Posted inଫୁରସତ

ଭଉଣୀର ରାଖୀ ଉପହାର: ଆଗ୍ରାର ବନ୍ଦନା ସାନ ଭାଇକୁ ଦେଲେ କିଡ୍‌ନୀ

ରାଖୀ ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧେ। ଭାଇ ପ୍ରତିବଦଳରେ ପ୍ରତିଶ୍ରୁତି ଦିଏ ସବୁ ବିପଦ ଆପଦରେ ଭଉଣୀକୁ ସୁରକ୍ଷା ପ୍ରଦାନ କରିବ। ତା’ସହ ଭଉଣୀ ହାତକୁ ବଢେଇ ଦିଏ ସ୍ନେହଭରା ଏକ ଉପହାର। ହେଲେ ଏହି ପୁରୁଣା ପରମ୍ପରାକୁ ଭାଙ୍ଗିଛନ୍ତି ଜଣେ ମହିଳା। ସେ ନିଜ ଭାଇଙ୍କୁ ଦେଇଛନ୍ତି ଉପହାର। ସେ ପୁଣି କୌଣସି ସାଧାରଣ ଉପହାର ନୁହେଁ। ବରଂ ଜୀବନର ଉପହାର। ସେହି ଭଉଣୀ ଜଣକ ହେଉଛନ୍ତି ଆଗ୍ରାର ବନ୍ଦନା ଚନ୍ଦ୍ରା। ତାଙ୍କ ସାନ ଭାଇ ବିବେକ ସରାଭୟଙ୍କର ଦୁଇଟି ଯାକ କିଡ୍‌ନୀ ଖରାପ ହୋଇଯାଇଥିଲା। ତେଣୁ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ଜରୁରୀ ଥିଲା। ସିନିୟର ଆଡଭୋକେଟ୍‌ ଥିବା ସରାଭୟ କହନ୍ତି, ‘ମୁଁ ସରକାରୀ, ବେସରକାରୀ ବିଭିନ୍ନ ଡାକ୍ତରଖାନା ସହ ଡୋନର୍‌ ପାଇଁ ସମ୍ପର୍କ କରିଥିଲି। ହେଲେ କୌଣସି ଡୋନର୍‌ ମିଳି ନ ଥିଲେ। ସ୍ଥିତି ବିଗିଡିବାରେ ଲାଗିଥିଲା। ମୋର ସମୟ ସରି ସରି ଯାଉଥିଲା। ଏହି ସମୟରେ ମୋ ବଡ଼ ଭଉଣୀ ତା’ ନିଜ ପରିବାରର ବାରଣସତ୍ତ୍ୱେ କିଡ୍‌ନୀ ଦେବା ପାଇଁ ଆଗେଇ ଆସିଥିଲେ। ଆଉ ତାହା ମୋ କିଡ୍‌ନୀ ସହ ମ୍ୟାଚ୍‌ ବି କଲା। ଶେଷରେ ସେ ତା’ର ଗୋଟିଏ କିଡ୍‌ନୀ ଦେଇ ମତେ ଦ୍ୱିତୀୟ ଜୀବନ ପ୍ରଦାନ କଲା। ଯେଉଁ ଋଣ ମୁଁ ଜୀବନରେ କେବେ ଶୁଝି ପାରିବିନି।’ ବନ୍ଦନା କହନ୍ତି,‘ ମୋର ମନେ ଅଛି ମୋ ଭାଇ ମତେ ଅନେକ ଅସୁବିଧା ସମୟରେ ସାହାଯ୍ୟ କରିଥିଲା। ଏମିତିକି ଆସନ୍ନ ପ୍ରସବା ଥିଲା ବେଳେ ମତେ ରୋଷେଇ କରି ଖାଇବାକୁ ଦେଉଥିଲା। ମୁଁ ମୋ ଭାଇକୁ ବହୁତ ଭଲ ପାଉଥିଲି। ଏମିତିରେ ତାକୁ କେମିତି ମୃତ୍ୟୁମୁଖକୁ ଠେଲି ଦେଇ ପାରିଥାନ୍ତି। ତେଣୁ ତାକୁ କିଡ୍‌ନୀ ଦେବାକୁ ନିଷ୍ପତ୍ତି ନେଲି। ଏବେ ସେ ସୁସ୍ଥ। ତେଣୁ ମୁଁ ବହୁତ ଖୁସି।’


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri