ଜଳେଶ୍ୱର, ୯।୨(ସ୍ବ.ପ୍ର.)-ଦୁଇବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ବାଲେଶ୍ୱର ଜିଲାର ଚାଲନ୍ତି ରେଳ ଓଭରବ୍ରିଜ୍ର ଅବଧି ଆଉ ୬ମାସ ବାକି ଅଛି। ଏହାର ଏକ ଚତୁର୍ଥାଂଶ କାମ ସରିଥିବାରୁ ପ୍ରକଳ୍ପ କାମ ଶେଷ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନିର୍ମାଣ କାମ ମନ୍ଥର ଗତିରେ ଚାଲିଛି। ମରାମତି ଅଭାବରୁ ପୁରୁଣା ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି। ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ ସହିତ ପୁରୁଣା ରାସ୍ତାର ମରାମତି ଦ୍ରୁତ ଗତିରେ କରାଯିବାକୁ ଦାବି ହେଉଛି ା
୬୦ନଂ. ଜାତୀୟ ରାଜପଥର ଚାଲନ୍ତିଠାରୁ ଜଳେଶ୍ୱର, ଦାନ୍ତୁନ, ଖଡ଼ଗପୁର, ରାଇବଣିଆ, ଗୋପୀବଲ୍ଲଭପୁର ଓ ଏପରିକି ଚନ୍ଦନେଶ୍ୱର, ଦୀଘା ଯିବା ପାଇଁ ରେଳ ଲେଭଲ କ୍ରସିିଂ ବାଧକ ସୃଷ୍ଟି କରୁଛି। ବାରମ୍ବାର ଲେଭଲ କ୍ରସିଂ ଫାଟକ ପଡୁଥିବାରୁ ଯାନବାହନଗୁଡିକ ଦୀର୍ଘ ସମୟ ଧରି ଅଟକି ରହିବାକୁ ପଡୁଛି। ବହୁ ଦାବି, ଆନ୍ଦୋଳନ ପରେ ୨୦୧୫ରେ ତତ୍କାଳୀନ ଏମ୍ପି ଇଂ. ରବୀନ୍ଦ୍ର କୁମାର ଜେନା ଓ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ହସ୍ତକ୍ଷେପ ଫଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ସେଠାରେ ଏକ ରେଳ ଓଭରବ୍ରିଜ୍ ( ଆର୍ଓବି-୫୨) ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। ଫଳରେ ଚାଲନ୍ତିଠାରେ ୪୦୮ମିଟର ଲମ୍ବ ଓ ୧୩.୫ ମିଟର ଓସାରର ପୋଲ ସହିତ ଏକ ମିଟର ଓସାରର ଫୁଟ ଓଭରବ୍ରିଜ୍ ଓ ୨୦୦ ମିଟର ଆପ୍ରୋଚ୍ରୋଡ ନିର୍ମାଣ ବାବଦ ମୋଟ ୬୧ କୋଟି ୯୫ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଏଥିରେ ମୋଟ ୩୧ଟି ପିଲର୍ ରହିବାକୁ ଥିବା ବେଳେ ୩୭.୨୫ ମିଟର ଲମ୍ବର ୪ଟି ରେଳ ବିଭାଗର ପିଲର୍ ଓ ୧୯.୨୫ ମିଟର ଲମ୍ବର ଅନ୍ୟ ୨୭ଟି ପିଲର୍ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଠିକାଦାର ନିର୍ମାଣ କରିବାର ଚୁକ୍ତି ହୋଇଥିଲା। ଚୁକ୍ତି ଅନୁଯାୟୀ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ୨୦ା୭ା୧୮ରେ ଆରମ୍ଭ ହୋଇଥିବା ବେଳେ ୧୯ା୭ା୨୦୨୦ରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ୪୯ କୋଟି ୯୨ଲକ୍ଷ ୫୭ ହଜାର ୦୨୮ଟଙ୍କାରେ ବ୍ୟୟ ଅଟକଳ କରାଯାଇଛି। ଅଦ୍ୟାବଧି କାର୍ଯ୍ୟ ଶେଷ ହେବାକୁ ୬ମାସ ବାକି ଥିବା ବେଳେ ଠିକାଦାର ଆଶୀର୍ବାଦ କନ୍ଷ୍ଟ୍ରକଶନ ୨୭ ପିଲର ମଧ୍ୟରେ ମାତ୍ର ୧୬ଟି ପିଲର ଗ୍ରାଉଣ୍ଡ ଲେଭଲଠାରୁ ଆରମ୍ଭ କରିଛି। ଅନ୍ୟ ୧୧ଟି ପିଲର କାମ ଆଦୌ ଆରମ୍ଭ ହୋଇନାହିଁ। ଏହି ଆର୍ଓବି ଲାଗି ବେସରକାରୀ ଜମି ଅଧିଗ୍ରହଣ ହେବାକୁ ନ ଥିବାବେଳେ ପୋଲ ନିର୍ମାଣ ଲାଗି ପୁନଃ ଆର୍ଥତ୍କ ନିର୍ଦ୍ଧାରଣ ୬୩ କୋଟି ୮୧ଲକ୍ଷ ୪୯୬୦ଟଙ୍କା ଧାର୍ଯ୍ୟ ହୋଇଛି। ଗୋଟିଏ ପିଲରୁ ଅନ୍ୟ ଏକ ପିଲର ମଧ୍ୟରେ ଥିବା ସ୍ଲାବରେ ୫ଟି ବିମ୍ସ୍ ଦିଆଯାଇ ଅତ୍ୟାଧୁନିକ ଯନ୍ତ୍ର ମାଧ୍ୟମରେ ତାହା ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଅଦ୍ୟାବଧି କାର୍ଯ୍ୟର ପ୍ରଗତି ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣି ଓପିଟିସିଏଲ୍ର ଏକ ଟାୱାର ଲାଇନ୍ ପ୍ରତିବନ୍ଧକ ସୃଷ୍ଟି ମଧ୍ୟ କରୁଛି। ଏହାକୁ ଅପସାରଣ ଲାଗି ୨କୋଟି ୧ଲକ୍ଷ ୬୮ହଜାର ଟଙ୍କାର ଅନ୍ୟ ଏକ ଟେଣ୍ଡର ହୋଇଥିବା ଜଣାଯାଇଛି। ଏବେ ଠିକାଦାର କାର୍ଯ୍ୟକୁ ୩୦ା୬ା୨୦୨୧ରେ ଶେଷ କରିବା ପାଇଁ ସରକାରଙ୍କୁ ଆବେଦନ କରିଛନ୍ତି।
ଜେଲ ଗଲେ ବାଲିଆପାଳ ସବ୍ରେଜିଷ୍ଟ୍ରାର
ବାଲେଶ୍ୱର, ୭।୧୧(ବାଞ୍ଛାନିଧି ଦେ): ‘ବାଜ୍ୟାପ୍ତି ସ୍ଥିତିବାନ’ ଜମିର ଦଲିଲ ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମାମଲାରେ ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳ ସବ୍ ରେଜିଷ୍ଟ୍ରାର୍ ମନୀଷା ମିଶ୍ରଙ୍କୁ…
ଅଧିକାଂଶ ଅଫିସରେ ଏମିତି ଦୁର୍ନୀତିଗ୍ରସ୍ତ ଅଫିସର ଅଛନ୍ତି: ଏମ୍ପି ପ୍ରତାପ
ବାଲେଶ୍ୱର,୮।୧୧(ବାଞ୍ଛାନିଧି ଦେ): ବାଲିଆପାଳର ସବ୍ ରେଜିଷ୍ଟ୍ରାର ମନୀଷା ମିଶ୍ର ଭିଜିଲାନ୍ସ ଟିମ୍ ଦ୍ୱାରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଗିରଫ ହେବା ଜାଣି ଏମ୍ପି ପ୍ରତାପ ଚନ୍ଦ୍ର…
ଏତିକି ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ସବ୍-ରେଜିଷ୍ଟ୍ରାର, ଚାକିରି ଜୀବନ ଆରମ୍ଭରୁ ଦୁର୍ନୀତି ପଙ୍କରେ…
ବାଲିଆପାଳ,୬ା୧୧: ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମହିଳା ଅଧିକାରୀଙ୍କୁ ପଡ଼ିଛି ଭାରି। ସାଧାରଣ ଲୋକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ…
ଯୋଗାଣ ବିଭାଗର ଚଢ଼ାଉ: ଯାତ୍ରୀବାହୀ ବସ୍ରୁ ଜବତ ହେଲା ଗ୍ୟାସ ଭର୍ତ୍ତି ସିଲିଣ୍ଡର
ବସ୍ତା,୫ା୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଗାନ୍ଧୀ ଛକଠାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି। ଏହି ଚଢ଼ାଉରେ ବାଲିଆପାଳରୁ…

