Posted inଭଦ୍ରକ

ଭୁଲ୍‌ ଇଞ୍ଜେକସନ ନେଲା ଛାତ୍ରୀଙ୍କ ଜୀବନ

ବାସୁଦେବପୁର, ୫।୧୨ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ବଜାରରେ ଥିବା ଏକ କ୍ଲିନିକରେ ଭୁଲ୍‌ ଇଞ୍ଜେକସନ ନେଇ ଛାତ୍ରୀ ପ୍ରିୟଙ୍କା ବେହେରା(୧୧)ଙ୍କ ବୁଧବାର ରାତିରେ ମୃତ୍ୟୁ ଘଟିଛି। ସେ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ଅନ୍ତରା ଗ୍ରାମର ପ୍ରଭାତ କୁମାର ବେହେରାଙ୍କ ଝିଅ। ଇରମ ଗ୍ରାମରେ ତାଙ୍କ ମାମୁଘରେ ରହି ପାଠ ପଢୁଥିଲେ। ତାଙ୍କୁ ଜ୍ୱର ହୋଇଥିବାରୁ ସନ୍ଧ୍ୟାରେ ଚିକିତ୍ସା ପାଇଁ ଉକ୍ତ କ୍ଲିନିକକୁ ନିଆଯାଇଥିଲା। ସେଠାରେ ଚିକିତ୍ସକ ଏକ ଇଞ୍ଜେକସନ ଦେବା ପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ବାସୁଦେବପୁର ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତା ପ୍ରିୟଙ୍କାଙ୍କ ଅଜାଙ୍କ ବୟାନ ରେକର୍ଡ କରିଛି। ଭୁଲ୍‌ ଇଞ୍ଜେକସନ ଯୋଗୁ ତାଙ୍କ ନାତୁଣୀଙ୍କ ମୃତ୍ୟୁ ଘଟିଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମନଗରରେ ସ୍ବାସ୍ଥ୍ୟ ସମୀକ୍ଷା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ, ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା

ଧାମନଗର,୬।୮( ସନ୍ତୋଷ କୁମାର ମହାପାତ୍ର): ଚଳିତ ବର୍ଷ ପ୍ରଥମ କରି ବନ୍ୟାରେ ଭଦ୍ରକ ଜିଲା ସମେତ ଧାମନଗର ଅଞ୍ଚଳରେ କ୍ଷୟକ୍ଷତି ହୋଇଥିଲା । ଏହି ବନ୍ୟାରେ ଲୋକଙ୍କ…

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ମାଛ ଯାଆଁଳ ନେବାକୁ କହି ଡକାୟତି, ଘରେ ପଶି ଲୁଟିନେଲେ ସୁନା ଗହଣା ସହ ଟଙ୍କା

ଭଦ୍ରକ,୪।୮(ସନାତନ ରାଉତ): ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଞ୍ଚଯାତର ଜୁଡ଼ାଗଡିଆ ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri