ଭିନ୍ନ ନିଶା କବଳରେ ଯୁବଗୋଷ୍ଠୀ: କଫ୍‌ସିରପ, ଅଠାକୁ କରୁଛନ୍ତି ନିଶା

ଅନୁଗୋଳ ଅଫିସ, ୧୪।୧୨ – ସାଧାରଣତଃ ନିଶା ସେବନ କଥା କହିଲେ ଅନେକେ ମଦ୍ୟପାନକୁ ବୁଝିଥାନ୍ତି। ହେଲେ ଏବର ଯୁବପିଢ଼ି କେବଳ ମଦ୍ୟପାନକୁ ନିଶା କରିନାହାନ୍ତି, ସେମାନେ ଅପେକ୍ଷାକୃତ ଶସ୍ତା ଓ ସହଜରେ ମାର୍କେଟରେ ମିଳୁଥିବା କଫ୍‌ସିରପ ଏବଂ ଏକପ୍ରକାର ଅଠାକୁ ବ୍ୟବହାର କରୁଥିବା ଦେଖାଯାଉଛି। ଏହାଛଡ଼ା ଧଳା ଜହର ଭାବେ ପରିଚିତ ବ୍ରାଉନସୁଗାର ନିଶାରେ ମଧ୍ୟ ଅନେକ ଯୁବ ଗୋଷ୍ଠୀ ପଡ଼ିଛନ୍ତି। ଏସବୁ ନିଶା କାରବାର ଏବେ ଅନୁଗୋଳ ସହରରେ ବଢ଼ିଚାଲିଛି। ସକାଳୁ ସନ୍ଧ୍ୟା ଯାଏ ସହରର ବିଭିନ୍ନ ମାର୍କେଟ୍‌ରେ ଚୋରାରେ ଓ କୋଡ୍‌ ଓ୍ବାର୍ଡ୍‌ରେ ଏସବୁ ବିକ୍ରି କରାଯାଉଥିବା ବେଳେ ଅତି ସହଜରେ ଯୁବଗୋଷ୍ଠୀ ଏହାକୁ ପାଇପାରୁଛନ୍ତି। ଫଳରେ ଶିଳ୍ପନଗରୀ ଅନୁଗୋଳ ଏବେ ଏହି ଭିନ୍ନ ନିଶାଡିଙ୍କ ପାଇଁ ସେଫ୍‌ ଜୋନ୍‌ ପାଲଟି ଯାଇଛି।
ସହରବାସୀଙ୍କ କହିବା ଅନୁଯାୟୀ, କଫ୍‌ସିରପ ଓ ଏହି ଅଠା ସାମଗ୍ରୀକୁ ନିଶା ଭାବେ ବ୍ୟବହାର କରାଯିବା ଏବେ ଅନେକ ସ୍ଥାନରେ ଦେଖାଯାଉଛି। ପୂର୍ବରୁ ସହରରେ କଁା ଭଁା କେତେଜଣ ଏହାକୁ ବ୍ୟବହାର କରୁଥିବା ଶୁଣାଯାଉଥିଲା। ହେଲେ ବର୍ତ୍ତମାନ ଅତି ସହଜରେ ଓ ଶସ୍ତାରେ ଏହା ସବୁଠି ମିଳିଯାଉଥିବାରୁ ଅଧିକରୁ ଅଧିକ ନିଶାଡ଼ି ଏପରି ନିଶାରେ ପଡ଼ିଛନ୍ତି। ବିଶେଷକରି ଯୁବଗୋଷ୍ଠୀ ଏହାକୁ ଅଧିକ ଲୋଡ଼ୁଥିବାରୁ ଚୋରା କାରବାର ସହରରେ ବଢ଼ିଚାଲିଛି। କେତେକ ପାନ ଦୋକାନ, ଗ୍ୟାରେଜ, ଏପରି କି କେତେଜଣ ବହି, ଫୁଲ ଦୋକାନୀ ମଧ୍ୟ ଏପରି ନିଶା କାରବାରରେ ସମ୍ପୃକ୍ତ ରହୁଥିବା ଆଲୋଚନା ହେଉଛି। ପୂର୍ବରୁ ନାଲ୍‌କୋକୁ ଏପରି ଚୋରା କାରବାରର ପେଣ୍ଠସ୍ଥଳୀ କୁହାଯାଉଥିଲା। କିନ୍ତୁ ଏବେ ଅନୁଗୋଳ ସହରରେ ଏହି କଫ୍‌ସିରପ ଓ ଅଠାର ନିଶା ବ୍ୟବସାୟ ତାର କାୟା ବିସ୍ତାର କରିଛି। ସ୍ବଳ୍ପ ଦରରୁ ଆରମ୍ଭ କରି ଦାମୀ ନିଶା ପର୍ଯ୍ୟନ୍ତ, ସହରରେ ସବୁକିଛି ଉପଲବ୍ଧ ହେଉଛି। ବିଗତ ଦିନରେ ଅନୁଗୋଳର କେତେକ ସ୍ଥାନରୁ ବ୍ରାଉନସୁଗାର ବେପାରୀଙ୍କୁ ଧରି ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ କୋର୍ଟ ଚାଲାଣ କରିଥିଲା। କିନ୍ତୁ ଏହି ଚୋରା କାରବାରର ମୂଳ ବ୍ୟବସାୟୀଙ୍କ ନିକଟରେ ପୋଲିସ ଅଦ୍ୟାବଧି ପହଞ୍ଚତ୍ ପାରିନାହିଁ। ଛୋଟ ଛୋଟ ପୁଡ଼ିଆରେ ବିକ୍ରି ହେଉଛି ବ୍ରାଉନ ସୁଗାର। ଗୋଟିଏ ପୁଡ଼ିଆ ଦାମ୍‌ ୨୦୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ଏହାର ସ୍ବତନ୍ତ୍ର କୋଡ୍‌ ଓ୍ବାର୍ଡ୍‌ ରହିଥିବାବେଳେ କଫ୍‌ସିରପକୁ ପାଣି ଓ ଅଠା ସାମଗ୍ରୀର ନାମ ପଲିଥିନ୍‌ ପ୍ୟାକ୍‌ ରଖାଯାଇଥିବା ଶୁଣାଯାଉଛି। ସାଧାରଣତଃ ସହରରେ ବୁଲୁଥିବା ଯାଯାବର ପିଲାମାନେ ଏହି ଅଠାକୁ ନିଶା ଆକାରରେ ଅଧିକ ବ୍ୟବହାର କରୁଥିବାବେଳେ ଅନେକ କଲେଜ ଛାତ୍ର ମଧ୍ୟ ଏହାସହ କଫ୍‌ସିରପ ଓ ବ୍ରାଉନସୁଗାର କବଳରେ ପଡ଼ୁଛନ୍ତି। ତେବେ ବ୍ରାଉନସୁଗାର ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡ଼ୁଥିବାରୁ ଯୁବଗୋଷ୍ଠୀ ଚୋରି, ଲୁଟ୍‌, ଛିନ୍‌ତାଇ ଆଦି ଆପରାଧିକ କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହାନ୍ତି। ସେଥିପାଇଁ ସହରରେ ଅପରାଧ ମଧ୍ୟ ବୃଦ୍ଧି ପାଉଥିବା କୁହାଯାଉଛି। ରାୟପୁରରୁ ସମ୍ବଲପୁର ବାଟ ଦେଇ କଫ୍‌ସିରପ ଅନୁଗୋଳକୁ କକଆସଥିବା ଚର୍ଚ୍ଚା ହେଉଥିବା ବେଳେ ଅନୁଗୋଳ ପୋଲିସ କିମ୍ବା ଅବକାରୀ ବିଭାଗ ଏହାକୁ ଅଟକାଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ

ପାଟଣା, ୯।୯ (ବୀର କିଶୋର ଦାଶ): ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମୂଷାନାଳି ଗ୍ରାମରେ ବିଦ୍ୟୁତ୍ ଆଘାତ ଲାଗି ବୁଧବାର ସକାଳେ ଦୟାନିଧି ମହାନ୍ତ (୪୮)ଙ୍କ…

ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

PM ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ: ନୀତିନ ନବୀନ କହିଲେ- ଅକ୍ଟୋବର ୨ରେ…

ନୂଆଦିଲ୍ଲୀ,୯।୯: ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ମାସରେ ‘ସେବା ସଂକଳ୍ପ ଅଭିଯାନ’…

BJP ଅଫିସ୍‌ରେ ଆତଙ୍କ! AC ତଳୁ ବାହାରିଲା ୫ ଫୁଟ୍‌ର କିଙ୍ଗ କୋବ୍ରା, ତା’ପରେ…

ସୀତାପୁର,୯।୯: ଉତ୍ତରପ୍ରଦେଶର ସୀତାପୁରରେ ବୁଧବାର ସକାଳେ BJP କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଆତଙ୍କଜନକ ଦୃଶ୍ୟ। କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ପ୍ରାୟ ୫ ଫୁଟ ଲମ୍ବର ଏକ କିଙ୍ଗ…

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri