ଜଳେଶ୍ୱର, ୯।୨(ସ୍ବ.ପ୍ର.)-ଦୁଇବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ବାଲେଶ୍ୱର ଜିଲାର ଚାଲନ୍ତି ରେଳ ଓଭରବ୍ରିଜ୍ର ଅବଧି ଆଉ ୬ମାସ ବାକି ଅଛି। ଏହାର ଏକ ଚତୁର୍ଥାଂଶ କାମ ସରିଥିବାରୁ ପ୍ରକଳ୍ପ କାମ ଶେଷ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନିର୍ମାଣ କାମ ମନ୍ଥର ଗତିରେ ଚାଲିଛି। ମରାମତି ଅଭାବରୁ ପୁରୁଣା ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି। ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ ସହିତ ପୁରୁଣା ରାସ୍ତାର ମରାମତି ଦ୍ରୁତ ଗତିରେ କରାଯିବାକୁ ଦାବି ହେଉଛି ା
୬୦ନଂ. ଜାତୀୟ ରାଜପଥର ଚାଲନ୍ତିଠାରୁ ଜଳେଶ୍ୱର, ଦାନ୍ତୁନ, ଖଡ଼ଗପୁର, ରାଇବଣିଆ, ଗୋପୀବଲ୍ଲଭପୁର ଓ ଏପରିକି ଚନ୍ଦନେଶ୍ୱର, ଦୀଘା ଯିବା ପାଇଁ ରେଳ ଲେଭଲ କ୍ରସିିଂ ବାଧକ ସୃଷ୍ଟି କରୁଛି। ବାରମ୍ବାର ଲେଭଲ କ୍ରସିଂ ଫାଟକ ପଡୁଥିବାରୁ ଯାନବାହନଗୁଡିକ ଦୀର୍ଘ ସମୟ ଧରି ଅଟକି ରହିବାକୁ ପଡୁଛି। ବହୁ ଦାବି, ଆନ୍ଦୋଳନ ପରେ ୨୦୧୫ରେ ତତ୍କାଳୀନ ଏମ୍ପି ଇଂ. ରବୀନ୍ଦ୍ର କୁମାର ଜେନା ଓ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ହସ୍ତକ୍ଷେପ ଫଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ସେଠାରେ ଏକ ରେଳ ଓଭରବ୍ରିଜ୍ ( ଆର୍ଓବି-୫୨) ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। ଫଳରେ ଚାଲନ୍ତିଠାରେ ୪୦୮ମିଟର ଲମ୍ବ ଓ ୧୩.୫ ମିଟର ଓସାରର ପୋଲ ସହିତ ଏକ ମିଟର ଓସାରର ଫୁଟ ଓଭରବ୍ରିଜ୍ ଓ ୨୦୦ ମିଟର ଆପ୍ରୋଚ୍ରୋଡ ନିର୍ମାଣ ବାବଦ ମୋଟ ୬୧ କୋଟି ୯୫ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଏଥିରେ ମୋଟ ୩୧ଟି ପିଲର୍ ରହିବାକୁ ଥିବା ବେଳେ ୩୭.୨୫ ମିଟର ଲମ୍ବର ୪ଟି ରେଳ ବିଭାଗର ପିଲର୍ ଓ ୧୯.୨୫ ମିଟର ଲମ୍ବର ଅନ୍ୟ ୨୭ଟି ପିଲର୍ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଠିକାଦାର ନିର୍ମାଣ କରିବାର ଚୁକ୍ତି ହୋଇଥିଲା। ଚୁକ୍ତି ଅନୁଯାୟୀ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ୨୦ା୭ା୧୮ରେ ଆରମ୍ଭ ହୋଇଥିବା ବେଳେ ୧୯ା୭ା୨୦୨୦ରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ୪୯ କୋଟି ୯୨ଲକ୍ଷ ୫୭ ହଜାର ୦୨୮ଟଙ୍କାରେ ବ୍ୟୟ ଅଟକଳ କରାଯାଇଛି। ଅଦ୍ୟାବଧି କାର୍ଯ୍ୟ ଶେଷ ହେବାକୁ ୬ମାସ ବାକି ଥିବା ବେଳେ ଠିକାଦାର ଆଶୀର୍ବାଦ କନ୍ଷ୍ଟ୍ରକଶନ ୨୭ ପିଲର ମଧ୍ୟରେ ମାତ୍ର ୧୬ଟି ପିଲର ଗ୍ରାଉଣ୍ଡ ଲେଭଲଠାରୁ ଆରମ୍ଭ କରିଛି। ଅନ୍ୟ ୧୧ଟି ପିଲର କାମ ଆଦୌ ଆରମ୍ଭ ହୋଇନାହିଁ। ଏହି ଆର୍ଓବି ଲାଗି ବେସରକାରୀ ଜମି ଅଧିଗ୍ରହଣ ହେବାକୁ ନ ଥିବାବେଳେ ପୋଲ ନିର୍ମାଣ ଲାଗି ପୁନଃ ଆର୍ଥତ୍କ ନିର୍ଦ୍ଧାରଣ ୬୩ କୋଟି ୮୧ଲକ୍ଷ ୪୯୬୦ଟଙ୍କା ଧାର୍ଯ୍ୟ ହୋଇଛି। ଗୋଟିଏ ପିଲରୁ ଅନ୍ୟ ଏକ ପିଲର ମଧ୍ୟରେ ଥିବା ସ୍ଲାବରେ ୫ଟି ବିମ୍ସ୍ ଦିଆଯାଇ ଅତ୍ୟାଧୁନିକ ଯନ୍ତ୍ର ମାଧ୍ୟମରେ ତାହା ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଅଦ୍ୟାବଧି କାର୍ଯ୍ୟର ପ୍ରଗତି ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣି ଓପିଟିସିଏଲ୍ର ଏକ ଟାୱାର ଲାଇନ୍ ପ୍ରତିବନ୍ଧକ ସୃଷ୍ଟି ମଧ୍ୟ କରୁଛି। ଏହାକୁ ଅପସାରଣ ଲାଗି ୨କୋଟି ୧ଲକ୍ଷ ୬୮ହଜାର ଟଙ୍କାର ଅନ୍ୟ ଏକ ଟେଣ୍ଡର ହୋଇଥିବା ଜଣାଯାଇଛି। ଏବେ ଠିକାଦାର କାର୍ଯ୍ୟକୁ ୩୦ା୬ା୨୦୨୧ରେ ଶେଷ କରିବା ପାଇଁ ସରକାରଙ୍କୁ ଆବେଦନ କରିଛନ୍ତି।
ଟ୍ରେନ ଉପରେ ପଡ଼ିଲା କ୍ରେନ୍
ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍ ଲୋଡିଂ ବେଳେ କ୍ରେନ୍ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…
ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ
ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…
ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ
ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…
ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…
ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…
ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ
ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…
କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…
ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ
ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…
ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି
ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…
Archives

