ଭିନ୍ନ ନିଶା କବଳରେ ଯୁବଗୋଷ୍ଠୀ: କଫ୍‌ସିରପ, ଅଠାକୁ କରୁଛନ୍ତି ନିଶା

ଅନୁଗୋଳ ଅଫିସ, ୧୪।୧୨ – ସାଧାରଣତଃ ନିଶା ସେବନ କଥା କହିଲେ ଅନେକେ ମଦ୍ୟପାନକୁ ବୁଝିଥାନ୍ତି। ହେଲେ ଏବର ଯୁବପିଢ଼ି କେବଳ ମଦ୍ୟପାନକୁ ନିଶା କରିନାହାନ୍ତି, ସେମାନେ ଅପେକ୍ଷାକୃତ ଶସ୍ତା ଓ ସହଜରେ ମାର୍କେଟରେ ମିଳୁଥିବା କଫ୍‌ସିରପ ଏବଂ ଏକପ୍ରକାର ଅଠାକୁ ବ୍ୟବହାର କରୁଥିବା ଦେଖାଯାଉଛି। ଏହାଛଡ଼ା ଧଳା ଜହର ଭାବେ ପରିଚିତ ବ୍ରାଉନସୁଗାର ନିଶାରେ ମଧ୍ୟ ଅନେକ ଯୁବ ଗୋଷ୍ଠୀ ପଡ଼ିଛନ୍ତି। ଏସବୁ ନିଶା କାରବାର ଏବେ ଅନୁଗୋଳ ସହରରେ ବଢ଼ିଚାଲିଛି। ସକାଳୁ ସନ୍ଧ୍ୟା ଯାଏ ସହରର ବିଭିନ୍ନ ମାର୍କେଟ୍‌ରେ ଚୋରାରେ ଓ କୋଡ୍‌ ଓ୍ବାର୍ଡ୍‌ରେ ଏସବୁ ବିକ୍ରି କରାଯାଉଥିବା ବେଳେ ଅତି ସହଜରେ ଯୁବଗୋଷ୍ଠୀ ଏହାକୁ ପାଇପାରୁଛନ୍ତି। ଫଳରେ ଶିଳ୍ପନଗରୀ ଅନୁଗୋଳ ଏବେ ଏହି ଭିନ୍ନ ନିଶାଡିଙ୍କ ପାଇଁ ସେଫ୍‌ ଜୋନ୍‌ ପାଲଟି ଯାଇଛି।
ସହରବାସୀଙ୍କ କହିବା ଅନୁଯାୟୀ, କଫ୍‌ସିରପ ଓ ଏହି ଅଠା ସାମଗ୍ରୀକୁ ନିଶା ଭାବେ ବ୍ୟବହାର କରାଯିବା ଏବେ ଅନେକ ସ୍ଥାନରେ ଦେଖାଯାଉଛି। ପୂର୍ବରୁ ସହରରେ କଁା ଭଁା କେତେଜଣ ଏହାକୁ ବ୍ୟବହାର କରୁଥିବା ଶୁଣାଯାଉଥିଲା। ହେଲେ ବର୍ତ୍ତମାନ ଅତି ସହଜରେ ଓ ଶସ୍ତାରେ ଏହା ସବୁଠି ମିଳିଯାଉଥିବାରୁ ଅଧିକରୁ ଅଧିକ ନିଶାଡ଼ି ଏପରି ନିଶାରେ ପଡ଼ିଛନ୍ତି। ବିଶେଷକରି ଯୁବଗୋଷ୍ଠୀ ଏହାକୁ ଅଧିକ ଲୋଡ଼ୁଥିବାରୁ ଚୋରା କାରବାର ସହରରେ ବଢ଼ିଚାଲିଛି। କେତେକ ପାନ ଦୋକାନ, ଗ୍ୟାରେଜ, ଏପରି କି କେତେଜଣ ବହି, ଫୁଲ ଦୋକାନୀ ମଧ୍ୟ ଏପରି ନିଶା କାରବାରରେ ସମ୍ପୃକ୍ତ ରହୁଥିବା ଆଲୋଚନା ହେଉଛି। ପୂର୍ବରୁ ନାଲ୍‌କୋକୁ ଏପରି ଚୋରା କାରବାରର ପେଣ୍ଠସ୍ଥଳୀ କୁହାଯାଉଥିଲା। କିନ୍ତୁ ଏବେ ଅନୁଗୋଳ ସହରରେ ଏହି କଫ୍‌ସିରପ ଓ ଅଠାର ନିଶା ବ୍ୟବସାୟ ତାର କାୟା ବିସ୍ତାର କରିଛି। ସ୍ବଳ୍ପ ଦରରୁ ଆରମ୍ଭ କରି ଦାମୀ ନିଶା ପର୍ଯ୍ୟନ୍ତ, ସହରରେ ସବୁକିଛି ଉପଲବ୍ଧ ହେଉଛି। ବିଗତ ଦିନରେ ଅନୁଗୋଳର କେତେକ ସ୍ଥାନରୁ ବ୍ରାଉନସୁଗାର ବେପାରୀଙ୍କୁ ଧରି ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ କୋର୍ଟ ଚାଲାଣ କରିଥିଲା। କିନ୍ତୁ ଏହି ଚୋରା କାରବାରର ମୂଳ ବ୍ୟବସାୟୀଙ୍କ ନିକଟରେ ପୋଲିସ ଅଦ୍ୟାବଧି ପହଞ୍ଚତ୍ ପାରିନାହିଁ। ଛୋଟ ଛୋଟ ପୁଡ଼ିଆରେ ବିକ୍ରି ହେଉଛି ବ୍ରାଉନ ସୁଗାର। ଗୋଟିଏ ପୁଡ଼ିଆ ଦାମ୍‌ ୨୦୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ଏହାର ସ୍ବତନ୍ତ୍ର କୋଡ୍‌ ଓ୍ବାର୍ଡ୍‌ ରହିଥିବାବେଳେ କଫ୍‌ସିରପକୁ ପାଣି ଓ ଅଠା ସାମଗ୍ରୀର ନାମ ପଲିଥିନ୍‌ ପ୍ୟାକ୍‌ ରଖାଯାଇଥିବା ଶୁଣାଯାଉଛି। ସାଧାରଣତଃ ସହରରେ ବୁଲୁଥିବା ଯାଯାବର ପିଲାମାନେ ଏହି ଅଠାକୁ ନିଶା ଆକାରରେ ଅଧିକ ବ୍ୟବହାର କରୁଥିବାବେଳେ ଅନେକ କଲେଜ ଛାତ୍ର ମଧ୍ୟ ଏହାସହ କଫ୍‌ସିରପ ଓ ବ୍ରାଉନସୁଗାର କବଳରେ ପଡ଼ୁଛନ୍ତି। ତେବେ ବ୍ରାଉନସୁଗାର ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡ଼ୁଥିବାରୁ ଯୁବଗୋଷ୍ଠୀ ଚୋରି, ଲୁଟ୍‌, ଛିନ୍‌ତାଇ ଆଦି ଆପରାଧିକ କାର୍ଯ୍ୟ କରିବାକୁ ମଧ୍ୟ ପଛାଉ ନାହାନ୍ତି। ସେଥିପାଇଁ ସହରରେ ଅପରାଧ ମଧ୍ୟ ବୃଦ୍ଧି ପାଉଥିବା କୁହାଯାଉଛି। ରାୟପୁରରୁ ସମ୍ବଲପୁର ବାଟ ଦେଇ କଫ୍‌ସିରପ ଅନୁଗୋଳକୁ କକଆସଥିବା ଚର୍ଚ୍ଚା ହେଉଥିବା ବେଳେ ଅନୁଗୋଳ ପୋଲିସ କିମ୍ବା ଅବକାରୀ ବିଭାଗ ଏହାକୁ ଅଟକାଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri