ମଦ ଟ୍ରକ ହାଇଜାକ୍‌ କରିଥିବା ଗ୍ୟାଙ୍ଗ୍‌ ଧରାପଡିଲା

ଭୁବନେଶ୍ୱର,୧୭।୧(ବ୍ୟୁରୋ):ଗାଡି ନମ୍ବର, ଆଧାର କାର୍ଡ ଓ କାଗଜପତ୍ର ଜାଲିଆତି କରିଥିଲେ। ପରେ ମଦ ବୋଝେଇ ଟ୍ରକ୍‌ ହାଇଜାକ୍‌ କରି ରାଜଧାନୀରୁ ନେଇ ଅନୁଗୋଳର ଏକାଧିକ ମଦ ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଏକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ସମେତ ୩ ଜଣଙ୍କୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ମାଷ୍ଟରମାଇଣ୍ଡ୍‌ ଅନୁଗୋଳର ସୋନୁ କୁମାର ଜେନା, ଖୋର୍ଦ୍ଧା ଜିଲା ବୋଲଗଡ଼ର ଭାସ୍କର ଚନ୍ଦ୍ର ସାମନ୍ତରାୟ ଓ ବିଶ୍ୱଜିତ ମହାନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଟ୍ରକ୍‌ ଓ ସେଥିରେ ଥିବା ୧୫୦ ମଦ ପେଟି ଜବତ କରିଛି। ଏନେଇ ପୋଲିସ ମାମଲା (ନଂ.୦୮/୨୩) ରୁଜୁ କରି ସୋମବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏଥିସହ ମୁଖ୍ୟ ଅଭିଯୁକ୍ତ ସୋନୁଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ପୋଲିସ ଆବେଦନ କରିଛି। ସୋନୁଙ୍କ ନାମରେ ଅନୁଗୋଳ ଜିଲାରେ ହତ୍ୟା, ଡକାୟତି, ସଂଗଠିତ ଅପରାଧ, ଅପହରଣ ଆଦି ୨୦ରୁ ଅଧିକ ମାମଲା ଥିବା ପୋଲିସ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ଅନ୍ୟତମ ଫେରାର ଅଭିଯୁକ୍ତ ପ୍ରଦୀପ ଓ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
ସୂଚନା ଅନୁଯାୟୀ, ଭଗବାନପୁର ମଉଜାରେ ଷ୍ଟାଇଲ୍‌ ଓରିଏଣ୍ଟାଲ୍‌ ବଟଲିଂ ନାମରେ ଏକ ବିଦେଶୀ ମଦ ଉତ୍ପାଦନକାରୀ କମ୍ପାନୀ ରହିଛି। ଏଠାରୁ ବିଭିନ୍ନ ପରିବହନ କମ୍ପାନୀ ମାଧ୍ୟମରେ ଓଡ଼ିଶାରେ ଥିବା ବିଭିନ୍ନ ସରକାରୀ ଡିପୋଗୁଡିକୁ ମଦ ରପ୍ତାନି କରାଯାଏ। ମଦ ପରିବହନ କରିବାକୁ ଟ୍ରକ୍‌ ଆବଶ୍ୟକ ପଡିବାରୁ କମ୍ପାନୀ ପକ୍ଷରୁ ୱେଲକମ୍‌ ଏଣ୍ଟରପ୍ରାଇଜେସ୍‌ ସଂସ୍ଥାକୁ ଯୋଗାଯୋଗ କରାଯାଇଥିଲା। ୱେଲ୍‌କମ୍‌ ସଂସ୍ଥାର କର୍ମଚାରୀ ପ୍ରଭାତ ଓ ପବିତ୍ର ୨ଟି ଯାନ ବୁଝିବାକୁ ଖୋର୍ଦ୍ଧାର ସନ୍ତୁ ନାମକ ଜଣେ ଟ୍ରକ୍‌ ୟୁନିଅନ୍‌ ସୁପରଭାଇଜରଙ୍କ ସହ ଯୋଗାଯୋଗ କରିଥିଲେ। ଏହା ଜାଣିବା ପରେ ସନ୍ତୁଙ୍କୁ ଅଭିଯୁକ୍ତ ପ୍ରଦୀପ ଫୋନ୍‌ କରି ନିଜକୁ ଟ୍ରକ ମାଲିକ ପରିଚୟ ଦେଇ ଗାଡ଼ି ଭଡ଼ାରେ ଲଗାଇବାକୁ କହିଥିଲେ। ସନ୍ତୁଙ୍କ କଥାନୁସାରେ ସଂସ୍ଥାର କର୍ମଚାରୀ ପ୍ରଭାତଙ୍କ ସହ ଅଭିଯୁକ୍ତ ପ୍ରଦୀପ ଡକ୍ୟୁମେଣ୍ଟେଶନ ଏବଂ ପରିବହନ ଚାର୍ଜ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ। ମଦ ଭୁବନେଶ୍ୱରରୁ ସମ୍ବଲପୁର ଡିପୋକୁ ଯିବା ନେଇ କଥା ଫାଇନାଲ ହେବା ପରେ ପ୍ରଦୀପ ଟ୍ରକ୍‌ ଡ୍ରାଇଭର ବଇରାଗି ଦେହୁରୀଙ୍କ ସହ ପ୍ରଭାତଙ୍କୁ କଥା କରାଇଥିଲେ। ଅଭିଯୁକ୍ତମାନେ ପୂର୍ବ ଯୋଜନାନୁଯାୟୀ ଗତ ଜାନୁୟାରୀ ୫ରେ ଡ୍ରାଇଭର ବାଇରାଗି ଏବଂ ହେଲ୍‌ପର ଭାସ୍କର ସାମନ୍ତରାୟଙ୍କ ସହ କାରଖାନାରେ ପହଞ୍ଚତ୍ଥିଲେ। ୬ ତାରିଖ ଦିନ ୧୧ଟାରେ ୬୦ଲକ୍ଷ ଟଙ୍କାର ୯୫୦ ପେଟି ମଦ ଭର୍ତ୍ତି ଟ୍ରକ୍‌ଟି ସମ୍ବଲପୁର ଅଭିମୁଖେ ବାହାରିଥିଲା। କିନ୍ତୁ ଟ୍ରକ୍‌କୁ ସମ୍ବଲପୁର ପରିବର୍ତ୍ତେ ଅନୁଗୋଳକୁ ନେଇ ଅଭିଯୁକ୍ତ ସୋନୁର ଘରେ ବହୁ ପେଟି ଅନ୍‌ଲୋଡ୍‌ କରିଥିଲେ। ଅବଶିଷ୍ଟ ମଦକୁ ବିଭିନ୍ନ ସ୍ଥାନରେ ବିକ୍ରି କରିଥିଲେ। ଟ୍ରକ୍‌ ଡ୍ରାଇଭର ମୋବାଇଲ୍‌ ଟ୍ରାକ୍‌ କରାଯାଉଥିବା ସନ୍ଦେହ କରି ତାଙ୍କୁ ବସ୍‌ରେ ସମ୍ବଲପୁର ପଠାଇଥିଲେ। ହେଲେ ଡ୍ରାଇଭର ଜଣକ ଉକ୍ତ ବସ୍‌ରେ ମୋବାଇଲ ଛାଡି ଦେଇ ଚାଲିଯାଇଥିଲେ। ଟ୍ରାନ୍ସପୋର୍ଟ ସଂସ୍ଥା ଡ୍ରାଇଭରଙ୍କ ମୋବାଇଲ ଟ୍ରାକ୍‌ କରିବାରୁ ତାହା ରାୟପୁର ଦେଖାଇଥିଲା। ଏହାପରେ ସଂସ୍ଥା କର୍ମଚାରୀ ପବିତ୍ର ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ର଼୍ୟାକେଟକୁ ଧରିବାରେ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

ଘସିପୁରାରୁ ଲଢିବେ ସୌମ୍ୟ! କହିଲେ ଏହି ଦଳ ଦେଇଛି ଅଫର…

ଭୁବନେଶ୍ୱର,୩୦।୪: ନିର୍ବାଚନ ଲଢିବା ନେଇ ବଡ଼ ସଙ୍କେତ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ୨ଦିନ ପୂର୍ବରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ ସୌମ୍ୟ। ସେ କହିଥିଲେ, ‘ମୋର...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

Featured Video Play Icon

ଭାଜପା ଛାଡ଼ିଲେ ଅମୀୟ ଦାଶ

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ଏକାମ୍ରର ଭାଜପା ନେତା ଅମୀୟ ଦାଶ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଛନ୍ତି। ଅମୀୟ ଭାଜପା...

ଆଜି ପରି କାଲି ବି ଜାଳିବ, ରେଡ ଓ୍ବାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୩୦।୪: ଆକାଶରୁ ନିଆଁ ବର୍ଷୁଛି। ଏମିତି ଲାଗୁଛି ଯେମିତି ବାହାରକୁ ବାହାରିଲେ ମୁହଁପୋଡି ହୋଇଯିବ। ତେବେ ପ୍ରଥମ ଥର ରାଜ୍ୟ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଥିବାବେଳେ...

ବାଲେଶ୍ୱରରେ ଅଗ୍ନିବର୍ଷା, ୪୬ ଛୁଇଁଲା ପାରଦ

ଭୁବନେଶ୍ୱର,୩୦।୪: ବାଲେଶ୍ୱରରେ ଅଗ୍ନିବର୍ଷା। ୪୬ ଡିଗ୍ରୀ ଛୁଇଁଲା ତାତି। ଆଜି ଦିନ ୨.୩୦ ସୁଦ୍ଧା ବାଲେଶ୍ୱର ତାପମାତ୍ରା ୪୬ ଡିଗ୍ରୀ, ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଦିନ...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri