ଭିନ୍ନକ୍ଷମ ଦୁବରାଜ ପାଖରେ ପହଞ୍ଚିଲା ପ୍ରଶାସନ

ଚମ୍ପୁଆ, ୨୩ା୧(ଡି.ଏନ.ଏ)-ଚମ୍ପୁଆ ଏନଏସି ଅନ୍ତର୍ଗତ ୧୩ନଂ ୱାର୍ଡର ଚନ୍ଦ୍ରଶେଖରପୁର ନୁଆଗାଁଠାରେ ଦୀର୍ଘ ଦିନ ହେବ ଫାଇଲେରିଆ ରୋଗରେ ପିଡିତ ହୋଇ ଭିନ୍ନକ୍ଷମ ହୋଇଥିବା ଦୁବରାଜ ମୁଣ୍ଡାଙ୍କ ପାଖରେ ବୁଧବାର ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତିମୟ ପହଞ୍ଚିଥିବା ଜଣାଯାଇଛି। ଦୀର୍ଘ ଦିନରୁ ଏହି ଭିନ୍ନକ୍ଷମ ପାଇଁ ଗଣମାଧ୍ୟମରେ ପ୍ରକାଶ ପରେ ପ୍ରଶାସନ କେବଳ ଭତ୍ତା ଦେଇ ଏହାର ସମାଧାନ କରିଥିବା ବେଳେ ଉପଜିଲାପାଳ ତୁରନ୍ତ ରେଡକ୍ରସ ଫଣ୍ଡରୁ ଆର୍ଥତ୍କ ସହାୟତା ଦେବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ନୁଆଗାଁର ଦୁବରାଜ ମୁଣ୍ଡା ୨୦୦୦ ମସିହାରେ ମାଟ୍ରିକ ପରୀକ୍ଷା ଦେବା ପରେ ଡାହାଣ ଗୋଡଟି ଫୁଲିବାର ଦେଖା ଦେଇଥିଲା। ପ୍ରଥମେ ଏହା ଫାଇଲେରିଆ ଭାବି ଅଭାବ ଅନାଟନରେ ଚଳୁଥିବା ଦୁବରାଜର ପିତା ଜମାଦାର ମୁଣ୍ଡା ବିଭିନ୍ନ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ। ମାତ୍ର ଏଥିରେ ସୁଫଳ ମିଳିବା ପ୍ରତିବଦଳରେ ଦିନକୁ ଦିନ ଗୋଡର ଆକର ବଢିବାରେ ଦେଖାଦେଇଥିଲା। ଫଳରେ ଚଲାବୁଲା ବନ୍ଦ ହୋଇଯିବା ଯୋଗୁଁ ଦୁବରାଜ ଶଯ୍ୟାସାୟୀ ହୋଇଥିଲେ। ପରେ ଗଣମାଧ୍ୟମରେ ଏହା ପ୍ରକାଶ ପରେ ତତ୍କାଳୀନ ଉପଜିଲାପାଳ ସନ୍ତୋଷ କୁମାର ମିଶ୍ର ସହାୟତାର ହାତ ବଢାଇ ଚଳିବା ପାଇଁ ଖାଦ୍ୟ ସୁରକ୍ଷାରେ ସାମିଲ କରିବା ସହିତ ମାସିକ ଭିନ୍ନକ୍ଷମ ଭତ୍ତା ବ୍ୟବସ୍ଥା କରାଇଥିଲେ। ମାତ୍ର ଏହାର ଚିକିତ୍ସା ସୁବିଧା ହୋଇ ପାରୁ ନ ଥିବା ତଥା ରହିବା ପାଇଁ ଘର ଖଣ୍ଡିଏ ମିଳି ପାରୁ ନଥିଲା। ବୁଧବାର ଉପଜିଲାପାଳ ପ୍ରତାପ ପ୍ରିତିମୟ ଅପରାହ୍ନରେ ଦୁବରାଜଙ୍କ ଘରେ ପହଞ୍ଚି ଭଲମନ୍ଦ ପଚାରିବା ସହିତ ତତ୍କାଳ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri