ମଦ ଟ୍ରକ ହାଇଜାକ୍‌ କରିଥିବା ଗ୍ୟାଙ୍ଗ୍‌ ଧରାପଡିଲା

ଭୁବନେଶ୍ୱର,୧୭।୧(ବ୍ୟୁରୋ):ଗାଡି ନମ୍ବର, ଆଧାର କାର୍ଡ ଓ କାଗଜପତ୍ର ଜାଲିଆତି କରିଥିଲେ। ପରେ ମଦ ବୋଝେଇ ଟ୍ରକ୍‌ ହାଇଜାକ୍‌ କରି ରାଜଧାନୀରୁ ନେଇ ଅନୁଗୋଳର ଏକାଧିକ ମଦ ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଏକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ସମେତ ୩ ଜଣଙ୍କୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ମାଷ୍ଟରମାଇଣ୍ଡ୍‌ ଅନୁଗୋଳର ସୋନୁ କୁମାର ଜେନା, ଖୋର୍ଦ୍ଧା ଜିଲା ବୋଲଗଡ଼ର ଭାସ୍କର ଚନ୍ଦ୍ର ସାମନ୍ତରାୟ ଓ ବିଶ୍ୱଜିତ ମହାନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଟ୍ରକ୍‌ ଓ ସେଥିରେ ଥିବା ୧୫୦ ମଦ ପେଟି ଜବତ କରିଛି। ଏନେଇ ପୋଲିସ ମାମଲା (ନଂ.୦୮/୨୩) ରୁଜୁ କରି ସୋମବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏଥିସହ ମୁଖ୍ୟ ଅଭିଯୁକ୍ତ ସୋନୁଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ପୋଲିସ ଆବେଦନ କରିଛି। ସୋନୁଙ୍କ ନାମରେ ଅନୁଗୋଳ ଜିଲାରେ ହତ୍ୟା, ଡକାୟତି, ସଂଗଠିତ ଅପରାଧ, ଅପହରଣ ଆଦି ୨୦ରୁ ଅଧିକ ମାମଲା ଥିବା ପୋଲିସ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ଅନ୍ୟତମ ଫେରାର ଅଭିଯୁକ୍ତ ପ୍ରଦୀପ ଓ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
ସୂଚନା ଅନୁଯାୟୀ, ଭଗବାନପୁର ମଉଜାରେ ଷ୍ଟାଇଲ୍‌ ଓରିଏଣ୍ଟାଲ୍‌ ବଟଲିଂ ନାମରେ ଏକ ବିଦେଶୀ ମଦ ଉତ୍ପାଦନକାରୀ କମ୍ପାନୀ ରହିଛି। ଏଠାରୁ ବିଭିନ୍ନ ପରିବହନ କମ୍ପାନୀ ମାଧ୍ୟମରେ ଓଡ଼ିଶାରେ ଥିବା ବିଭିନ୍ନ ସରକାରୀ ଡିପୋଗୁଡିକୁ ମଦ ରପ୍ତାନି କରାଯାଏ। ମଦ ପରିବହନ କରିବାକୁ ଟ୍ରକ୍‌ ଆବଶ୍ୟକ ପଡିବାରୁ କମ୍ପାନୀ ପକ୍ଷରୁ ୱେଲକମ୍‌ ଏଣ୍ଟରପ୍ରାଇଜେସ୍‌ ସଂସ୍ଥାକୁ ଯୋଗାଯୋଗ କରାଯାଇଥିଲା। ୱେଲ୍‌କମ୍‌ ସଂସ୍ଥାର କର୍ମଚାରୀ ପ୍ରଭାତ ଓ ପବିତ୍ର ୨ଟି ଯାନ ବୁଝିବାକୁ ଖୋର୍ଦ୍ଧାର ସନ୍ତୁ ନାମକ ଜଣେ ଟ୍ରକ୍‌ ୟୁନିଅନ୍‌ ସୁପରଭାଇଜରଙ୍କ ସହ ଯୋଗାଯୋଗ କରିଥିଲେ। ଏହା ଜାଣିବା ପରେ ସନ୍ତୁଙ୍କୁ ଅଭିଯୁକ୍ତ ପ୍ରଦୀପ ଫୋନ୍‌ କରି ନିଜକୁ ଟ୍ରକ ମାଲିକ ପରିଚୟ ଦେଇ ଗାଡ଼ି ଭଡ଼ାରେ ଲଗାଇବାକୁ କହିଥିଲେ। ସନ୍ତୁଙ୍କ କଥାନୁସାରେ ସଂସ୍ଥାର କର୍ମଚାରୀ ପ୍ରଭାତଙ୍କ ସହ ଅଭିଯୁକ୍ତ ପ୍ରଦୀପ ଡକ୍ୟୁମେଣ୍ଟେଶନ ଏବଂ ପରିବହନ ଚାର୍ଜ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ। ମଦ ଭୁବନେଶ୍ୱରରୁ ସମ୍ବଲପୁର ଡିପୋକୁ ଯିବା ନେଇ କଥା ଫାଇନାଲ ହେବା ପରେ ପ୍ରଦୀପ ଟ୍ରକ୍‌ ଡ୍ରାଇଭର ବଇରାଗି ଦେହୁରୀଙ୍କ ସହ ପ୍ରଭାତଙ୍କୁ କଥା କରାଇଥିଲେ। ଅଭିଯୁକ୍ତମାନେ ପୂର୍ବ ଯୋଜନାନୁଯାୟୀ ଗତ ଜାନୁୟାରୀ ୫ରେ ଡ୍ରାଇଭର ବାଇରାଗି ଏବଂ ହେଲ୍‌ପର ଭାସ୍କର ସାମନ୍ତରାୟଙ୍କ ସହ କାରଖାନାରେ ପହଞ୍ଚତ୍ଥିଲେ। ୬ ତାରିଖ ଦିନ ୧୧ଟାରେ ୬୦ଲକ୍ଷ ଟଙ୍କାର ୯୫୦ ପେଟି ମଦ ଭର୍ତ୍ତି ଟ୍ରକ୍‌ଟି ସମ୍ବଲପୁର ଅଭିମୁଖେ ବାହାରିଥିଲା। କିନ୍ତୁ ଟ୍ରକ୍‌କୁ ସମ୍ବଲପୁର ପରିବର୍ତ୍ତେ ଅନୁଗୋଳକୁ ନେଇ ଅଭିଯୁକ୍ତ ସୋନୁର ଘରେ ବହୁ ପେଟି ଅନ୍‌ଲୋଡ୍‌ କରିଥିଲେ। ଅବଶିଷ୍ଟ ମଦକୁ ବିଭିନ୍ନ ସ୍ଥାନରେ ବିକ୍ରି କରିଥିଲେ। ଟ୍ରକ୍‌ ଡ୍ରାଇଭର ମୋବାଇଲ୍‌ ଟ୍ରାକ୍‌ କରାଯାଉଥିବା ସନ୍ଦେହ କରି ତାଙ୍କୁ ବସ୍‌ରେ ସମ୍ବଲପୁର ପଠାଇଥିଲେ। ହେଲେ ଡ୍ରାଇଭର ଜଣକ ଉକ୍ତ ବସ୍‌ରେ ମୋବାଇଲ ଛାଡି ଦେଇ ଚାଲିଯାଇଥିଲେ। ଟ୍ରାନ୍ସପୋର୍ଟ ସଂସ୍ଥା ଡ୍ରାଇଭରଙ୍କ ମୋବାଇଲ ଟ୍ରାକ୍‌ କରିବାରୁ ତାହା ରାୟପୁର ଦେଖାଇଥିଲା। ଏହାପରେ ସଂସ୍ଥା କର୍ମଚାରୀ ପବିତ୍ର ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ର଼୍ୟାକେଟକୁ ଧରିବାରେ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri