ମକଡ଼ଦମପଡ଼ାରେ କିଡ଼୍‌ନୀ ରୋଗ୍‌ ଆତଁକ୍‌

ସିନାପାଲି,୨୦।୫ (ଡି.ଏନ.ଏ)-  ନୂଆପଡା ଜିଲା ସିନାପାଲି ବ୍ଲକ ଲିଟିଗୁଡା ପଁଚେତ୍‌ ମକଡଦମପଡା ଗାଁବାସୀ ନିରମଲ ପାଏନ୍‌ ଅଭାବୁ ଫ୍ଲୋରାଇଡ୍‌ ମିଶା ପାଏନ୍‌ ପିଇ ଅନେକ ଲୋକ୍‌ କିଡ଼୍‌ନୀ ରୋଗ୍‌ରେ ମରିଥିଲାବେଲେ ବଡ଼ଭାଗୀ ଲୋକ ପୀଡ଼ିତ ଅଛନ୍‌।
ସୂଚନା ଅନ୍‌ସାରେ ସିନାପାଲି ବ୍ଲକ ସଦରନୁ ମକଡ଼ଦମପଡ଼ା ଗାଁଟା ୧୨ କି.ମି. ଦୂରେ ରହିଛେ। ଗାଁର ସଭେ ଆଦିବାସୀ ସମାଜର ହେଇଥିଲାବେଲେ ୫୦ଟା ପରିବାରର ପାଖାପାଖି ୨ଶହ ଲୋକ୍‌ ବାସ କରୁଛନ୍‌। ସଭେ ନିହାତି ଗରିବ୍‌ ହେଇଥିଲାବେଲେ ଜଂଗଲଜାତ ଦରବ୍‌ ଉପରେ ନିରଭର କରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ଗାଁରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ ରହିଛେ। ଗାଁବାସୀକର ବେଭାର ଲାଗି ଗାଁରେ ୨ଟା ନଲ୍‌ଚୁଆଁ ରହିଛେ। ସେଥ୍‌ରୁ ଗୁଟେ ଅଚଲ ଥିଲାବେଲେ ଗୁଟେ ନଲ୍‌ଚୁଆଁ ଉପରେ ଗାଁଯାକ ଲୋକ୍‌ ନିରଭର କରୁଛନ୍‌। ହେଲେ ସେ ନଲ୍‌ଚୁଆଁରୁ ବହୁତ୍‌ ପରିମାନର ଫ୍ଲୋରାଇଡ୍‌ ମିଶା ପାଏନ୍‌ ବାହାରୁଛେ। ଗାଁବାସୀ ଇ ପାଏନ୍‌କେ ବେଭାର କରି ନାନା ରୋଗ୍‌ରେ ପୀଡ଼ିତ ହେଉଛନ୍‌। ଏନ୍‌ତା କି ଗଁାରେ ଅନେକ୍‌ ଲୋକ୍‌ କିଡ଼୍‌ନୀ ରୋଗ୍‌ରେ ମରିଥିଲାବେଲେ ଆରକେତେ ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌। ଗାଁବାସୀ ପିଇଲା ପାଏନ୍‌ ସମସିଆକେ ନେଇ ବାରବାର ପରଶାସନକେ ଗୁହାରିକଲାରୁ ସିନାପାଲି ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ତରଫୁ ୨୦୧୩-୧୪ ସାଲେ ଗୁଟେ ପାଏନ୍‌ ପ୍ରକଳ୍ପର ଥାପନା କରାଯାଇଛେ। ହେଲେ ଦୁଖର କଥା ଏତେ ସବୁ ଘଟି ଗଲା ଉତାରୁ ବି ପରଶାସନର ଚେତା ନାଇଁ ପସବାର। ପ୍ରକଳ୍ପ ଆଏଜ୍‌ତକ୍‌ କାଯ୍‌କ୍ଷମ ନାଇଁ ହେଇପାରି। ଇଆଡ଼େ ୨୦୧୧ ସାଲୁ ଆଏଜ୍‌ତକ୍‌ କିଡ଼୍‌ନୀ ରୋଗ୍‌ରେ ଆକ୍‌ରଁାତ ହେଇ ଗଁାର ଖାତି ମାଝୀ (୫୫), ଅକବଳ ମାଝୀ (୫୩), ସୁଲୋଚନା ମାଝୀ (୪୫), ଉପେନ୍ଦ୍ର ମାଝୀ (୩୦), ଦିଗବଲ ମାଝୀ (୪୬), କମଳେ ମାଝୀ (୫୫), କୁସୁମା ମାଝୀ (୨୫), ସୁଦର୍ଶନ ମାଝୀ (୫୦), ବଗଡିଆ ମାଝୀ (୪୨) ଓ କାର୍ତ୍ତିକ ମାଝୀ (୬୦) ଏପରି ୧୦ ଝନ୍‌କର ମୁରତୁ ହେଇଛେ। ସେନ୍‌ତା ଗାଁର ପକ୍ଷୀରାମ ମାଝୀ, ଉଷାବତୀ ମାଝୀ, ସତିକା ମାଝୀ, ଲକ୍ଷ୍ମୀଧର ମାଝୀ, କ୍ଷୀର ମାଝୀ, ବୈଶାଖୁ ମାଝୀ, ରୁପସିଂ ମାଝୀ, ତୁଳାରାମ ମାଝୀ, ନିରଞ୍ଜନ ମାଝୀ, ରଣସାଏ ମାଝୀ, ସୁବାଷ ମାଝୀ, ରୁଖ ମାଝୀ, ପିଲଟେଶ୍ୱର ମାଝୀ, କପୁର ମାଝୀ, ହୀରାମନ ମାଝୀ ସମେତ ଅନେକ ଲୋକ୍‌ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଥିବାର ଜନାଯାଇଛେ। ପିଇଲା ପାଏନ୍‌ରେ ଫ୍ଲୋରାଇଡ୍‌ର ପରିମାନ ଲିଟର ପିଛା ୦.୫ରୁ ୧.୦ ମି.ଗ୍ରା ହେଲେ ଚଲବା। ହେଲେ ଇତାରନୁ ଅଧ୍‌କା ହେଲେ ମୁନୁଷ୍‌ ଲାଗି ବିପଦ୍‌ ରହିଛେ। ଆରଡବ୍ଲୁଏସ୍‌ଏସ୍‌ ତରଫୁ ଜିଲାରେ କରାଯାଇଥିବାର ଗୁଟେ ସର୍ଭେ ହିସାବେ ଇ ଗାଁର ପାଏନ୍‌ରେ ଫ୍ଲୋରାଇଡ୍‌ ଲିଟର ପିଛା ୩.୦ ମି.ଗ୍ରାରୁ ଅଧ୍‌କା ରହିଛେ। ଇ ଫ୍ଲୋରାଇଡ୍‌ ମିଶା ପାଏନ୍‌ ବେଭାରଟା ଏହେଦେ ମକଡ଼ଦମପଡ଼ା ଗାଁବାସୀକର ଲାଗି ଅଭିସାପ ପାଲଟିଯାଇଛେ। ଇ ବାବ୍‌ଦେ ନୂଆପଡ଼ା ଜିଲା ମୁଖିଆ ଚିକିତ୍ସା ଅଧ୍‌କାରୀ ପ୍ରଭାସିନୀ ବ୍ରହ୍ମାକୁଁ ପଚରାଲାରୁ ଇ ବାବ୍‌ଦେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧ୍‌କାରୀକୁଁ କହିଛେଁ। ତଦଁତ୍‌ ରିପୋର୍ଟ ଆଏଲେ କାଣା ହେଇଛେ ତାହାର ଉପରେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ସେନ୍‌ତା ନୂଆପଡ଼ା ଜିଲା ଜଳ ଓ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ବିଭୂ ପ୍ରସାଦ ପଣ୍ଡାକୁଁ ପଚରାଲାରୁ ସିନାପାଲି ଯନ୍ତ୍ରୀକଁର ସଂଗେ ଆଲୋଚନା କରି କାଣା ହେଇଛେ ବୁଝୁଛେଁ। ଯେତେ ଜଲଦି ହେବା ତିଆର ହେଇଥିବାର ପ୍ରକଳ୍ପରୁ ଗଁାବାସୀକୁ ପାଏନ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?