ମଙ୍ଗୁଳି ଜେନା ହତ୍ୟା ଘଟଣା ଫାଇଲରେ ଡୋରି

ଖୋର୍ଦ୍ଧା ଅଫିସ, ୧୪।୩: ଖୋର୍ଦ୍ଧା ଜିଲା ସଦର ମହକୁମାରେ ଗତ ୨୦୧୯ ଏପ୍ରିଲ ୧୪ରେ ଭାଜପା ନେତା ମଙ୍ଗୁଳି ଜେନାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ତେବେ ଏହି ଘଟଣା ଆଜକୁ ୧୧ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ତଦନ୍ତ ଚାଲିଛି କହି ଫାଇଲରେ ଡୋରି ବାନ୍ଧି ଦେଇ ଚୁପ୍‌ ହୋଇ ବସିପଡିଛି। ଏ ନେଇ ଜେନାଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିବାର ତ ଦୂରର କଥା ତାଙ୍କୁ ମାନସିକ ନିର୍ଯାତନା ଆଘାତ ଦେଇଛି। ତେବେ ତାଙ୍କ ପରିବାର ଲୋକେ ଓ ସମର୍ଥକମାନେ ମିଶି ଗଣ ଆନ୍ଦୋଳନକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇସାରିଲେଣି। ପ୍ରଥମ ପର୍ଯ୍ୟାୟରେ ସେମାନେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ୩ ଦିନ ହେଲା ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି। ଗ୍ରୀଷ୍ମର ପ୍ରକୋପରେ ଜାତୀୟ ରାଜପଥ କଡରେ ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏ ପଡି ରହିଛନ୍ତି। ସେହି ରାସ୍ତା ଦେଇ ଜିଲାର ପ୍ରମୁଖ ଅଧିକାରୀ, ପୋଲିସ ବିଭାଗ ଅଧିକାରୀମାନଙ୍କଠାରୁ ଆରମ୍ଭ କରି ବହୁ ନେତା ଓ ମନ୍ତ୍ରୀ ଯାତାୟାତ କରୁଛନ୍ତି। ହେଲେ ଆନ୍ଦୋଳନକାରୀଙ୍କୁ କେହି ଜଣେ ମଧ୍ୟ ଏଯାଏ ଭେଟି ନାହାନ୍ତି। ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକଙ୍କୁ ନ୍ୟାୟ ମିଳିବା ତ ଦୂରର କଥା ଏତେବଡ ଘଟଣାରେ ପୋଲିସ୍‌ କିଭଳି ନୀରବ ଦ୍ରଷ୍ଟା ସାଜୁଛି ତାହା ଅଞ୍ଚଳରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ପ୍ରାପ୍ତ ସୂଚନା ଅନୁସାରେ, ଖୋର୍ଦ୍ଧା ସହରରେ ନବୀନବାଗଠାରେ ୨୦୧୯ ଏପ୍ରିଲ ୧୪ ରାତିରେ ଭାଜପାର ପ୍ରମୁଖ ନେତା ମଙ୍ଗୁଳିଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହାର ପ୍ରତିବାଦରେ ମଙ୍ଗୁଳିଙ୍କ ସମର୍ଥକମାନେ ଖୋର୍ଦ୍ଧା ଆଦର୍ଶ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ସେତେବେଳେ ପୋଲିସ ପ୍ରଶାସନ ପକ୍ଷରୁ ଜଡିତ ଥିବା ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ପରେ ରାଜ୍ୟ ସରକାର ଏହାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ବିଭିନ୍ନ ସମୟରେ ବହୁ ବ୍ୟକ୍ତି ବିଶେଷଙ୍କ ନିକଟରୁ ବୟାନ ରେକର୍ଡ କରାଯାଇଥିଲା। ପରେ ଏହି ହତ୍ୟା ଘଟଣାକୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ପଡି ଚାପି ଦିଆଯାଇଛି ବୋଲି ବଡପୋଖରିଆ ଗ୍ରାମର ୯ ନଂ. ଜୋନର ଜିଲାପରିଷଦ ସଭ୍ୟା ମମତା ଜେନା, ଜୋତ୍ସ୍ନାରାଣୀ ଜେନା, ଛେତ ଜେନା, ଅନୁପମା ବଇରିଗଞ୍ଜନ, ଜମୁନା ଜେନା ଓ ସରୋଜିନୀ ଦଳସିଂହରାୟଙ୍କ ସହ ଗ୍ରାମର ଶତାଧିକ ଲୋକଙ୍କ ଦସ୍ତଖତ ଥାଇ ଏକ ଦାବିପତ୍ର ଖୋର୍ଦ୍ଧା ଏସ୍‌ପି ଓ ଜିଲାପାଳଙ୍କୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri