ଭିନ୍ନକ୍ଷମ ଦୁବରାଜ ପାଖରେ ପହଞ୍ଚିଲା ପ୍ରଶାସନ

ଚମ୍ପୁଆ, ୨୩ା୧(ଡି.ଏନ.ଏ)-ଚମ୍ପୁଆ ଏନଏସି ଅନ୍ତର୍ଗତ ୧୩ନଂ ୱାର୍ଡର ଚନ୍ଦ୍ରଶେଖରପୁର ନୁଆଗାଁଠାରେ ଦୀର୍ଘ ଦିନ ହେବ ଫାଇଲେରିଆ ରୋଗରେ ପିଡିତ ହୋଇ ଭିନ୍ନକ୍ଷମ ହୋଇଥିବା ଦୁବରାଜ ମୁଣ୍ଡାଙ୍କ ପାଖରେ ବୁଧବାର ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତିମୟ ପହଞ୍ଚିଥିବା ଜଣାଯାଇଛି। ଦୀର୍ଘ ଦିନରୁ ଏହି ଭିନ୍ନକ୍ଷମ ପାଇଁ ଗଣମାଧ୍ୟମରେ ପ୍ରକାଶ ପରେ ପ୍ରଶାସନ କେବଳ ଭତ୍ତା ଦେଇ ଏହାର ସମାଧାନ କରିଥିବା ବେଳେ ଉପଜିଲାପାଳ ତୁରନ୍ତ ରେଡକ୍ରସ ଫଣ୍ଡରୁ ଆର୍ଥତ୍କ ସହାୟତା ଦେବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ନୁଆଗାଁର ଦୁବରାଜ ମୁଣ୍ଡା ୨୦୦୦ ମସିହାରେ ମାଟ୍ରିକ ପରୀକ୍ଷା ଦେବା ପରେ ଡାହାଣ ଗୋଡଟି ଫୁଲିବାର ଦେଖା ଦେଇଥିଲା। ପ୍ରଥମେ ଏହା ଫାଇଲେରିଆ ଭାବି ଅଭାବ ଅନାଟନରେ ଚଳୁଥିବା ଦୁବରାଜର ପିତା ଜମାଦାର ମୁଣ୍ଡା ବିଭିନ୍ନ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ। ମାତ୍ର ଏଥିରେ ସୁଫଳ ମିଳିବା ପ୍ରତିବଦଳରେ ଦିନକୁ ଦିନ ଗୋଡର ଆକର ବଢିବାରେ ଦେଖାଦେଇଥିଲା। ଫଳରେ ଚଲାବୁଲା ବନ୍ଦ ହୋଇଯିବା ଯୋଗୁଁ ଦୁବରାଜ ଶଯ୍ୟାସାୟୀ ହୋଇଥିଲେ। ପରେ ଗଣମାଧ୍ୟମରେ ଏହା ପ୍ରକାଶ ପରେ ତତ୍କାଳୀନ ଉପଜିଲାପାଳ ସନ୍ତୋଷ କୁମାର ମିଶ୍ର ସହାୟତାର ହାତ ବଢାଇ ଚଳିବା ପାଇଁ ଖାଦ୍ୟ ସୁରକ୍ଷାରେ ସାମିଲ କରିବା ସହିତ ମାସିକ ଭିନ୍ନକ୍ଷମ ଭତ୍ତା ବ୍ୟବସ୍ଥା କରାଇଥିଲେ। ମାତ୍ର ଏହାର ଚିକିତ୍ସା ସୁବିଧା ହୋଇ ପାରୁ ନ ଥିବା ତଥା ରହିବା ପାଇଁ ଘର ଖଣ୍ଡିଏ ମିଳି ପାରୁ ନଥିଲା। ବୁଧବାର ଉପଜିଲାପାଳ ପ୍ରତାପ ପ୍ରିତିମୟ ଅପରାହ୍ନରେ ଦୁବରାଜଙ୍କ ଘରେ ପହଞ୍ଚି ଭଲମନ୍ଦ ପଚାରିବା ସହିତ ତତ୍କାଳ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ନାୟକ

କେନ୍ଦୁଝର, ୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକ ସଭା ପ୍ରାର୍ଥି ଭାବେ କଂଗ୍ରେସ ଦଳରୁ ଇଂ ବିନୋଦ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଶନିବାର...

ଖାଇବା ଦେବାରେ ବିଳମ୍ବ ହେବାରୁ ମା’ଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ପାଟଣା,୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇଟାଙ୍ଗିରୀ ପଞ୍ଚାୟତ ଖିରେଇ ଟାଙ୍ଗିରି ଗାଁ ଭାଲୁପାହାଡ଼ି ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଖାଇବା...

ପାଣି ପାଇଁ ପ୍ରତିବାଦ: ଗରା, ବାଲଟି ରଖି ରାସ୍ତା ଅବରୋଧ କଲେ ମହିଳା

ପାଟଣା:୪।୫(ବୀର କିଶୋର ଦାଶ): ପାନୀୟ ଜଳ ଯୋଗାଣ ଦାବିରେ କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ଟାଙ୍ଗରପଡ଼ା ଛକରେ ଶନିବାର ଶତାଧିକ ମହିଳା ରାସ୍ତା ଉପରେ...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ

ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର...

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri