ବେଆଇନ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ଗୋପାଳପୁର/କନିଷି (ଡି.ଏନ.ଏ.),୧୩ା୧୨-ଦୀର୍ଘମାସ ଧରି ରଙ୍ଗେଇଲୁଣ୍ଡା ବ୍ଲକ କନିଷି ହାଟ ତୁଳୁ ରୋଡରେ ବେଆଇନ କ୍ଲିନିକ କରି ବିଭିନ୍ନ ଅସ୍ତ୍ରୋପଚାର ଓ ଗର୍ଭପାତ କରାଯାଉଥିବା ଅଭିଯୋଗ ହେଉଥିଲା। ଏନେଇ ନଭେମ୍ବର ୮ରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ବିଳମ୍ବରେ ହେଲେ ମଧ୍ୟ ଜିଲା ପ୍ରଶାସନର ନିଦ ଭାଙ୍ଗିଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ଡିଏମ୍‌ଓ (ଏମ୍‌ଏସ୍‌), ସୁପରିଣ୍ଟେଣ୍ଡେଣ୍ଟ ସିଟି ହସ୍ପିଟାଲ ଡ଼ା. ରାଜେନ୍ଦ୍ର କୁମାର ସାହୁ, ମାଜିଷ୍ଟ୍ରେଟ ଦାୟିତ୍ୱରେ କନିଷି ତହସିଲଦାର ଅନିତା ସାହୁ, ଡ୍ରଗ୍ସ ଇନ୍ସପେକ୍ଟର ଲଳିତ କୁମାର ସାହୁ, ରାଜସ୍ବ ନିରୀକ୍ଷକ ସୁଦାମ ପ୍ରଧାନ, ରାମଚନ୍ଦ୍ର ନାୟକ, ପୋଲିସ ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ, ଅଶୋକ କୁମାର ପାଢ଼ୀ ଏବଂ ଅନ୍ୟ ଅଧିକାରୀମାନେ ଗୁରୁବାର ମଧ୍ୟାହ୍ନରେ ଅଚାନକ ଉକ୍ତ ବେଆଇନ କ୍ଲିନିକ୍‌ରେ ଚଢ଼ାଉ କରିଥିଲେ। ସେଠାରୁ ସର୍ଜରି ବ୍ଲେଡ, ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଣ ହେଉଥିବା ଗଜ୍‌ କପଡ଼ା, ସ୍ପିରିଟ ଓ ଅନ୍ୟାନ୍ୟ ଔଷଧ ଜବତ କରାଯାଇଥିଲା। ଏଠାରେ ଦୀର୍ଘଦିନ ହେଲା ଅସ୍ତ୍ରୋପଚାର ଓ ବହୁ ବେଆଇନ କାର୍ଯ୍ୟ ହେଉଥିବା ଉକ୍ତ ଟିମ ଜାଣିବାକୁ ପାଇଥିଲା। ଅଧିକାରୀମାନେ କ୍ଲିନିକର କାଗଜପତ୍ର ଦେଖାଇବାକୁ କହିଥିଲେ ମଧ୍ୟ କ୍ଲିନିକରେ ରହୁଥିବା କର୍ମଚାରୀ ଦେଖାଇପାରିନଥିଲେ। ଚଢାଉର ଆଗୁଆ ସୂଚନା ପାଇ ନକଲି ଡାକ୍ତର ଜଣକ କ୍ଲିନିକରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଉକ୍ତ କ୍ଲିନିକ ସରକାରୀ ଜାଗାରେ ରହିଥିବାବେଳେ ପ୍ରଶାସନର କିଭଳି ନଜର ପଡୁ ନ ଥିଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚଢ଼ାଉ ସମୟରେ ସରକାରୀ ଯୋଗାଣ ଔଷଧ ଓ ଗଜ୍‌ କପଡ଼ା ଜବତ ହୋଇଥିବାରୁ ସୋମବାର ବ୍ରହ୍ମପୁର ଏସଡିଜେଏମ ନିକଟରେ ଅଭିଯୋଗ କରାଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ଲଳିତ କୁମାର ସାହୁ ସୂଚନା ଦେଇଛନ୍ତି। ତେବେ ଉକ୍ତ କ୍ଲିନିକକୁ କିଭଳି ସରକାରଙ୍କ ପକ୍ଷରୁ ଯୋଗାଣ ହେଉଥିବା ଔଷଧ ଓ ଅନ୍ୟ ସାମଗ୍ରୀ ଆସୁଥିଲା ସେନେଇ ତଦନ୍ତ କରାଯିବ ବୋଲି ସାହୁ କହିଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବେଆଇନ କ୍ଲିନିକକୁ ସିଲ୍‌ କରାଯାଇଛି ଏବଂ କ୍ଲିନିକର କାଗଜପତ୍ର ୧୫ ଦିନ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ନିକଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ତହସିଲଦାର ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?