ଭ୍ୟାକ୍ସିନ୍‌ ସହଜ ନୁହେଁ, ଭଲ ହେଲା ପରେ ପୁଣି ହେଉଛି କରୋନା

ଭୁବନେଶ୍ୱର,୧୧ା୫(ବ୍ୟୁରୋ): କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ଲକ୍‌ଡାଉନ ୍‌ ଜାରି ରହିଛି। ସଂକ୍ରମଣ ଯୋଗୁ ଚାରିଆଡ଼େ କରାଯାଉଥିବା ବେଳେ ଏହା କେତେଦିନ ଜାରିରହିବ ତାହା କାହାରିକୁ ଜଣାନାହିଁ। ବିଶ୍ୱବ୍ୟାପୀ କରୋନାକୁ ନେଇ ଅଥନୀତି ସମ୍ପୂର୍ଣ୍ଣ ବିଗିଡ଼ିବାରେ ଲାଗିଥିବାବେଳେ ଏହିରୋଗର ଭ୍ୟାକ୍ସିନ୍‌ କେବେ ବାହାରିବ ତାହା ଉପରେ ସଭିଁଙ୍କ ନଜର ରହିଛି। ସବୁବଡ଼ ବଡ଼ ଦେଶ ବର୍ତ୍ତମାନ ଭ୍ୟାକ୍ସିନ୍‌ ବାହାର କରବାକୁ ପ୍ରୟାସ ଚଳାଇଛନ୍ତି। ଏଥିଲାଗି ବହୁ ସମୟ ଲାଗିଯିବ ବୋଲି କୁହାଯାଉଥିବା ବେଳେ ତାହା ମଧ୍ୟ ନିଶ୍ଚିତ ନୁହେଁ ବୋଲି କେତେଜଣ ଡାକ୍ତର କହଛନ୍ତି। ଯଦି ଭ୍ୟାକ୍ସନ ବାହାରିଯାଏ ତେବେ ଏହା କେତେଶୀଘ୍ର ଲୋକମାନଙ୍କ ନିକଟରେ ପହଞ୍ଚପାରିବ ଏବଂ ଏହାକୁ କ୍ରୟ କରିବା ପାଇଁ କେତେ ସହଜ ହେବ ସେନେଇ ଧରିତ୍ରୀ ପକ୍ଷରୁ କେତେଜଣ ଡାକ୍ତରଙ୍କ ମତାମତ ସଂଗ୍ରହ କରାଯାଇଛି।
ମେଡିସିନ ପ୍ରଫେସର ଜୟନ୍ତ କୁମାର ପଣ୍ଡାଙ୍କ କହିବାନୁଯାୟୀ, ବର୍ତ୍ତମାନ ସ୍ଥିତିରେ ଲକ୍ଷ୍ୟ କରାଗଲାଣି କରୋନାରେ ଆକ୍ରାନ୍ତ ଥିବା ରୋଗୀ ଭଲ ହୋଇ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ମଧ୍ୟ ପୁଣିଥରେ ପଜିଟିଭ୍‌ ଆସୁଛି। ଭଲ ହେଉଥିବା ରୋଗୀ ଯଦି ଭୂତାଣୁ ଆଣୁଛନ୍ତି ଏଭଳି ସ୍ଥିତିରେ ଭ୍ୟାକ୍ସିନ ବାହାରିପାରିବା ସନ୍ଦେହ। ଇସ୍ରାଏଲ ଏକଇମ୍ୟୁନୋ ଥେରାପି ବାହାର କରିଥିବା କହୁଛି। ଯିଏ ଭୂତାଣୁକୁ ନିଷ୍କ୍ରିୟ କରିପାରିବ। ହେଲେ ଏହା ଏ ପର୍ଯ୍ୟନ୍ତ ବାହାରକୁ ଆସିନି। ସେହପରି ଇଟାଲୀ ଭ୍ୟାକ୍ସିନ ତିଆରି କରିଥିବା କହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବାହାରକୁ ଆଣିପାରିନାହିଁ। ଅକ୍ସଫୋର୍ଡ ପକ୍ଷରୁ ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲ କୁହାଯାଉଛି। ଭାରତରେ ମଧ୍ୟ ସେପ୍ଟେମ୍ବରରୁ ଡିସେମ୍ବର ସୁଦ୍ଧା ବାହାରିଯିବ ବୋଲି କୁହାଯାଉଛି। ମାତ୍ର ଯେ ପର୍ଯ୍ୟନ୍ତ ଭ୍ୟାକ୍ସିନ ନ ବାହାରିଛି କେତେଦୂର ହେବ ତାହା ପ୍ରଶ୍ନବାଚୀ। ଯଦ ଭ୍ୟାକ୍ସିନ ବାହାରିଗଲା ତାହା କେତେ ସଂଖ୍ୟାରେ ଲୋକଙ୍କ ପାଖରେ ପହଞ୍ଚି ପାରିବ ତାହା ମଧ୍ୟ ବିରାଟ ପ୍ରଶ୍ନବାଚୀ। କେବଳ ଭାରତରେ ନୁହେଁ ସାରା ପୃଥିବୀବାସୀଙ୍କ ପାଇଁ ଏହି ଭ୍ୟାକ୍ସିନ୍‌ର ଆବଶ୍ୟକତା ରହିଛି। ସରକାର ଏଥିଲାଗି ଅର୍ଥଦେଇପାରିବେ,ମାତ୍ର ସେତିକି ପରିମାଣରେ ତିଆରି କରାଯାଇପାରିବା ସହଜ ନୁହେଁ। କମ୍ୟୁନିଟି ମେଡିସିନର ପ୍ରଫେସର ଲିଜା ଷଡ଼ଙ୍ଗୀ କହିଛନ୍ତି ଯେ, ଗୋଟିଏ ଭ୍ୟାକ୍ସିନ ବାହାର କରିବା ପାଇଁ ୧୨ରୁ ୧୮ମାସ ସମୟ ଲାଗିଥାଏ। ଏଥିପାଇଁ ୪ଟି ଟ୍ରାଏଲ କରାଯାଇଥାଏ। ବହୁ ଦେଶ ଭ୍ୟାକ୍ସିନ୍‌ ବାହାର କରିବା ଲାଗି କାମ କରୁଛନ୍ତି। ଯେବେ ଭ୍ୟାକ୍ସିନ୍‌ ବାହାରିବ କେତେ ଉତ୍ପାଦନ ହେଉଛି ତାକୁ ଦେଖିବା ଜରୁରୀ। ଦେଶରେ ୧୩୦ କୋଟି ଲୋକ ବସବାସ କରୁଛନ୍ତି। ସେତିକି ପରିମାଣରେ ଉତ୍ପାଦନ କରିବା ଦରକାର। ଯଦି ଡିସେମ୍ବର ସୁଦ୍ଧା ବାହାରେ ତେବେ ଆହୁରି ୫ରୁ୬ ମାସ ଏହା ବଜାରରେ ପହଞ୍ଚିବାକୁ ଲାିଗଯିବ। ସବୁ ଶ୍ରେଣୀର ଲୋକ ମଧ୍ୟ ଏହାକୁ କିଣିବାରେ ସକ୍ଷମ ହୋଇପାରିବେ ନାହିଁ। ହେଲେ ସରକାର ନିଶ୍ଚିତ ଭାବେ ଏଥିପାଇଁ ଅର୍ଥ ଯୋଗାଇ ଦେବେ ବୋଲି ସେ କହିଛନ୍ତି। ଏସ୍‌ସିବିର ଜରୁରିକାଳୀନ ମେଡିକାଲି ଅଫିସର ଭୁବନାନନ୍ଦ ମହାରଣା କହିଛନ୍ତି ଯେ, ଭ୍ୟାକ୍ସିନ୍‌ ନିଶ୍ଚିତ ବାହାରିବ ହେଲେ ଏଥିପାଇଁ ସମୟ ଲାଗିବ। ଅତିକମ୍‌ରେ ଭ୍ୟାକ୍ସିନ୍‌ ବାହାରବାକୁ ଦେଢ଼ବର୍ଷ ଲାଗି ଯାଇପାରେ। ଦେଶସାରା ଲୋକମାନଙ୍କୁ ହଠାତ୍‌ ଭ୍ୟାକ୍ସିନ୍‌
ଦିଆଯାଇପାରିବ ନାହିଁ। ମହାମାରୀ ଲାଗି କେହି ପ୍ରସ୍ତୁତ ନ ଥିଲେ। ତେଣୁ ଭ୍ୟାକ୍ସିନ୍‌ ବାହାରବାକୁ ମୁଖ୍ୟତଃ କେତେ ସମୟ ଲାଗିବ ତାହା ପ୍ରଥମ ପ୍ରଶ। ଡେଙ୍ଗୁ, ସ୍ବାଇନ୍‌ ଫ୍ଲୁ ଭଳି ଲୋକମାନଙ୍କୁ ଜୀବନ ସାରା କରୋନା ସହିତ ବଞ୍ଚିବାକୁ ପଡ଼ିବ। ଓଡ଼ିଶାରେ ମୃତ୍ୟୁ ସଂଖ୍ୟା କମ୍‌ ରହିଲେ ମଧ୍ୟ ବହୁ ଲୋକ ସଂକ୍ରମିତ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri