ମଣ୍ଡିରୁ ଶୀଘ୍ର ଧାନ ଉଠାଣ ଦାବି: ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ/ଦାସିଗଁା,୨୦।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଲଗୁଡା ନୀଳ ମାଧବ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଚାଷୀମାନେ ମଣ୍ଡିରୁ ଶୀଘ୍ର ଧାନ ଉଠାଣ କରିବା ଦାବିରେ ଗୁରୁବାର ସକାଳ ୮ଟାରୁ ୯ଟା ଯାଏଁ ରାସ୍ତାରୋକୋ କରିଥିଲେ। ଫଳରେ ଜୁନାଗଡ-କଲମପୁର ମୁଖ୍ୟ ରାସ୍ତା ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ୧ ଘଣ୍ଟା ରାସ୍ତାରୋକୋ ଯୋଗୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ଘଟଣା ସ୍ଥଳକୁ ଭବାନୀପାଟଣା ଏସିଏସ୍‌ଓ ହାଡିବନ୍ଧୁ ସ, ଜୁନାଗଡ ଆରଏମସି ସମ୍ପାଦକ ବସନ୍ତ କୁମାର ସେଠି, ଚିଲଗୁଡା ଫାଣ୍ଡି ଅଧିକାରୀ ଅଶୋକ କୁମାର ବିହାରୀ ପହଞ୍ଚତ୍ ଉତ୍ତ୍ୟକ୍ତ ଚାଷୀଙ୍କୁ ବୁଝାଶୁଝା କରିଥିଲେ। ଟାର୍ଗେଟ ସରିଯିବାରୁ ଧାନ ଉଠିପାରୁ ନ ଥିବା ସେମାନେ କହିଥିଲେ। ପରେ ୬ ହଜାର କୁଇଣ୍ଟାଲ ଟାର୍ଗେଟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ରାସ୍ତାରୋକରୁ ହଟିଥିଲେ। ଚିଲଗୁଡା ମଣ୍ଡିରେ ଗତ ୧୭ ତାରିଖ ସୋମବାର ୩୨ଜଣ ଚାଷୀଙ୍କୁ ଓ ୧୮ତାରିଖ ମଙ୍ଗଳବାର ୩୩ ଜଣ ଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ମୁଣ୍ଡରାଗୁଡା ପ୍ୟାକ୍ସ ପକ୍ଷରୁ ଟୋକନ ଦିଆଯାଇଥିଲା। ତେବେ ଟାର୍ଗେଟ ସରିଯିବାରୁ ଉକ୍ତ ଚାଷୀମାନଙ୍କ ଧାନ ମଣ୍ଡିରୁ ନ ଉଠିବାରୁ ବାଧ୍ୟ ହୋଇ ସେମାନେ ରାସ୍ତାରୋକୋର ପନ୍ଥା ଅବଳମ୍ବନ କରିଥିଲେ। ଗୁରୁବାର ମଣ୍ଡିରୁ କୌଣସି ଚାଷୀଙ୍କ ଧାନ ଉଠାଣ ହୋଇ ନ ଥିଲା। ଶୁକ୍ରବାର ଧାନ ଉଠାଣ କରାଯିବ ବୋଲି ଜଣାପଡିଛି। ଗତ ୩ ଦିନ ହେବ ଚିଲଗୁଡା ମଣ୍ଡିରୁ ଧାନ ଉଠୁ ନ ଥିବାରୁ ଅଞ୍ଚଳର ଚାଷୀମାନେ ଦିନବେଳା ଟାଣ ଖରାରେ ଓ ରାତିବେଳା ଗୁଳୁଗୁଳୁରେ ପଡିରହିଛନ୍ତି। ଏପରିସ୍ଥଳେ ଏବେ ମୌସୁମୀ ବର୍ଷା ଆସୁଥିବାରୁ ଚାଷୀମାନଙ୍କ ଚିନ୍ତା ଆହୁରୁ ବଢାଇ ଦେଇଛି। ଏ ନେଇ ଜୁନାଗଡ ଆରଏମସି ସମ୍ପାଦକ ବସନ୍ତ କୁମାର ସେଠୀଙ୍କୁ ପଚାରିବାରୁ ୬ ହଜାର କୁଇଣ୍ଟାଲ ଟାର୍ଗେଟ ଦିଆଯାଇଛି। ଶୁକ୍ରବାରଠୁ ଧାନ ଉଠାଣ ସ୍ବାଭାଭିକ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

ଚାକିରି ନୁହେଁ ବ୍ୟବସାୟରେ ରାଜ୍‌ କରନ୍ତି ଏହି ୬ ରାଶି, ନିଜ ଦମ୍‌ରେ ପାଆନ୍ତି ବଡ଼ ସଫଳତା

ବ୍ୟବସାୟ ଦୁନିଆରେ କିଛି ଲୋକ ଖୁବ କମ ସମୟରେ ସଫଳତାର ଶୀର୍ଷରେ ପହଞ୍ଚିଯାଆନ୍ତି, ଆଉ କିଛି ଲୋକ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ମଧ୍ୟ…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri