୟନ୍ତ ଦୀର୍ଘାୟୁ ହୋଇ ନ ଥାଉ। ତେଣୁ ଏହି ଲକ୍ଷ୍ୟ ହାସଲ କରିବାକୁ କିଛି ସ୍ବତନ୍ତ୍ର ବ୍ୟବସ୍ଥା ଓ ଆଚରଣ ଆବଶ୍ୟକ ବୋଲି ସେ ହୃଦୟଙ୍ଗମ କଲେ। ଏଥିସକାଶେ ତାଙ୍କ ଦୈନନ୍ଦିନ ଜୀବନ ଭିନ୍ନ ରୂପ ନେଲା। ମଣିଷ ବଞ୍ଚତ୍ବା ପାଇଁ ଅମ୍ଳଜାନ ନିହାତି ଆବଶ୍ୟକ। ତେଣୁ ସେ ଅକ୍ସିଜେନ ଚାମ୍ବରରେ ରହିବା ସହ ଅକ୍ସିଜେନ ବେଡ୍‌ରେ ମଧ୍ୟ ଶୋଉଥିଲେ। ଏତଦ୍‌ବ୍ୟତୀତ ସେ ବାହାର ଲୋକଙ୍କ ସହ ସାକ୍ଷାତ୍‌ କରିବା ବେଳେ ଖୁବ୍‌ ସତର୍କ ହୋଇଯାଉଥିଲେ। ହାତରେ ଗ୍ଲୋଭ୍‌ସ ଓ ପାଟିରେ ମାସ୍କ ଭିଡୁଥିଲେ। ସତେ ଯେମିତି ସେ ସେତେବେଳେ କରୋନା କାଳରେ ଥିଲେ ଓ କୋଭିଡ୍‌-୧୯ ଭୂତାଣୁ ତାଙ୍କୁ ସଂକ୍ରମିତ କରିଦେବ! ପୁଣି ଖାଦ୍ୟ ଗ୍ରହଣ କରିବା ବେଳେ ପୂର୍ବକାଳର ରାଜାମାନଙ୍କ ପରି ପ୍ରଥମେ ଏହି ଖାଦ୍ୟ ଜଣେ ବିଶ୍ୱସ୍ତ ପରୀକ୍ଷକ ଦ୍ୱାରା ନିରାପଦ ବୋଲି ଜାଣିବା ପାଇଁ ଉଦ୍‌ଗ୍ରୀବ ଥିଲେ। ବିଭିନ୍ନ କାରଣରୁ ଅବଶ୍ୟ ବଡ଼ଲୋକଙ୍କ ପାଇଁ ଖାଦ୍ୟ ପରୀକ୍ଷଣ ଏକ ଜରୁରୀ ଆବଶ୍ୟକତା ହୋଇପାରେ। ଏହି ପରିପ୍ରେକ୍ଷୀରେ ଗୋଟିଏ ଅଘଟଣ ଉଲ୍ଲେଖନୀୟ।
୧୯୬୨ ମସିହାରେ ସୁର ସମ୍ରାଜ୍ଞୀ (୧୯୨୯-୨୦୨୨) ଲତା ମଙ୍ଗେସ୍‌କର ହଠାତ୍‌ ଅତ୍ୟନ୍ତ ଅସୁସ୍ଥ ଅନୁଭବ କଲେ। ଏପରିକି ଶେଯରୁ ଉଠି ପାରିଲେ ନାହିଁ। ପ୍ରାୟ ୩ମାସ ପାଇଁ ଏହି ଦୌର୍ବଲ୍ୟ ଲାଗିରହିଲା। ସେ ଚିନ୍ତିତ ହେଲେ ଯେ, ହୁଏତ ସେ ଆଉ ଗୀତ ଗାଇପାରିବେ ନାହିଁ। ଡାକ୍ତର କପୁର ପରୀକ୍ଷା କରି ଜାଣି ପାରିଲେ ଯେ, ଖାଦ୍ୟରେ ତାଙ୍କୁ ସ୍ଲୋ ପଏଜନ ଦିଆଯାଇଛି। ଏହି ନିଦାନ ଜାଣିବା ପରେ ପରେ ତାଙ୍କ ରୋଷେୟା ଦରମା ନ ନେଇ ହଠାତ୍‌ ଗାଏବ ହୋଇଗଲା। ତାଙ୍କ ବାନ୍ତିରେ ଶାଗୁଆ ବର୍ଣ୍ଣର ତରଳ ପଦାର୍ଥ ବାହାରିବା ପରେ ଡାକ୍ତରୀ ପରୀକ୍ଷଣରୁ ଏମିତି ସମ୍ଭାବନା ବ୍ୟକ୍ତ କରାଯାଇଥିଲା।
ଏହି ଅଭାବନୀୟ ଘଟଣା ପରେ ଖ୍ୟାତନାମା ଗୀତିକାର ଓ ଲତାଙ୍କ ବନ୍ଧୁ ମଜରୁଲ ସୁଲତାନପୁର ଲତାଙ୍କ ଘରକୁ ପ୍ରତିଦିନ ଯାଇ ତାଙ୍କ ଖାଦ୍ୟ ପରୀକ୍ଷା ପରେ ଲତା ଖାଉଥିଲେ। ପ୍ରକାଶଥାଉ କି, ସେତେବେଳେ ଲତାଙ୍କ ବୟସ ପ୍ରାୟ ୩୩ ବର୍ଷ ଓ ଗାୟିକା ହିସାବରେ ବଲିଉଡ୍‌ରେ ତାଙ୍କ ଚାହିଦା ଆକାଶଛୁଅଁା ଥିଲା ( ଲତା ମଙ୍ଗେସ୍‌କର ଇନ୍‌ ହର ଓନ୍‌ ଭଏସ୍‌-ନସ୍‌ରିନ ମୁନି କବୀରା)। ତେଣୁ ଜାକ୍‌ସନ ଯଦି ଖାଦ୍ୟରେ ସତର୍କତା ଅବଲମ୍ବନ କରନ୍ତି ଏଥିରେ ବିଶେଷ ଅସ୍ବାଭାବିକତା ନାହିଁ। କିନ୍ତୁ ସେ କେବଳ ଏତିକିରେ ସୀମିତ ନ ଥିଲେ। ୧୨ଜଣିଆ ଡାକ୍ତରୀ ଦଳ ପ୍ରତିଦିନ ଥରକୁ ଥର ତାଙ୍କ ସର୍ବାଙ୍ଗର ସୁସ୍ଥତା ପ୍ରତି ତୀକ୍ଷ୍ଣ ନଜର ରଖୁଥିଲେ। କିନ୍ତୁ ଏତେ ସବୁ ନିଚ୍ଛିଦ୍ର ଆୟୋଜନ ସତ୍ତ୍ୱେ ସେ ମାତ୍ର ୫୦ ବର୍ଷରେ ପ୍ରାଣତ୍ୟାଗ କରିଥିଲେ। ତାଙ୍କ ସ୍ବପ୍ନର ଦେଢ଼ଶହ ବର୍ଷର ଢେର୍‌ ଆଗରୁ। ତାଙ୍କ କପାଳରେ ଥିଲା ମଧ୍ୟମାୟୁ। ତାହା ଅତିକ୍ରମ କରିବା ଅସାଧ୍ୟ।
ହଲିଉଡ୍‌ ଓସ୍କାର ବିଜୟିନୀ ଅପରୂପା ସୁନ୍ଦରୀ ଏଲିଜାବେଥ୍‌ ଟେଲର (୧୯୩୨-୨୦୧୧)ଙ୍କ ଗୋଟିଏ ସଉକ ଥିଲା ଯେ, ସେ ପ୍ରତିଟି କାର୍ଯ୍ୟକ୍ରମରେ ଡେରିରେ ପହଞ୍ଚତ୍ବେ। ଏପରିକି ମଣିଷ ଶରୀର ନଶ୍ୱର ବୋଲି ଏକ ନ୍ୟାଯ୍ୟ ସତ୍ୟ ଜାଣି ମଧ୍ୟ ସେ ପୂର୍ବରୁ ଇଚ୍ଛାପ୍ରକାଶ କରିଥିଲେ ଯେ, ତାଙ୍କ ମରଶରୀରକୁ ଠିକ୍‌ ସମୟରେ କବର ଦିଆ ନ ଯାଇ ବିଳମ୍ବରେ ସମାପନ କରାଯାଉ। ତଦନୁଯାୟୀ ପନ୍ଦର ମିନିଟ୍‌ ଡେରିରେ ତାଙ୍କ ମରଶରୀର ସମାଧିସ୍ଥ ହେଲା। କେବଳ ଏହି ସେଲିବ୍ରଟିମାନେ ନୁହନ୍ତି, ଆମେ ସମସ୍ତେ ସାଧାରଣ ଲୋକ ମଧ୍ୟ ଅଧିକରୁ ଅଧିକ ଦିନ ବଞ୍ଚତ୍ବାକୁ ଚାହୁଁ। ଆମର ଇଚ୍ଛା: ପୁରାଣକାରମାନେ ‘ସପ୍ତ ଚିରଞ୍ଜୀବୀ’ଙ୍କ ତାଲିକାରେ ହନୁମାନ, ବଳି, ବ୍ୟାସ, ଅଶ୍ୱତ୍ଥମା, କୃପାଚାର୍ଯ୍ୟ, ବିଭୀଷଣ, ପର୍ଶୁରାମ ରଖିଥିବା ବ୍ୟକ୍ତିମାନଙ୍କ ପରି ଆମେ ସେମିତି ବରପ୍ରାପ୍ତ ହୋଇଯାଆନ୍ତେ କି! କିନ୍ତୁ ଆମ ମୃତ୍ୟୁ ପରେ ଶରୀର ଯେ ପଞ୍ଚଭୂତ (ଭୂମି, ଜଳ, ବାୟୁ, ଅଗ୍ନି ଓ ଆକାଶ)ରେ ଲୀନ ହେବ ଓ ଆମ ଜୈବଶରୀର ଅବଶ୍ୟ କ୍ଷଣ ଭଙ୍ଗୁର। ଆମେ ଭୁଲିଯାଉଛେ, ବରଂ ମନ ପକାଇବାକୁ ମଧ୍ୟ ଚାହୁଁନେ! ତେଣୁ ଏହି ଧରା-ରଙ୍ଗମଞ୍ଚରେ ଏତେ ନାଟକୀୟ ଦୃଶ୍ୟ ପରିଦୃଷ୍ଟ ହେଉଛି।
ବଡ଼ଖେମୁଣ୍ଡି ବଙ୍ଗଳା,ଉତ୍କଳ ଆଶ୍ରମ ମାର୍ଗ, ବ୍ରହ୍ମପୁର, ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri