ବ୍ରହ୍ମପୁରରେ ସ୍ଥାପନ ହେବ ୫ ଦୁଗ୍ଧ ଏଟିଏମ୍‌

ଛତ୍ରପୁର,୩୦ା୫(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଦୁଗ୍ଧ ଉପତ୍ାଦନ ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ଦୁଗ୍ଧ ଉପତ୍ାଦନ ବୃଦ୍ଧି କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଗଞ୍ଜାମ ଓ ଗଜପତି ଜିଲାରୁ ଦୈନିକ ୧୬ ହଜାର ୮୮୦ ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି। ସେଥିମଧ୍ୟରେ ଗଞ୍ଜାମରୁ ୧୫ ହଜାର ଓ ଗଜପତିରୁ ୧୮୮୦ ଲିଟର ସଂଗ୍ରହ ହେଉଛି। ୨୧୨ଟି ସୋସାଇଟି ଏହାକୁ ସଂଗ୍ରହ କରୁଛି। ଦୈନିକ ୨୫ ହଜାର ଲିଟର ସଂଗ୍ରହ ଉପରେ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି। ୭୧୯୧ ଚାଷୀଙ୍କଠାରୁ ଏହି କ୍ଷୀର ସଂଗ୍ରହ କରାଯାଉଛି। ଜିଲାରେ ୨୦ଟି କ୍ଷୁଦ୍ର ଦୁଗ୍ଧ ଶୀତଳ ଭଣ୍ଡାର ରହିଛି। କ୍ଷୀର ଉପତ୍ାଦନ ବଢାଇବା ପାଇଁ ବ୍ୟାଙ୍କ ସହ ଲିଙ୍କ୍‌ କରି ଗାଈ ପାଇଁ ଋଣ ଦେବାକୁ ଜିଲାପାଳ କହିଥିଲେ। ଲୋକମାନଙ୍କୁ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଆଦର୍ଶ ଗାଈଗୁହାଳ ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ। ଛତ୍ରପୁରରେ ଛେଳି, ମେଣ୍ଢା, ଗାଈଙ୍କୁ ନେଇ ଏକ ପ୍ରଦର୍ଶନୀ ମେଳା କରାଯିବ। ଜୁନ ମାସରେ ଏହା କରିବାକୁ ସ୍ଥିର ହୋଇଛି। ଓମ୍‌ଫେଡ ଓ ଟାଟା କମ୍ପାନୀ ସହଯୋଗରେ ୫ଟି ଦୁଗ୍ଧ ଏଟିଏମ୍‌ ସ୍ଥାପନ କରାଯିବ । ଏହା ପ୍ରଥମେ ବ୍ରହ୍ମପୁର ସହରରେ ହେବ। ପରବର୍ତ୍ତୀ ସମୟରେ ଛତ୍ରପୁର ଓ ହିଞ୍ଜିଳିରେ କରାଯିବାକୁ ସ୍ଥିର ହୋଇଛି। ଜିଲାରେ ଗୋଟିଏ ବର୍ଷ ମଧ୍ୟରେ ୯୬.୯୬ ମେଟ୍ରିକ ଟନ୍‌ ଦୁଗ୍ଧ ଉପତ୍ାଦନ ହୋଇଥାଏ । ସେହିପରି ବର୍ଷକୁ ୫୩ କୋଟି ୧୫ ଲକ୍ଷ ୪ହଜାର ଅଣ୍ଡା ଉପତ୍ାଦନ କରାଯାଇଥାଏ। ଏହା ଦୈନିକ ମୁଣ୍ଡପିଛା ୭୫.୪୬ ଗ୍ରାମ ଦୁଗ୍ଧ ଉପଲବ୍ଧ ହେଉଥିବା ବେଳେ ଏହାକୁ ବଢାଇବାକୁ କୁହାଯାଇଥିଲା। ସେହିପରି ମୁଣ୍ଡ ପିଛା ୧୫୧ଟି ଅଣ୍ଡା ବାର୍ଷିକ ଉପଲବ୍ଧ ହେଉଛି। ଘାସ ଚାଷ ଉପରେ ଜିଲାପାଳ ଗୁରୁତ୍ୱ ଦେଇଥିଲେ। ୨୦୦ ଏକରରେ ଘାସଚାଷ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ୧୩୭ ଜଣ ଚାଷୀଙ୍କ ଦ୍ୱାରା ୧୧୫ ଏକରରେ ଘାଷ ଚାଷ କରାଯାଉଛି। ତିତଲି ବାତ୍ୟା ଓ ବନ୍ୟାରେ ୧୭୧୩ ଜଣଙ୍କ ଗୋରୁଙ୍କୁ ଖାଦ୍ୟ ଯୋଗାଇ ଦିଆଯିବାକୁ ଥିଲା। ବର୍ତ୍ତମାନ ୧୬୫୦ ଜଣକୁ ୫୦ ପ୍ରତିଶତ ରିହାତି ଦରରେ ଗୋଖାଦ୍ୟ ଯୋଗାଇ ଦିଆଯାଇଥିବା ସୂଚନା ଦିଆଯାଇଥିଲା। ବୈଠକରେ ସିଡିଭିଓ ତ୍ରିନାଥ ନାୟକ, ବୃହତ୍ତର ଗଞ୍ଜାମ ଓ ଗଜପତି ଜିଲା ଦୁଗ୍ଧ ଉପତ୍ାଦନ ସମବାୟ ସଂଘର ସାଧାରଣ ପରିଚାଳକ ଦିଲୀପ କୁମାର ପଟ୍ଟନାୟକ, ଏଡିଭିଓ ରବିନାରାୟଣ ପଣ୍ଡା, ଏଡିଭିଓ ମଧୁସୂଦନ ସୁବୁଦ୍ଧି, ଛତ୍ରପୁର ଏସ୍‌ଡିଭିଓ ଅମିତାଭ ପଣ୍ଡା, ଭଞ୍ଜନଗର ଏସ୍‌ଡିଭିଓ ବନମାଳୀ ସାହୁଙ୍କ ସମେତ ୨୨ ବ୍ଲକର ପ୍ରାଣୀ ଚିକିସତ୍କମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ଅମୂଲ୍ୟଙ୍କ ଦୁଃଖ ଶୁଣିଲେ ଜିଲାପାଳ: ବଢ଼ାଇଲେ ସହାୟତାର ହାତ

ଭଞ୍ଜନଗର,୭।୯(ବାବୁଲା ପ୍ରଧାନ): ଅସହାୟଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ମାନବିକତାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି। ଭଞ୍ଜନଗର ଉପଖଣ୍ଡ ସାନକୋଦଣ୍ଡା…

ଦିଗପହଣ୍ଡି NAC କାର୍ଯ୍ୟାଳୟରେ ପିସିସି ସମ୍ପାଦକଙ୍କୁ ସମ୍ବର୍ଦ୍ଧନା, କହିଲେ…

ଦିଗପହଣ୍ଡି,୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ତଥା ନବନିଯୁକ୍ତ ପିସିସି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ପଣ୍ଡାଙ୍କୁ ସୋମବାର ଅପରାହ୍ନରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ…

ଭଞ୍ଜନଗରରେ ଜିଲାସ୍ତରୀୟ ଜନଅଭିଯୋଗ ଶୁଣାଣି: ୧୮୮ ଅଭିଯୋଗର ଶୁଣାଣି, ୧୦ର ତୁରନ୍ତ ସମାଧାନ

ଭଞ୍ଜନଗର, ୭।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ଗଞ୍ଜାମରେ ଜୋନାଲ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ଅଂଶଗ୍ରହଣ କରିବେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର

ଗଞ୍ଜାମ,୭।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଆରମ୍ଭ ହେବ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା । ଏଥିରେ ବ୍ଲକର ଚାରୋଟି…

୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ମା’ ଘରକୁ ଫେରିଲେ, ପରିବାରରେ ଖୁସିର ଲହରି

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବରମୁଣ୍ଡୁଳି ଗାଁର ୭୦ ବର୍ଷୀୟା ବୃଦ୍ଧା ଇନ୍ଦୁ ବିଷୋୟୀ ୫ ବର୍ଷ ପୂର୍ବେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିଲେ।…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri