ବିସ୍ମୟ ବାଳିକା ସ୍ମୃତିମୟୀ: ୫ ମିନିଟ୍‌ରେ ଦିଅନ୍ତି ୧୦୦ରୁ ଅଧିକ ପ୍ରଶ୍ନର ଉତ୍ତର

ଘସିପୁରା, ୫।୧୦(ଡି.ଏନ.ଏ)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲ୍ଲୀ ଗାଁର ଶାନ୍ତନୁ ରାଉତଙ୍କ ଝିଅ ସ୍ମୃତିମୟୀ । ବୟସ ମାତ୍ର ୩ବର୍ଷ । ସେ ନା ଯାଇଛନ୍ତି ଅଙ୍ଗନୱାଡ଼ି କେନ୍ଦ୍ର ନା ସ୍କୁଲ । ହେଲେ ରାଜ୍ୟ, ଦେଶ, ବିଦେଶ, ଭୂଗୋଳ, ଇତିହାସ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ସେ ଦେଇ ପାରୁଛନ୍ତି । ଏହି ବିସ୍ମୟ ବାଳିକା ସ୍ଥାନୀୟ ଅଞ୍ଚଳରେ ଆକର୍ଷଣ ଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କେହି କେହି ଏଭଳି ପ୍ରତିଭା ପୂର୍ବଜନ୍ମ ସୁକୃତିର ଫଳ ବୋଲି କହୁଛନ୍ତିି।
ଅନ୍ୟ ସାଧାରଣ ପିଲାଙ୍କ ଭଳି ଖେଳକୁଦରେ ବେଶ୍‌ ଆଗ୍ରହ ରଖନ୍ତି ସ୍ମୃତିମୟୀ। ତାଙ୍କର ପ୍ରଚଣ୍ଡ ଧୀ ଶକ୍ତି ତାଙ୍କୁ ଆଣିଦେଇଛି ଏକ ସ୍ବତନ୍ତ୍ର ପରିଚୟ। ତାଙ୍କ ମସ୍ତିଷ୍କ କମ୍ପ୍ୟୁଟର ଭଳି କାମ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟିଏ କି ଦୁଇଟି ନୁହଁ ମାତ୍ର ୫ମିନିଟରେ ୧୦୦ରୁ ଅଧିକ ପ୍ରଶ୍ନର ଉତ୍ତର ଦେବାରେ ସେ ସକ୍ଷମ। ପ୍ରଶ୍ନକର୍ତ୍ତାଙ୍କ ପାଟିରୁ ପ୍ରଶ୍ନ ଶେଷ ନ ହେଉଣୁ ସ୍ମୃତିମୟୀ ତାହାର ଉତ୍ତର ଦେଇ ପାରୁଛନ୍ତି। ଏହି କୁନି ପିଲାଟିର ଏଭଳି ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକତି କରିଛି। ସେ ବର୍ଷକର ହୋଇଥିବା ବେଳେ ତାଙ୍କ ମା’ ଓ ବାପା ଏହି ଅସାଧାରଣ ଲକ୍ଷଣ ଜାଣି ପାରିଥିଲେ। କଥାବାର୍ତ୍ତା ସମୟରେ ଯେକୌଣସି ଆଲୋଚନାକୁ ସେ ସହଜରେ ସ୍ମରଣ ରଖି ପାରୁଥିଲେ। ଏହି ଲକ୍ଷଣ ଦେଖି ବାପା ଶାନ୍ତନୁ ତାଙ୍କୁ ସାଧାରଣ ଜ୍ଞାନ ସମ୍ପର୍କିତ ପ୍ରଶ୍ନ ଉତ୍ତର ପଢାଇବା ଆରମ୍ଭ କରିଥିଲେ। ମାତ୍ର ଏକ ମାସର ଅଧ୍ୟୟନ ପରେ ସ୍ମୃତିମୟୀ ଏବେ ଅବାଧରେ କେଇ ମିନିଟ ମଧ୍ୟରେ ଶତାଧିକ ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇପାରୁଛନ୍ତି। ତାଙ୍କର ଏଭଳି ପ୍ରତିଭା ଦେଖି କେବଳ ପରିବାର ନୁହନ୍ତି, ଗ୍ରାମବାସୀ ବେଶ୍‌ ଖୁସି। କେହି କେହି ତାଙ୍କୁ ‘ମେମୋରୀ କୁଇନ’ବୋଲି କହୁଛନ୍ତି। ଆଗକୁ ଭଲପାଠ ପଢି ଜଣେ ଡାକ୍ତର ହୋଇ ଗରିବ ରୋଗୀଙ୍କ ସେବା କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ତାଙ୍କ ମା’ ସବିତା ରାଉତ କହିଛନ୍ତି, ସ୍ମୃତିମୟୀ ତାଙ୍କ ପ୍ରତିଭା ବଳରେ ଆଗକୁ ନିଜ ଗାଁ ସମେତ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ବୋଲି ସେ ଆଶାବାଦୀ ଅଛନ୍ତି।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଚାଞ୍ଚଲ୍ୟ: ଜୀବନ ଯୁଦ୍ଧରେ ହାରିଗଲେ ବଳାତ୍କାର ପୀଡିତା, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ…

କେନ୍ଦୁଝର,୧୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ଜୁଆଙ୍ଗ ଆଦିମ ଜନଜାତି ବିଧବା ମହିଳା ବଳାତ୍କାରର ଶିକାର ହୋଇଥିଲେ। ଗୁରୁତର…

ଗର୍ଜିଲା ଭାଜପା: ବିରୋଧୀଙ୍କୁ ଟାର୍ଗେଟ୍‌ କଲେ ବିଧାନସଭା ନେତା, ବଢ଼ିଲା ଚିନ୍ତା

ହାଟଡିହୀ,୧୫ା୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରବିବାର ଭାଜପା ତରଫରୁ ବିରୋଧୀଙ୍କୁ ଟାର୍ଗେଟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ବିରୋଧୀ ଦଳ ବିରୋଧରେ ଲଢ଼େଇ ଆହୁରି…

ରୋଗ ଯନ୍ତ୍ରଣା ସହି ନପାରି କଳାକାରଙ୍କ ଆତ୍ମହତ୍ୟା ଉଦ୍ୟମ: ଫିନାଇଲ୍‌ ପିଇ

ହାଟଡିହୀ/ଛେନାପଦୀ, ୧୫।୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ଅନ୍ତର୍ଗତ ବେଲବନ୍ଧ ଗ୍ରାମର ଜଣେ ବୃଦ୍ଧ କଳାକାର ରୋଗ ଯନ୍ତ୍ରଣା ସହି ନପାରି ଶନିବାର…

ବାଳାଶ୍ରମରେ ପୋଲିସର ନିଆରା ଶିଶୁ ଦିବସ: ଶିକ୍ଷା, ଶୃଙ୍ଖଳା-ଆତ୍ମବିଶ୍ୱାସର ମନ୍ତ୍ର ଦେଲେପୋଲିସ ଅଧିକାରୀ

ହାଟଡିହୀ, ୧୪।୧୧(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): ଶିଶୁଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲା ନନ୍ଦିପଦା…

ଓଜସ୍ୱିନୀ ବକ୍ତୃତା ଦେଇ ପାଟଣା ପାଇଁ ଗୌରବ ଆଣିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ

ପାଟଣା, ୧୪।୧୧(ବୀର କିଶୋର ଦାଶ): ଶିଶୁ ଶ୍ରମିକ ମୁକ୍ତ ଅଭିଯାନକୁ ନେଇ କେନ୍ଦୁଝର ଜିଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ପାଟଣା ବ୍ଲକ କେନ୍ଦେଇପଶି ଓଡ଼ିଶା…

ଚାଚା ନେହେରୁଙ୍କ ଜନ୍ମଦିନରେ ଉତ୍ସବମୁଖର ପାଟଣାର୩ ବିଦ୍ୟାଳ

ପାଟଣା, ୧୪/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପାଟଣା…

ପାଟଣା ବ୍ଲକର ୨ ପଞ୍ଚାୟତର ୨୫୦ ହିତାଧିକାରୀଙ୍କୁ ଭତ୍ତା ବହି ସହ ନଗଦ ୨ ହଜାର…

ପାଟଣା, ୧୩/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଲାଇବ୍ରେରୀ ଗୃହଠାରେ ଶୁକ୍ରବାର ବ୍ଲକସ୍ତରୀୟ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ଏସିଡିସି ବୈଠକରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା: ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ସ୍ଥିତି ନେଇ ଆଲୋଚନା

ହାଟଡିହୀ/ଛେନାପଦୀ, ୧୩/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣଙ୍କ ତତ୍ତ୍ୱାବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?