ଡ୍ୟୁଲକ୍ସ ୱେଦର୍‌ସିଲ୍ଡ ପାୱାରଫ୍ଲେକ୍ସର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୧: ଦେଶର ପ୍ରମୁଖ ଡ୍ୟୁଲକ୍ସ ପେଣ୍ଟର ନିର୍ମାତା ଆକ୍‌ଜୋନୋବେଲ୍‌ ପକ୍ଷରୁ ନିକଟରେ ତା’ର ନୂତନ ଉତ୍ପାଦ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ସୋମବାର ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ଏକ୍ସଟେରିୟର ପେଣ୍ଟର ଲୋକପ୍ରିୟ ୱେଦର୍‌ସିଲ୍ଟ ରେଞ୍ଜ୍‌ରେ ନୂଆ ଅପଗ୍ରେଡେଡ ଡ୍ୟୁଲକ୍ସ ୱେଦର୍‌ସିଲ୍ଡ ପାୱାରଫ୍ଲେକ୍ସର ଶୁଭାରମ୍ଭ କରାଯାଇଛି। ବିଶେଷକରି କମ୍ପାନୀର ନୂଆ ୱେଦର୍‌ସିଲ୍ଡ ପାୱାର ଫ୍ଲେକ୍ସର ଅଭିନବ ଟ୍ରିପଲ୍‌ ଡିଫେନ୍ସ ଟେକ୍ନୋଲୋଜି ସହ ଆସୁଛି, ଯାହା ଆଡ୍‌ଭାନ୍ସଡ୍‌ ପିୟୁ ମୋଡିଫାଏଡ୍‌ ଆକ୍ରିଲିକ୍‌ ଟେକ୍ନୋଲୋଜି ସହିତ ପରିଚାଳିତ ହେଉଛି। ଏହା ସମସ୍ତ ପାଣିପାଗସ୍ଥିତିରେ ହୋମ୍‌ ଏକ୍ସଟେରିୟରଗୁଡିକର ୧୨ବର୍ଷର ନିଶ୍ଚିତ ସୁରକ୍ଷା ପ୍ରଦାନ କରୁଛି। ଏ ସମ୍ପର୍କରେ ଆକ୍‌ଜୋନୋବେଲ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରାଜୀବ ରାଜଗୋପଳ କହିଛନ୍ତି, ଘର ଉପରେ ଜଳବାୟୁ ଓ ପାଣିପାଗର କୁପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାର ଉପଭୋକ୍ତାମାନେ ଆଜି ବର୍ଦ୍ଧିତ ରୂପେ ଉଚ୍ଚମାନର ଏକ୍ସଟେରିୟର ପେଣ୍ଟର ଦାବି କରୁଛନ୍ତି, ଯାହା ସେମାନଙ୍କ ଘରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ଓ ସୁନ୍ଦର ରଖିପାରିବ। ଅତ୍ୟାଧୁନିକ ଟ୍ରିପଲ ଡିଫେନ୍ସ ଟେକ୍ନୋଲୋଜି ସହ ଉନ୍ନତ ହୋଇଥିବା ଡ୍ୟୁଲକ୍ସ ୱେଦର୍‌ସିଲ୍ଡ ପାୱାରଫ୍ଲେକ୍ସ ଏବେ ଏକ ବର୍ଦ୍ଧିତ ୧୨ ବର୍ଷର ସୁରକ୍ଷା ପ୍ରତିଶ୍ରୁତି ସହିତ ଘରଗୁଡିକ ପାଇଁ ଦୀର୍ଘସ୍ଥାୟୀ ସୁରକ୍ଷା ଓ ଘରମାଲିକଙ୍କ ପାଇଁ ଉନ୍ନତ ମାନସିକ ଶାନ୍ତି ପ୍ରଦାନ କରୁଛି, ଯାହା ଏହାକୁ ଅଲ୍ଟିମେଟ୍‌ ଘର୍‌ କା ଚାମ୍ପିୟନ୍‌ରେ ପରିଣତ କରୁଛି। ଏକ୍ସଟେରିୟର ପେଣ୍ଟ୍‌ ବର୍ଗ ମଧ୍ୟରେ ଡ୍ୟୁଲକ୍ସ ୱେଦର୍‌ସିଲ୍ଡ ପାୱାରଫ୍ଲେକ୍ସ ଘରମାଲିକଙ୍କୁ ଉପଯୁକ୍ତ ଲାଭ ପ୍ରଦାନ କରିବା ପାଇଁ ବିଜ୍ଞାନ, ଉଦ୍ଭାବନ ଓ ଡ୍ୟୁଲକ୍ସର ମ୍ୟାଜିକ୍‌କୁ ସମ୍ମିଶ୍ରଣ କରୁଛି। ଏହାର ଟ୍ରିପଲ୍‌ ଡିଫେନ୍ସ ଟେକ୍ନୋଲୋଜି ହୋମ୍‌ ଏକ୍ସଟେରିୟରକୁ ସୁପରିୟର କ୍ରାକ୍‌ ବ୍ରିଜିଙ୍ଗ, ସୁପରିୟର ୱେଦର୍‌ ରେଜିଷ୍ଟାନ୍ସ ଓ ସୁପରିୟର୍‌ ୱାଟର ରେଜିଷ୍ଟାନ୍ସ ଗୁଣ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri