Posted inଖେଳ

ଭାରତ ପାଇଁ ଟି୨୦ ଖେଳିବାକୁ ପ୍ରସ୍ତୁତ: ହରଭଜନ

ନୂଆଦିଲ୍ଲୀ,୨୫।୫: ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂ ପୁଣି ଥରେ ଭାରତ ପାଇଁ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଭାରତ ପାଇଁ ପୁଣି ଖେଳିବାକୁ ପ୍ରସ୍ତୁତ ଓ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ଅଛି ବୋଲି ସେ କହିଛନ୍ତି। ଆସନ୍ତା ଜୁଲାଇରେ ସେ ୪୦ ବର୍ଷରେ ପଦାର୍ପଣ କରିବେ। ହରଭଜନ ୨୦୧୬ ଏସିଆ କପ୍‌ରେ ଶେଷଥର ଭାରତ ପାଇଁ ଖେଳିଥିଲେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭଲ ପ୍ରଦର୍ଶନ କରିପାରୁଛି। ଭାରତ ପାଇଁ ମଧ୍ୟ ଭଲ ପ୍ରଦର୍ଶନ କରିପାରିବି। ଆଇପିଏଲ ଏକ କଷ୍ଟକର ଟୁର୍ନାମେଣ୍ଟ। ଏହି ଟୁର୍ନାମେଣ୍ଟରେ ଅପେକ୍ଷାକୃତ ଛୋଟ ଗ୍ରାଉଣ୍ଡରେ ବିଶ୍ୱସ୍ତରୀୟ କ୍ରିକେଟରମାନଙ୍କ ସହ ଖେଳିବାକୁ ହୋଇଥାଏ। ବିଶ୍ୱର ବିଭିନ୍ନ ଦେଶର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ। ତେଣୁ ଯଦି ଆଇପିଏଲରେ ଭଲ ପ୍ରଦର୍ଶନ କରୁଛି ତା’ହେଲେ ଅନ୍ତର୍ଜାତୀୟ ଟି୨୦ରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବ ବୋଲି ହରଭଜନ କହିଛନ୍ତି। ଆଇପିଏଲ୍‌ର ବିଭିନ୍ନ ମ୍ୟାଚ୍‌ର ପାଓ୍ବାର ପ୍ଲେ ମିଡିଲ ଓଭରରେ ଭଲ ବୋଲିଂ କରିବା ସହ ଉଇକେଟ ହାସଲ କରିବାରେ ସମର୍ଥ ହୋଇଛି। ହରଭଜନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲ ଖେଳିଛନ୍ତି। ଆଇପିଏଲ୍‌ରେ ଯୁଗ୍ମ ସର୍ବାଧିକ ଉଇକେଟକିପର ହାସଲକାରୀ ବୋଲର ବିବେଚିତ ହୋଇଛନ୍ତି। ତାଙ୍କର ଇକୋନୋମି ରେଟ୍‌ ମଧ୍ୟ ସେତେ ଅଧିକ ନୁହଁ। ଆଇପିଏଲର ଗତ ୨୦୧୯ ସଂସ୍କରଣରେ ସେ ୧୧ଟି ମ୍ୟାଚ୍‌ ଖେଳି ୭.୦୯ ଇକୋନୋମି ରେଟ୍‌ରେ ୧୬ଟି ଉଇକେଟ ହାସଲ କରିଥିଲେ। ଆଇପିଏଲ୍‌ରେ ସେ ମୋଟ ଉପରେ ଏପର୍ଯ୍ୟନ୍ତ ୧୫୦ ଉଇକେଟ ହାସଲ କରିଛନ୍ତି। ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଚୟନକର୍ତ୍ତାମାନେ ଅଣଦେଖା କରୁଛନ୍ତି ବୋଲି ହରଭଜନ ଅଭିଯୋଗ ଆଣିଛନ୍ତି। ବୁଢ଼ା ହୋଇଛି ବୋଲି ଚୟନକର୍ତ୍ତାମାନେ ଭାବୁଛନ୍ତି। ଘରୋଇ କ୍ରିକେଟ ଖେଳୁ ନ ଥିବାରୁ ଗତ ୪- ୫ ବର୍ଷ ହେବ ଚୟନକର୍ତ୍ତା ମୋତେ ବିଚାରକୁ ନେଉ ନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri