Posted inଖେଳ

ଭାରତ ୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବ

ନୂଆଦିଲ୍ଲୀ, ୩।୫:ଭାରତ ୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବ। କୋଭିଡ୍‌-୧୯ ଆଶଙ୍କା ଦୂର ହେବା ପରେ ଭାରତ ଯେପରି ଅଲିମ୍ପିକ୍ସ ସମେତ ଅନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ବିଡ୍‌ରେ ସଫଳ ହେବ ସେଥିପାଇଁ ଉଦ୍ୟମ କରାଯିବ ବୋଲି ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ସଭାପତି ନରିନ୍ଦର ବାତ୍ରା ପ୍ରକାଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଇତିମଧ୍ୟରେ ୧୦ ବର୍ଷ ବିତି ଯାଇଛି। ଭାରତ ଏଥିରୁ ଅନେକ କିଛି ଶିଖିଛି ମାତ୍ର ବଡ଼ ଇଭେଣ୍ଟ ଆୟୋଜନ ଆଶାରୁ ନିବୃତ୍ତ ହୋଇନାହିଁ। ଆମେ ଏହାକୁ ଗୁରୁତ୍ୱର ସହ ନେଉଛୁ । ୨୦୨୬ ୟୁଥ୍‌ ଅଲିମ୍ପିକ୍ସ ଏବଂ ୨୦୩୨ ଅଲିମ୍ପିକ୍ସ ଆୟୋଜନ ପାଇଁ ଆମେ ଦୃଢ଼ ଆଶାୟୀ ବୋଲି ସେ କହିଛନ୍ତି। ଭାରତ ଏ ସମ୍ପର୍କରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟିକୁ ଲିଖିତଭାବେ ଜଣାଇ ଦେଇଛି। ୨୦୨୬ ଗେମ୍ସ ପାଇଁ ଥାଇଲାଣ୍ଡ, ରୁଷିଆ ଓ କଲମ୍ବିଆ ସହିତ ଭାରତର ପ୍ରତିଦ୍ୱନ୍ଦ୍ୱିତା ହେବ। ସେହିପରି ୨୦୩୨ ଅଲିମ୍ପିକ୍ସ ପାଇଁ କୁଇନ୍ସଲାଣ୍ଡ, ଶାଙ୍ଘାଇ ଏବଂ ସମ୍ଭାବ୍ୟ ସିଓଲ-ପ୍ୟୋଙ୍ଗୟାଙ୍ଗ ମିଳିତ ବିଡ୍‌ ସହିତ ଭାରତର ମୁକାବିଲା ହେବ। ଅଲିମ୍ପିକ୍ସ ପାଇଁ କାଗତପତ୍ର ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ତେବେ କରୋନା ଭାଇରସ ସଂକ୍ରମଣ ପ୍ରଭାବରୁ ଅନ୍ୟ କାର୍ଯ୍ୟ ଧିମେଇ ଯାଇଛି। ୨୦୨୫ ସୁଦ୍ଧା ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ ବୋଲି ବାତ୍ରା କହିଛନ୍ତି ।
ଆସନ୍ତା ଡିସେମ୍ବର ମଧ୍ୟରେ କୌଣସି କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ ହେବନାହିଁ ବୋଲି ବାତ୍ରା ଆଶା କରୁଛନ୍ତି। ତେଣୁ ଏବେ ଏକ ଟିମ୍‌ ଗଠନ କରାଯିବ। ଏହି ଟିମ୍‌ ବିଭିନ୍ନ ଭେନ୍ୟୁ ବୁଲି ରିପୋର୍ଟ ପ୍ରଦାନ କରିବ। ”କୌଣସି ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା ସରକାରଙ୍କ ସହିତ ଅଲିମ୍ପିକ୍ସ ସମ୍ପର୍କରେ ଆଲୋଚନାର ଏହା ସମୟ ନୁହେଁ। ଆତଙ୍କ ସୃଷ୍ଟି କରିଥିବା କରୋନାର ମୁକାବିଲା ଏବେ ସମଗ୍ର ବିଶ୍ୱର ପ୍ରମୁଖ ଚିନ୍ତା“ ବୋଲି ବାତ୍ରା ପ୍ରକାଶ କରିଛନ୍ତି। ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ବିବାଦ ମଧ୍ୟରେ ରହିଥିଲା। ପ୍ରସ୍ତୁତିରେ ବିଳମ୍ବ, ନିମ୍ନମାନର ଭିତ୍ତିଭୂମି ଏବଂ ଆର୍ଥିକ ଅନିୟମିତତା ପରି ଗୁରୁତର ଅଭିଯୋଗ ଆସିଥିଲା। ନିକଟରେ ଦିଲ୍ଲୀଠାରୁ ୨୦୨୧ ବିଶ୍ୱ ବକ୍ସିଂ ଚାମ୍ପିୟନଶିିପ୍‌ ଆୟୋଜନ ଅଧିକାର ହଟାଇ ନିଆ ଯାଇଥିଲା। ଆୟୋଜକମାନେ ନିର୍ଦ୍ଧାରିତ ସମୟରେ ଆୟୋଜନ ଫି’ ଦେଇ ପାରି ନ ଥିବା ପ୍ରକାଶ କରାଯାଇଥିଲା। ବକ୍ସିଂ ବିବାଦ ସମ୍ପର୍କରେ କିଛି କହି ନ ଥିଲେ ହେଁ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନରୁ ଆମେ ଅନେକ କିଛିି ଶିଖିଛୁ ବୋଲି ବାତ୍ରା କହିଛନ୍ତି। ଭାରତ ଅଲିମ୍ପିକ୍ସ ପରି ବଡ଼ ଇଭେଣ୍ଟ ଆୟୋଜନ ପାଇଁ ସକ୍ଷମ ବୋଲି ସେ ପ୍ରକାଶ କରିଛନ୍ତି। କରୋନା ଭାଇରସ ସଂକ୍ରମଣ ପ୍ରଭାବ ଯୋଗୁ ଟୋକିଓ ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚତ୍ଛି। ତେବେ ଏହି କ୍ରୀଡ଼ା ମହାକୁମ୍ଭରୁ ଭାରତ ୧୦ରୁ ଅଧିକ ପଦକ ପାଇବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ପାଖାପାଖି ୮୦ ଭାରତୀୟ ଆଥଲେଟ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନଙ୍କୁ ଡାଇରେକ୍ଟର ଓ ମୁଖ୍ୟ କୋଚ୍‌ମାନେ ଗାଇଡ୍‌ କରୁଛନ୍ତି। ତେଣୁ ଭାରତର ପଦକ ସଂଖ୍ୟା କମିବା ସମ୍ଭାବନା ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri